Advertisment

ବିନାଶ କାଳେ ବିପରୀତ ବୁଦ୍ଧି: ଅପରାଜିତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିନା ନୋଟିସରେ ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ଘଟଣାରେ ପ୍ରତିକ୍ରିୟା ରଖି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଏସବୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି। ଏହା ସରକାରଙ୍କ ଅହଙ୍କାର ନା ସରକାର ଡରି ଯାଇଛନ୍ତି। ନା ସରକାର କିଛି ଲୁଚେଇବାକୁ ଚାହୁଁଛି। ଅପରାଜିତା କହିଛନ୍ତି, ଏହା ସରକାରଙ୍କ ଅସୁରକ୍ଷାର […]

ଅଦ୍ୟତନ ହୋଇଛି
ବିନାଶ କାଳେ ବିପରୀତ ବୁଦ୍ଧି: ଅପରାଜିତା

aparijta

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିନା ନୋଟିସରେ ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ନେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ଘଟଣାରେ ପ୍ରତିକ୍ରିୟା ରଖି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଏସବୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି। ଏହା ସରକାରଙ୍କ ଅହଙ୍କାର ନା ସରକାର ଡରି ଯାଇଛନ୍ତି। ନା ସରକାର କିଛି ଲୁଚେଇବାକୁ ଚାହୁଁଛି।

Advertisment

ଅପରାଜିତା କହିଛନ୍ତି, ଏହା ସରକାରଙ୍କ ଅସୁରକ୍ଷାର ଭାବନା ଓ ନିଜ ଦୁର୍ବଳତା ଲୁଚାଇବାକୁ ଚେଷ୍ଟା। ଶାସନରେ ଥିବା ଅସୁବିଧାକୁ ଏକ ଟିଭି ଚ୍ୟାନେଲ ପ୍ରକାଶ କରୁଛି। ଯଦି ଅପ୍ରିୟ ସତ୍ୟ ପଦାକୁ ଆସୁଛି, ତଦନ୍ତ କରି ପଦକ୍ଷେପ ନେବାକଥା। ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯିବା ଜଳଜଳ ଦିଶୁଛି। ଏସବୁ ଭୁଲ୍। ଗୋଟିଏ ପରେ ଗୋଟିଏ ଭୁଲ୍ ନକରନ୍ତୁ ରାଜ୍ୟ ସରକାର। ଏହା ବିନାଶ କାଳେ ବିପରୀତ ବୁଦ୍ଧି, ଏମିତି କରନ୍ତୁନି।

ସେ ଆହୁରି କହିଛନ୍ତି, ସରକାର ଆତ୍ମସମୀକ୍ଷା କରନ୍ତୁ। ଏହା ଠିକ୍ କି ଭୁଲ୍ ନିଜକୁ ପଚାରନ୍ତୁ। ଶାସନରେ ଭୁଲ୍ ଅଛି। ଓଡ଼ିଶାରେ ଏମିତି ଏକଛତ୍ରବାଦ ନକରାଯାଉ। ରିପୋର୍ଟ କହୁଛି ଶାସନ କ୍ଷେତ୍ରରେ ଓଡ଼ିଶା ତଳଆଡୁ ତୃତୀୟରେ ରହିଛି।

Advertisment

ସେହିପରି କଂଗ୍ରେସ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, ଏକ ଲୋକପ୍ରିୟ ମିଡିଆ ହାଉସ ଉପରେ ଲଗାତାର ଆକ୍ରମଣ ଚାଲିଛି। ଗଣତନ୍ତ୍ରରେ ଏପରି ଘଟିବା ଦୁଃଖଦ ଘଟଣା। ଓଟିଭି ଉପରେ ଆକ୍ରମଣକୁ କଂଗ୍ରେସ ନିନ୍ଦା କରୁଛି। ଓଡ଼ିଶାର ଟିଭି ହେଉଛି ଓଟିଭି। ଜନସାଧାରଣ ତାଙ୍କ ସହ ଅଛନ୍ତି।

ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର କହିଲେ, ତଦନ୍ତକାରୀ ସଂସ୍ଥା ‘କ୍ରାଇମବ୍ରାଞ୍ଚ’ ଆଇନକୁ ପାଳନ କରୁ ନଥିବା ଜଣାପଡୁଛି, ଏପରି ଘଟଣା ଦ୍ୱାରା ସଂସ୍ଥାର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠୁଛି, ଆଇନ ଅନୁସାରେ କୌଣସି ବ୍ୟକ୍ତିଙ୍କୁ ଅଜ୍ଞାତ ସ୍ଥାନରେ ରଖିପାରିବେନି, ଯେଉଁଠିକି ବି ନେବେ ସେକଥା ପରିବାରକୁ ଜ୍ଞାତ ହେବା ଦରକାର

ସେ ଆହୁରି କହିଛନ୍ତି, ଏମିତି ତାଙ୍କୁ ଉଠାଇ ନେବା ସାମ୍ବିଧାନିକ ଅଧିକାରକୁ କ୍ଷୂଣ୍ଣ କରୁଛି। ଏହା ପଛରେ କିଛି ଆକ୍ରୋଶ ଓ ମନ୍ଦ ଉଦ୍ଦେଶ୍ୟ ଥିବା ଧରିନେବାକୁ ହେବ। ଚାପର ବଶବର୍ତ୍ତୀ ହୋଇ କ୍ରାଇମବ୍ରାଞ୍ଚ ଆଇନ ଉଲ୍ଲଂଘନ କରୁଥିବା ଜଣାପଡୁଛି। ଚାପର ବଶବର୍ତ୍ତୀ ହୋଇ କ୍ରାଇମବ୍ରାଞ୍ଚ ଆଇନ ଉଲ୍ଲଂଘନ କରୁଥିବା ଜଣାପଡୁଛି।

Otv
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe