Advertisment

କାଲିଠୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍

ବନ୍ଦେ ଭାରତ ଏକ୍ସପ୍ରେସ ଗୁରୁବାରକୁ ଛାଡ଼ି ସପ୍ତାହର ବାକି ଅନ୍ୟ ସବୁ ଦିନ ଚାଲିବ।

ଅଦ୍ୟତନ ହୋଇଛି
vande bharat express

vande bharat express

Advertisment

ଆସନ୍ତାକାଲି ଠାରୁ ପୁରୀରୁ ହାୱଡା ଅଭିମୁଖେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ। ତା’ପୂର୍ବରୁ ଟ୍ରେନର ସମୟ
ସାରଣୀ ଆସିଛି ।

Advertisment

ବନ୍ଦେ ଭାରତ ଏକ୍ସପ୍ରେସ ଗୁରୁବାରକୁ ଛାଡ଼ି ସପ୍ତାହର ବାକି ଅନ୍ୟ ସବୁ ଦିନ ଚାଲିବ। ପୁରୀରୁ ଏହି ଟ୍ରେନ୍ ଦିନ ଗୋଟାଏ ୫୦ରେ ଛାଡ଼ିବ ଓ ସେହି ଦିନ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ। ସେହିଭଳି ହାୱଡ଼ାରୁ ସକାଳ ୬ଟା ୧୦ରେ ହାୱଡା ଷ୍ଟେସନରୁ ବାହାରି ୧୨ଟା
୩୫ରେ ପୁରୀରେ ପହଞ୍ଚିବ।

ପୁରୀରୁ ଟ୍ରେନ୍ ଛାଡ଼ିଲେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର ରୋଡ୍, ଭଦ୍ରକ, ବାଲେଶ୍ୱର ଓ ଖଡ଼ଗପୁର ଷ୍ଟେସନରେ ରହିବ। ଚେନ୍ନାଇ ପେରାମ୍ବୁର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମତ ଏହି ବନ୍ଦେ ଭାରତ ଏକ୍ସପ୍ରେସରେ ରହିଛି ୧୬ଟି କୋଚ୍। ଏହା ଘଣ୍ଟାପ୍ରତି ୧୮୦ କିମି ବେଗରେ ଚାଲିବ।

Advertisment
Bhubaneswar Vande Bharat Express
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe