Advertisment

ଆଜି ଓଡ଼ିଶା ଆସିବେ ଜେ.ପି ନଡ୍ଡା,ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର

୨୩ ତାରିଖରେ ନଡ୍ଡା ଭବାନୀପାଟଣାରେ ମାଆ ମାଣିକେଶ୍ୱରୀ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିବେ।

author-image
Tapaswini Nayak
Jp nadda

Jp nadda

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ନଡ୍ଡାଙ୍କ ଦୁଇଦିନିଆ ଗସ୍ତକୁ ନେଇ ପୂରା ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା। ଆଜି ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିବେ ନଡ୍ଡା। ଝାରସୁଗୁଡା ବିମାନବନ୍ଦରରୁ ଝାରସୁଗୁଡା ଦଳୀୟ ଜିଲ୍ଲା କାର୍ଯ୍ୟାଳୟକୁ ଯିବେ।

Advertisment

ଝାରସୁଗୁଡାଠାରେ ବରଗଡ ଲୋକସଭା କ୍ଷେତ୍ରରେ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିବେ ନଡ୍ଡା। ତା’ପରେ ବୁର୍ଲା ଯାଇ ସେଠାରେ ରାତ୍ରଯାପନ କରିବେ। ୨୩ ତାରିଖରେ ନଡ୍ଡା ଭବାନୀପାଟଣାରେ ମାଆ ମାଣିକେଶ୍ୱରୀ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିବେ। ପରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ମହା ଜନସଂପର୍କ ସମାବେଶରେ ଯୋଗଦେବେ।

ଏହାପରେ ସର୍କିଟ ହାଉସରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀଙ୍କୁ ଭେଟିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଶେଷରେ ଭବାନୀପାଟଣା ଟାଉନ ହଲରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନଡ୍ଡାଙ୍କ ଏହି ଗସ୍ତ ବିଜେପି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି ।

Advertisment
Bhubaneswar State Bjp