ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଆବର୍ଷରୁ ବାଇକ୍ ଆରୋହୀଙ୍କ ପାଇଁ ଲାଗୁ ହୋଇଛି ନୂଆ ନିୟମ । ରାଜ୍ୟ ସରକାର ବାଇକ ଚାଳକ ଏବଂ ତାଙ୍କ ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ଡବଲ ହେଲମେଟ୍ ବାଧ୍ୟତାମୂଳକ କରିଛନ୍ତି । ତେବେ ଆପଣମାନେ ପିନ୍ଧୁଥିବା ଏହି ହେଲମେଟ୍ କେତେ ସୁରକ୍ଷିତ? ଆପଣ ପିନ୍ଧୁଥିବା ହେଲମେଟ ଶୋଭାବର୍ଦ୍ଧନ ପାଇଁ କି ନା ନିଜ ସୁରକ୍ଷା ପାଇଁ । ବଜାରରେ ବିକ୍ରି ହେଉଥିବା ଭଳି କି ଭଳି ହେଲମେଟକୁ ଦେଖିଲେ ଏଭଳି ପ୍ରଶ୍ନ ଉଠାଇବା ସ୍ୱାଭାବିକ । ଯାହାକୁ ନେଇ ଏବେ ଟୁଇଟ କରି ମତ ରଖିଛି ଭୁବନେଶ୍ୱର ଟ୍ରାଫିକ ଡିସିପି ।
ହେଲମେଟ୍ 🪖 ଆମ ମସ୍ତକର ସୁରକ୍ଷା ପାଇଁ ଉଦ୍ଧିଷ୍ଟ, ଶୋଭା ବର୍ଦ୍ଧନ ପାଇଁ ନୁହେଁ ।
ତେଣୁ ସର୍ବଦା ISI ଚିହ୍ନ ଥିବା ହେଲମେଟ୍ 🪖 ପରିଧାନ କରନ୍ତୁ ଓ ସୁରକ୍ଷିତ ଯାତ୍ରା କରନ୍ତୁ ।@DGPOdisha @odisha_police @SarangiSudhansu @dcpbbsr @dcp_cuttack pic.twitter.com/2kKo6pyvTi— DCP TRAFFIC, BHUBANESWAR-CUTTACK (@DCP_TRAFFIC) January 5, 2021
କିଭଳି ହେଲମେଟ ପିନ୍ଧିବାଲେ ଜଣେ ସୁରକ୍ଷିତ ରହିପାରିବ ସେ ନେଇ ଟ୍ରାଫିକ ପୁଲିସ ଲୋକଙ୍କୁ ସତର୍କ କରାଇଛି । ସର୍ବଦା ଆଇଏସଆଇ ହଲମାର୍କ ଥିବା ହେଲମେଟ ପିନ୍ଧିବା ପାଇଁ ଟ୍ରାଫିକ ଡିସିପି ଟୁଇଟ କରି ସୂଚନା ଦେଇଛି । ସେ ଲୋକଙ୍କୁ ଆଇଏସଆଇ ହେଲମେଟ ପିନ୍ଧନ୍ତୁ ଓ ସୁରକ୍ଷିତ ଯତ୍ରା କରନ୍ତୁ ବୋଲି ସଚେତନ କରାଇଛନ୍ତି। ଭଲ କ୍ୱାଲିଟି ତଥା ଆଇଏସଆଇ ମାର୍କ ଥିବା ହେଲମେଟ ଦୁର୍ଘଟଣା ବେଳେ ପ୍ରାୟ ୭୦ ପ୍ରତିଶତ ଯାଏଁ ଜଣେ ବ୍ୟକ୍ତିର ମୁଣ୍ଡକୁ ସୁରକ୍ଷିତ ରଖିବାରେ ସହାୟକ ହେବ । ଏହାଦ୍ୱାରା ନିଜେ ବଞ୍ଚିବା ସହ ନିଜ ପରିବାରର ମଧ୍ୟ ଜୀବନ ବଞ୍ଚାଇପାରିବେ ବୋଲି ଟ୍ରାଫିକ ପୁଲିସ କହିଛି ।
କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁଯାୟୀ ଗାଡି ଚଲାଇବା ବେଳେ ରୋଡ ସେପ୍ଟି ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ହେଲମେଟ ପରିଧାନ କରିବା ଦ୍ୱାରା ଆମେ ସୁରକ୍ଷିତ ରହିବା ସହ ଅନ୍ୟକୁ ମଧ୍ୟ ସୁରକ୍ଷିତ ରଖିପାରିବା । ଏଥିସହ ଦୁର୍ଘଟଣା ଜନିତ ଆଘାତରୁ ମଧ୍ୟ ରକ୍ଷା ପାଇପାରିବା ବୋଲି ଟ୍ରାଫିକ ପୁଲିସ କହିଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।