Advertisment

ରାଜଧାନୀରେ ଆପଣ ଅସୁରକ୍ଷିତ କି? ଏହି ନମ୍ବରରେ ଡାଏଲ୍‌ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ଗତ ୨୪ ଘଣ୍ଟା ଭିତରେ ଚାରି ଚାରିଟି ଲୁଟ୍ କରି ଦୁର୍ବୃତ୍ତମାନେ କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବର୍ତ୍ତମାନ ସୁଦ୍ଧା ସଫଳ ହୋଇନି। ଯାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ରାଜଧାନୀବାସୀଙ୍କ ଅସନ୍ତୋଷ ରାଜରାସ୍ତାକୁ ଆସିବା ପରେ ପୁଲିସର ଚେତା ପଶିଛି। ଲୁଟେରାଙ୍କୁ କାବୁ କରିବା ପାଇଁ ପୁଲିସ ସ୍ଥାନୀୟ ଲୋକଙ୍କୁ ଅସ୍ତ୍ର କରିବାକୁ ଯୋଜନା କରୁଛି। […]

ଅଦ୍ୟତନ ହୋଇଛି
ରାଜଧାନୀରେ ଆପଣ ଅସୁରକ୍ଷିତ କି? ଏହି ନମ୍ବରରେ ଡାଏଲ୍‌ କରନ୍ତୁ

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା। ଗତ ୨୪ ଘଣ୍ଟା ଭିତରେ ଚାରି ଚାରିଟି ଲୁଟ୍ କରି ଦୁର୍ବୃତ୍ତମାନେ କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବର୍ତ୍ତମାନ ସୁଦ୍ଧା ସଫଳ ହୋଇନି। ଯାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ରାଜଧାନୀବାସୀଙ୍କ ଅସନ୍ତୋଷ ରାଜରାସ୍ତାକୁ ଆସିବା ପରେ ପୁଲିସର ଚେତା ପଶିଛି। ଲୁଟେରାଙ୍କୁ କାବୁ କରିବା ପାଇଁ ପୁଲିସ ସ୍ଥାନୀୟ ଲୋକଙ୍କୁ ଅସ୍ତ୍ର କରିବାକୁ ଯୋଜନା କରୁଛି।

Advertisment

ଏଣିକି ଲୁଟେରାଙ୍କ ପତ୍ତା ଲଗାଇବା ପାଇଁ ପୁଲିସ ସ୍ଥାନୀୟ ଯୁବକଙ୍କ ସାହାଯ୍ୟ ନେବ। ପୁଲିସ ସହ ମିଶି ଯୁବକମାନେ ସ୍ଥାନୀୟ ଅଞ୍ଚଳରେ ପଇଁତରା ମାରିବେ। ଏହାଛଡ଼ା କେଉଁଠି ଲୁଟ୍‌ ହେଲେ ସେହି ଯୁବକମାନେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେବେ। ଲୋକଙ୍କଠାରୁ ସିଧା ସୂଚନା ପାଇଁ ଫୋନ ନମ୍ବର ଜାରି କରିଛନ୍ତି ପୁଲିସ କମିଶନର। କମିଶନରେଟର ଅଫିସ ନମ୍ବର- ୮୨୮୦୩୩୮୩୦୦ ରେ ସିଧା ସୂଚନା ଦେଇ ହେବ। ମଞ୍ଚେଶ୍ୱର ଅଞ୍ଚଳର ଯୁବକମାନଙ୍କୁ ନେଇ ବସିଥିବା ବୈଠକ ପରେ ପୁଲିସ କମିଶନର ସତ୍ୟଜିତ ମହାନ୍ତି ଏହି ସୂଚନା ଦେଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଅଞ୍ଚଳରେ ଜଣେ ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟେରାମାନେ ଟଙ୍କା ଲୁଟି ନେଇଛନ୍ତି। ହୋଟେଲ ବନ୍ଦ କରି ଘରକୁ ଫେରିବା ବେଳେ ବୁଲୁଙ୍କୁ ଆକ୍ରମଣ କରିଥିଲେ ଲୁଟେରା। ଫଳରେ ସେ ଗୁରୁତର ଆହତ ହୋଇ ଏକ ଘରୋଇ ମେଡିକାଲ୍‌ ଭର୍ତ୍ତି ହୋଇଛନ୍ତି।

Advertisment

ସେହିପରି ଗତକାଲି ସକାଳେ ରାଜଧାନୀ ଉପକଣ୍ଠରେ ଏକ ପରିବାରକୁ ବନ୍ଧୁକ ଦେଖାଇ ଲୁଟ୍‌ପାଟ୍‌ କରିଥିଲେ ଦୁର୍ବୃତ୍ତ। ରାତିରେ ପୁରୀ ବାଇପାସ୍ ରୋଡ୍‌ରେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍‌ ଶୋ’ ଶୋରୁମ୍ ମାଲିକଙ୍କ ଚେନ୍‌ ଝାମ୍ପି ନେବା ସହ ଜଣେ ଗ୍ରାହକଙ୍କୁ ଆକ୍ରମଣ କରି ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସେହିପରି ଗନ୍‌ ପଏଣ୍ଟରେ ଗାଡ଼କଣ ଅଞ୍ଚଳର ଦମ୍ପତିଙ୍କଠାରୁ ଲୁଟ୍ କରିଥିଲେ ଦୃର୍ବୃତ୍ତ। ଏହାସହ ଆଦିମାତା କଲୋନୀରେ ମଧ୍ୟ ଆଉ ଏକ ଲୁଟ୍ ହୋଇଥିଲା। ମର୍ଣ୍ଣିଂଓ୍ୱାକ୍‌ରୁ ଫେରୁଥିବା ବେଳେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଟାର୍ଗେଟ କରି ତାଙ୍କର ସୁନା ମୁଦି ଲୁଟି ନେଇଥିଲେ ଲୁଟେରା।

ଗୋଟିଏ ଦିନରେ ଏ ସିରିଜ୍ ଅପରାଧ ଘଟଣା ରାଜଧାନୀ ବାସିନ୍ଦାଙ୍କ ନିଦ ହଜାଇ ଦେଇଛି। କମିଶନରେଟ୍ ପୁଲିସ ପାଇଁ ଏଭଳି ସିରିଏଲ୍‌ କ୍ରାଇମ୍‌ ଆହ୍ୱାନ ସୃଷ୍ଟି କରିଥିବା ବେଳେ ରସୁଲଗଡ଼ ଅଞ୍ଚଳରେ ଲୋକେ ରାସ୍ତାକୁ ଓହ୍ଲାଇଥିଲେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe