Advertisment

ବନ୍ଦ ହେଲା ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ୍ଦ ହେଲା ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ। ଉଠା ଦୋକାନୀମାନଙ୍କୁ ଉଚ୍ଛେଦ ଦାବି ପୂରଣ ନହେବାରୁ ମାର୍କେଟ ବିଲ୍ଡିଂ ବ୍ୟବସାୟ ସଙ୍ଘ ଏହି ବନ୍ଦ ଡାକରା ଦେଇଛି। ଉଠା ଦୋକାନୀଙ୍କ ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବାରୁ ମାର୍କେଟ ବିଲ୍ଡିଂ ବ୍ୟବସାୟ ସଙ୍ଘ ଉଚ୍ଛେଦ ଦାବି କରିଥିଲେ। ତେବେ ସେମାନଙ୍କର ଦାବି ପୂରଣ ହୋଇପାରିନାହିଁ। ଯେଉଁକାରଣରୁ ଅର୍ନିଦ୍ଧିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂକୁ ବନ୍ଦ କରାଯାଇଛି। ବୁଧବାର BMC ଅଧିକାରୀ ଓ କମିଶନର ପୁଲିସ ଓ […]

ବନ୍ଦ ହେଲା ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ

bmc

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ୍ଦ ହେଲା ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂ। ଉଠା ଦୋକାନୀମାନଙ୍କୁ ଉଚ୍ଛେଦ ଦାବି ପୂରଣ ନହେବାରୁ ମାର୍କେଟ ବିଲ୍ଡିଂ ବ୍ୟବସାୟ ସଙ୍ଘ ଏହି ବନ୍ଦ ଡାକରା ଦେଇଛି। ଉଠା ଦୋକାନୀଙ୍କ ଯୋଗୁଁ ସମସ୍ୟା ସୃଷ୍ଟି ହେଉଥିବାରୁ ମାର୍କେଟ ବିଲ୍ଡିଂ ବ୍ୟବସାୟ ସଙ୍ଘ ଉଚ୍ଛେଦ ଦାବି କରିଥିଲେ। ତେବେ ସେମାନଙ୍କର ଦାବି ପୂରଣ ହୋଇପାରିନାହିଁ। ଯେଉଁକାରଣରୁ ଅର୍ନିଦ୍ଧିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂକୁ ବନ୍ଦ କରାଯାଇଛି।

Advertisment

ବୁଧବାର BMC ଅଧିକାରୀ ଓ କମିଶନର ପୁଲିସ ଓ ସଂଘ ମଧ୍ୟରେ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରୁ କୌଣସି ବାଟ ବାହାରି ପାରେ। ଦୀର୍ଘଦିନ ଧରି ଉଠା ଦୋକାନୀଙ୍କୁ ଉଚ୍ଛେଦ କରିବା ପାଇଁ ସଂଘ ବିରୋଧ କରିଆସୁଛି। ଉଠା ଦୋକାନୀ ମାର୍କେଟ ବିଲ୍ଡିଂରେ ରାସ୍ତା ଅବରୋଧ କରିବା ସହ ମାର୍କେଟ ବିଲ୍ଡିଂର ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରୁଥିବା ଅଭିଯୋଗ ହୋଇଛି।

ଏହାସହ ସହ ଅସାମାଜିକ ବ୍ୟକ୍ତିଙ୍କ ଅସାମାଜିକ କାର୍ଯ୍ୟ ବଢୁଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ରାସ୍ତାରେ ଦୋକାନ ପକେଇବାରୁ ପ୍ରବଳ ଭିଡ଼ ହେଉଥିଲା। ଯାହାକୁ ନିୟନ୍ତ୍ରଣ କରିବା ସଂଘ ପକ୍ଷେ କଷ୍ଟକର ହୋଇ ପଡ଼ିଥିଲା। ଭିଡ଼ କାରଣରୁ BMC ବାରମ୍ବାର୍ ଚଢ଼ାଉ କରୁଥିବା ସଂଘ ଅଭିଯୋଗ କରିଛି। ତେଣୁ ଉଠା ଦୋକାନୀଙ୍କୁ ବିଏମସି ଉଚ୍ଛେଦ ନକରିବା ଯାଏ ମାର୍କେଟ୍ ବିଲ୍ଡିଂ ବନ୍ଦ ରହିବ ବୋଲି ସଂଘ କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe