Advertisment

୪୧.୭ ଡିଗ୍ରୀରେ ସିଝିଲା ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସାରା ଏବେ ଅସହ୍ୟ ଖରା ହେଉଥିବା ବେଳେ ଆଜି ୨୧ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଏହାଠୁ ଅଧିକ ରେକର୍ଡ କରାଯାଇଛି। ପୁଣି ତା’ ମଧ୍ୟରୁ ୯ଟି ସ୍ଥାନର ତାପମାତ୍ରା ୪୧ ଡିଗ୍ରୀ ବା ଏହା ଉପରେ ରହିଛି। ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ବର୍ଷ ଏହା ହେଉଛି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା। ସେହିଭଳି ସିଲଭର ସିଟି କଟକର ତାପମାତ୍ରା ଆଜି ୪୧ […]

ଅଦ୍ୟତନ ହୋଇଛି
୪୧.୭ ଡିଗ୍ରୀରେ ସିଝିଲା ରାଜଧାନୀ ଭୁବନେଶ୍ୱର

Hottest

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସାରା ଏବେ ଅସହ୍ୟ ଖରା ହେଉଥିବା ବେଳେ ଆଜି ୨୧ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଏହାଠୁ ଅଧିକ ରେକର୍ଡ କରାଯାଇଛି। ପୁଣି ତା’ ମଧ୍ୟରୁ ୯ଟି ସ୍ଥାନର ତାପମାତ୍ରା ୪୧ ଡିଗ୍ରୀ ବା ଏହା ଉପରେ ରହିଛି।

Advertisment

ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତ ବର୍ଷ ଏହା ହେଉଛି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା। ସେହିଭଳି ସିଲଭର ସିଟି କଟକର ତାପମାତ୍ରା ଆଜି ୪୧ ଡିଗ୍ରୀ ଛୁଇଁଛି।

ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି ଅନୁଗୋଳ। ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୨.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ପଛକୁ ୪୧.୭ ଡିଗ୍ରୀ ସହ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି।

Advertisment

ବାରିପଦା, ବଲାଙ୍ଗିର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଥିବା ଢେଙ୍କାନାଳ, ବୌଦ୍ଧ ଓ ଦେବଗଡ଼ରେ ୪୧.୫ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିଭଳି ଚାନ୍ଦବାଲିରେ ୪୦.୩ ଡିଗ୍ରୀ, ଝାରସୁଗୁଡ଼ାରେ ୪୦.୩, ସମ୍ବଲପୁରରେ ୪୦.୫, ସୁନ୍ଦରଗଡ଼ରେ ୪୦, ଭବାନୀପାଟଣାରେ ୪୦, ଟିଟିଲାଗଡ଼ରେ ୪୦.୪, ତାଳଚେରରେ ୪୦.୩, ଭଦ୍ରକରେ ୪୦.୫, ଯାଜପୁରରେ ୪୦.୨, ନୂଆପଡ଼ାରେ ୪୦.୨, ଜଗତସିଂହପୁରରେ ୪୦.୨ ଓ ସୋନପୁରରେ ୪୦.୭ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ସେହିଭଳି ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ।

Heat Wave Heat Wave In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe