ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ୱର ୯ ତାରିଖରୁ ପୁଣି ସୁରତକୁ ଆରମ୍ଭ ହେବ ବିମାନ ସେବା। ସୁରତରୁ ଅପରାହ୍ନ ସାଢ଼େ ୩ଟାରେ ବାହାରି ୫ଟା ୨୦ରେ ଭୁବନେଶ୍ୱର ପହଞ୍ଚିବ। ସେହିପରି ଭୁବନେଶ୍ୱରରୁ ୪ଟା୨୦ରୁ ବାହାରି ରାତି ୮ଟା ୧୦ରେ ସୁରତରେ ପହଞ୍ଚିବ। ସପ୍ତାହର ସୋମବାର ଓ ବୁଧବାର ସେବା ଯୋଗାଇବ ଏୟାର ଇଣ୍ଡିଆ।
ଗତବର୍ଷ ଭୁବନେଶ୍ୱରରୁ ସୁରତ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା। କିନ୍ତୁ କୋଭିଡ୍ କଟକଣା ପରେ ବିମାନ ଚଳାଚଳ ବନ୍ଦ ରଖାଯାଇଥିଲା। ଯାହାଫଳରେ ସେଠାରେ ଫସି ରହିଥିବା ଲୋକଙ୍କୁ ସ୍ୱତନ୍ତ୍ର ଟ୍ରେନରେ ଘରକୁ ଫେରିବାକୁ ପଡ଼ିଥିଲା। ଏହି ସେବା ଆରମ୍ଭ ହେଲେ ଓଡ଼ିଶାର ବହୁ ଲୋକ ଉପକୃତ ହେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ।
Crime
କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ
କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ ।
Politics
ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି
ଆଜି ପବିତ୍ର ମକର ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Politics
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର! ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ
ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିପାରେ କ୍ଷୀର। ପିଲାଙ୍କୁ ପୋଷଣ ଓ ପ୍ରୋଟିନ୍ ଯୋଗାଇବାକୁ ରାଜ୍ୟ ସରକାର ଏପରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି।