ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ସାଂସଦଙ୍କୁ ହୋଇନି ନିମନ୍ତ୍ରଣ; ପଚାରିଲେ-ମୋ’ ଭୁଲ କ’ଣ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀର ପ୍ରତିଷ୍ଠା ଦିବସ । ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ହେଲେ ଭୁବନେଶ୍ୱରର ପ୍ରତିଷ୍ଠା ଦିବସରେ ଖୋଦ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିନି କୌଣସି ନିମନ୍ତ୍ରଣ । ଏହାକୁ ନେଇ ସାଂସଦ ଅସନ୍ତୋଷ ଝାଡ଼ିବା ସହ ତାଙ୍କ ଭୁଲ୍‌ କ’ଣ ବୋଲି ପ୍ରଶ୍ନ କରିଛନ୍ତି । ଆଜି ରାଜଧାନୀର ପ୍ରତିଷ୍ଠା ଦିବସ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ […]

aparajita-sarangi

Niharika Rout
  • Published: Wednesday, 13 April 2022
  • , Updated: 13 April 2022, 08:22 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀର ପ୍ରତିଷ୍ଠା ଦିବସ । ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ହେଲେ ଭୁବନେଶ୍ୱରର ପ୍ରତିଷ୍ଠା ଦିବସରେ ଖୋଦ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିନି କୌଣସି ନିମନ୍ତ୍ରଣ । ଏହାକୁ ନେଇ ସାଂସଦ ଅସନ୍ତୋଷ ଝାଡ଼ିବା ସହ ତାଙ୍କ ଭୁଲ୍‌ କ’ଣ ବୋଲି ପ୍ରଶ୍ନ କରିଛନ୍ତି ।

ଆଜି ରାଜଧାନୀର ପ୍ରତିଷ୍ଠା ଦିବସ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ସ୍ୱତନ୍ତ୍ର ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏହାର ନିମନ୍ତ୍ରଣ ପତ୍ର "ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର" ଦ୍ୱାରା ପ୍ରସ୍ତୁତ କରାଯାଇଛି । ମାତ୍ର ଉକ୍ତ ନିମନ୍ତ୍ରଣପତ୍ରରେ ସାଂସଦ  ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ନାହିଁ  । ଯାହାକୁ ନେଇ ତେଜିଛି ରାଜନୀତି।  ଖୋଦ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ କରି ନିଜ ଅସନ୍ତୋଷ ଝାଡ଼ିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଏଥିସହ କହିଛନ୍ତି,  ମୋତେ ଛାଡ଼ି ପ୍ରାୟ ସମସ୍ତଙ୍କୁ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଛି । ଏହି ମହାନ ଦିବସ ଅବସରରେ ମୁଁ ଉତ୍ସବରେ ଯୋଗଦେବାକୁ ଚାହୁଁଥିଲି । ମୋତେ କାହିଁକି ନିମନ୍ତ୍ରଣ କରାଗଲାନି, ମୋର ଦୋଷ କଣ ।

ଏହା କେବଳଯେ ନିୟମ ବର୍ହିଭୁତ ଏବଂ ଅଗଣତନ୍ତ୍ରିକ ବିଷୟ ତାହା ନୁହେଁ ବରଂ ଅତ୍ୟନ୍ତ ଦୁଃଖ , ପରିତାପ ତଥା ନିନ୍ଦନୀୟ ବିଷୟ  ବୋଲି ଆଲୋଚନା ହେଉଛି । ଅପରାଜିତାଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି।

ସୂଚନାଯୋଗ୍ୟ, ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଥିବାରୁ ପ୍ରଶାସନ ଓ  ବିଭିନ୍ନ ସଂସ୍ଥା ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Related story