ରାଜଧାନୀରେ ରେଲୱେ ଅଧିକାରୀ ମନୋରଞ୍ଜନ ପଣ୍ଡାଙ୍କ ଘରେ ପଶି କଳାକନା ବୁଲାଇଦେଲେ ଦୁବୃର୍ତ୍ତ। ଏନେଇ ମୈତ୍ରୀ ବିହାର ଥାନାରେ ମନୋରଞ୍ଜନ ଅଭିଯୋଗ କରିଛନ୍ତି। ଲୁଟେରାମାନେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ମନୋରଞ୍ଜନ ପଣ୍ଡା ଇଷ୍ଟକୋଷ୍ଟ ରେଲୱେରେ ଏଡିଜିଏମ୍ ଭାବେ କାର୍ଯ୍ୟ କରନ୍ତି।
ମନୋରଞ୍ଜନଙ୍କ ଅଭିଯୋଗ ଅନୁସାରେ, ଘରେ କହି ନଥିବା ବେଳେ ଲୁଟେରାମାନେ ତାଲା ଭାଙ୍ଗି ଘରେ ପଶିଥିଲେ। ପରେ ଆଲମାରି ଭାଙ୍ଗି ନଗଦ ଟଙ୍କା ଓ ସୁନା ଅଳଙ୍କାର ସମେତ ଦାମୀ ଗିଫ୍ଟ ନେଇ ଚମ୍ପଟ ମାରିଥିଲେ।
Also Read
ଅଭିଯୋଗ ପରେ ପୁଲିସ ଆଖପାଖର ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ କରୁଛି। ରେଲୱେ କଲୋନୀରେ ସୁରକ୍ଷା ବ୍ୟବସ୍ଥା ଏତେ କଡ଼ାକଡ଼ା ଥିବା ସ୍ୱତ୍ତେ ଲୁଟେରାମାନେ କିପରି ରେଲୱେ ଅଧିକାରୀଙ୍କ ଘରେ ପଶି ଲୁଟ୍ କଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଏବେ 'ଟୁଇନ୍ ସିଟି' ନୁହେଁ, 'ଟ୍ରାଇ ସିଟି'ର ବିକାଶ କରିବେ ସରକାର
ପୁରୀ, କଟକ ଓ ଭୁବନେଶ୍ୱରକୁ ନେଇ ଟ୍ରାଇ ସିଟି ଗଠନ କରାଯିବ। ସହରାଞ୍ଚଳରେ ଟ୍ରାଫିକ ସମସ୍ୟା ଦୂର ପାଇଁ ନିର୍ମାଣ ହେବ ଅଧିକ ନୂଆ ରିଂ ରୋଡ୍ ଏବଂ ଓଭର ବ୍ରିଜ।
Miscellaneous
ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ଭୁବନେଶ୍ୱରରେ ପଥଉତ୍ସବ ସହ ରାତିରେ ଖୋଲା ରହିବ ମାର୍କେଟ
ଜାନୁଆରୀ ୮ରୁ ୧୦ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଆୟୋଜନ ହେବ ପ୍ରବାସୀ ଭାରତୀୟ ଦିବସ। ସମାରୋହ ପାଇଁ ଭୁବନେଶ୍ୱର ସହରର ୫୫ଟି ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Miscellaneous
ନବୀନ ନିବାସ ଆଗ ରାସ୍ତାରୁ ହଟିବ ଅବରୋଧ?
ପୋଖରୀପୁଟରୁ ପୂନାମା ଗେଟ୍ ଓ ନବୀନ ନିବାସ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଚଉଡ଼ା ହେଉଛି। ଏଥିପାଇଁ ଏବେ ଏୟାରପୋର୍ଟକୁ ଲାଗିଥିବା ଅବରୋଧଗୁଡ଼ିକୁ ହଟାଯାଉଛି।
Miscellaneous
ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ
ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଶ୍ରମିକ ଉପକାର ପାଇବେ।