Advertisment

୪ ଦିନ ବନ୍ଦ ରହିବ ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ ୪୮ ଘଣ୍ଟା ପାଇଁ ସିଲ ହୋଇଛି। ଲୋକେ କୋଭିଡ୍‌ କଟକଣା ମାନୁ ନଥିବାରୁ ଏପରି କଠୋର ନିଷ୍ପତ୍ତି ନେଲା ପ୍ରଶାସନ। ଭୁବନେଶ୍ୱର DCP ଓ BMC ଜୋନାଲ କମିଶନରଙ୍କ ଉପସ୍ଥିତିରେ ସିଲ୍‌ କରାଯାଇଛି। ପ୍ରକୃତରେ ଦେଖିବାକୁ ଗଲେ ଗୁରୁବାର ଓ ଶୁକ୍ରବାର ମାର୍କେଟ ବିଲ୍‌ଡିଂ ସିଲ୍‌ ହୋଇଥିବା ବେଳେ ଶନିବାର ଏବଂ ରବିବାର ସାପ୍ତାହିକ ଲକ୍‌ଡାଉନ୍‌ ରହିବ। ତେଣୁ ୪ ଦିନ ଧରି ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ ବନ୍ଦ ରହିବ। […]

ଅଦ୍ୟତନ ହୋଇଛି
୪ ଦିନ ବନ୍ଦ ରହିବ ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ

Unit-II Market Building

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ ୪୮ ଘଣ୍ଟା ପାଇଁ ସିଲ ହୋଇଛି। ଲୋକେ କୋଭିଡ୍‌ କଟକଣା ମାନୁ ନଥିବାରୁ ଏପରି କଠୋର ନିଷ୍ପତ୍ତି ନେଲା ପ୍ରଶାସନ। ଭୁବନେଶ୍ୱର DCP ଓ BMC ଜୋନାଲ କମିଶନରଙ୍କ ଉପସ୍ଥିତିରେ ସିଲ୍‌ କରାଯାଇଛି। ପ୍ରକୃତରେ ଦେଖିବାକୁ ଗଲେ ଗୁରୁବାର ଓ ଶୁକ୍ରବାର ମାର୍କେଟ ବିଲ୍‌ଡିଂ ସିଲ୍‌ ହୋଇଥିବା ବେଳେ ଶନିବାର ଏବଂ ରବିବାର ସାପ୍ତାହିକ ଲକ୍‌ଡାଉନ୍‌ ରହିବ। ତେଣୁ ୪ ଦିନ ଧରି ଭୁବନେଶ୍ୱର ମାର୍କେଟ ବିଲ୍‌ଡିଂ ବନ୍ଦ ରହିବ। ଆସନ୍ତା ସୋମବାର ଖୋଲିବ।

Advertisment

ଆଜି ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ଭୁବନେଶ୍ୱରରୁ ଅଛନ୍ତି ୧୦୪୪ ଜଣ। ଏଥିରୁ ଗୋଟିଏ କଥା ଭୁବନେଶ୍ୱରରେ ଅଣାୟତ୍ତ ହେବାରେ ଲାଗିଛି କରୋନା। ରାଜଧାନୀର ଅମାନିଆଙ୍କ ପାଇଁ କରୋନା ବ୍ୟାପୁଥିବା ଅଭିଯୋଗ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମାର୍କେଟ ବିଲ୍‌ଡିଂରେ ଲୋକମାନେ କରୋନା ଗାଇଡ୍‌ଲାଇନ୍‌କୁ ଜମାରୁ ମାନୁନାହାନ୍ତି। ଏକ ସଙ୍ଗେ ବହୁ ଲୋକ ସପିଂ ମଲ୍‌ରେ ପଶି ଯାଉଥିବା ଦେଖିବାକୁ ମିଳୁଛି। ଏହାଛଡ଼ା ଖୋଲା ମାର୍କେଟ୍‌ରେ ଲୋକମାନେ ସାମାଜିକ ଦୂରତାକୁ ମାନୁ ନାହାନ୍ତି। ଯେଉଁଥିପାଇଁ ଆଜି ମାର୍କେଟ ବିଲ୍‌ଡିଂକୁ ସିଲ୍‌ କରାଯାଇଛି।

ସେପଟେ ଆଜି ବିଏମ୍‌ସି କମିଶନର ରାଜଧାନୀବାସୀଙ୍କୁ ଚେତାବନୀ ଦେଇଛନ୍ତି। କରୋନା ଗାଇଡ୍‌ଲାଇନ୍‌ ମାନିବାକୁ ଅପିଲ୍‌ କରିଛନ୍ତି। ନିୟମ ନମାନିଲେ କଡା ପଦକ୍ଷେପ ନେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe