Advertisment

ପ୍ରତି ରବିବାର ଭୁବନେଶ୍ୱରରେ ପାଳନ କରାଯିବ ରାହାଗିରି ଦିବସ

ଭୁବନେଶ୍ୱର: ଏଣିକି ପ୍ରତି ରବିବାର ଭୁବନେଶ୍ୱରରେ ରାହାଗିରି ଦିବସ ପାଳନ କରାଯିବ। ପରୀକ୍ଷାମୂଳକ ଭାବେ ପ୍ରଥମ ଚାରିଟି ରବିବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ଯାଏଁ ପାଳନ କରାଯାଇଥିଲା ଏହି ଦିବସ। ଗତକାଲି ରାହାଗିରି ଦିବସରେ ରୋଜ ଡେ’ ପାଳନ କରାଯାଇଥିଲା। ଏଥର ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲା ରୋଜ ଷ୍ଟଲ୍। ବିଭିନ୍ନ ଷ୍ଟଲରେ ଦେଖିବାକୁ ମିଳିଥିଲା ଏକାଧିକ ପ୍ରଜାତିର ଗୋଲପ ଫୁଲ। ସେହିପରି ସାଇକେଲିଂ, ସ୍କେଟିଂ, କ୍ରିକେଟ, ଚିତ୍ରାଙ୍କନ ସାଙ୍ଗକୁ ବ୍ୟାଣ୍ଡ ଧୁମ୍ ଦେଖିବାକୁ ମିଲିଥିଲା। ପ୍ରଥମ […]

author-image
Rakesh Mallick
ପ୍ରତି ରବିବାର ଭୁବନେଶ୍ୱରରେ ପାଳନ କରାଯିବ ରାହାଗିରି ଦିବସ

rahagiri1

rahagiri1ଭୁବନେଶ୍ୱର: ଏଣିକି ପ୍ରତି ରବିବାର ଭୁବନେଶ୍ୱରରେ ରାହାଗିରି ଦିବସ ପାଳନ କରାଯିବ। ପରୀକ୍ଷାମୂଳକ ଭାବେ ପ୍ରଥମ ଚାରିଟି ରବିବାର ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ଯାଏଁ ପାଳନ କରାଯାଇଥିଲା ଏହି ଦିବସ।rahagiri

Advertisment

ଗତକାଲି ରାହାଗିରି ଦିବସରେ ରୋଜ ଡେ’ ପାଳନ କରାଯାଇଥିଲା। ଏଥର ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲା ରୋଜ ଷ୍ଟଲ୍। ବିଭିନ୍ନ ଷ୍ଟଲରେ ଦେଖିବାକୁ ମିଳିଥିଲା ଏକାଧିକ ପ୍ରଜାତିର ଗୋଲପ ଫୁଲ। ସେହିପରି ସାଇକେଲିଂ, ସ୍କେଟିଂ, କ୍ରିକେଟ, ଚିତ୍ରାଙ୍କନ ସାଙ୍ଗକୁ ବ୍ୟାଣ୍ଡ ଧୁମ୍ ଦେଖିବାକୁ ମିଲିଥିଲା। ପ୍ରଥମ ଚାରିଟି ରବିବାରକୁ ରାହାଗିରି ଦିବସରେ ସଫଳତା ମିଳିଛି। ଫଳରେ ଏଣିକି ପ୍ରତି ରବିବାର ଏହା ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି।