Advertisment

ରେଲୱେ ଅଧିକାରୀଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ମନୋରଞ୍ଜନ ପଣ୍ଡା ଇଷ୍ଟକୋଷ୍ଟ ରେଲୱେରେ ଏଡିଜିଏମ୍‌ ଭାବେ କାର୍ଯ୍ୟ କରନ୍ତି।

ଅଦ୍ୟତନ ହୋଇଛି
Rail Vihar

Rail Vihar

Advertisment

ରାଜଧାନୀରେ ରେଲୱେ ଅଧିକାରୀ ମନୋରଞ୍ଜନ ପଣ୍ଡାଙ୍କ ଘରେ ପଶି କଳାକନା ବୁଲାଇଦେଲେ ଦୁବୃର୍ତ୍ତ। ଏନେଇ ମୈତ୍ରୀ ବିହାର ଥାନାରେ ମନୋରଞ୍ଜନ ଅଭିଯୋଗ କରିଛନ୍ତି। ଲୁଟେରାମାନେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ମନୋରଞ୍ଜନ ପଣ୍ଡା ଇଷ୍ଟକୋଷ୍ଟ ରେଲୱେରେ ଏଡିଜିଏମ୍‌ ଭାବେ କାର୍ଯ୍ୟ କରନ୍ତି।

Advertisment

ମନୋରଞ୍ଜନଙ୍କ ଅଭିଯୋଗ ଅନୁସାରେ, ଘରେ କହି ନଥିବା ବେଳେ ଲୁଟେରାମାନେ  ତାଲା ଭାଙ୍ଗି ଘରେ ପଶିଥିଲେ। ପରେ ଆଲମାରି ଭାଙ୍ଗି ନଗଦ ଟଙ୍କା ଓ ସୁନା ଅଳଙ୍କାର ସମେତ ଦାମୀ ଗିଫ୍ଟ ନେଇ ଚମ୍ପଟ ମାରିଥିଲେ।

ଅଭିଯୋଗ ପରେ ପୁଲିସ ଆଖପାଖର ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ କରୁଛି। ରେଲୱେ କଲୋନୀରେ ସୁରକ୍ଷା ବ୍ୟବସ୍ଥା ଏତେ କଡ଼ାକଡ଼ା ଥିବା ସ୍ୱତ୍ତେ ଲୁଟେରାମାନେ କିପରି ରେଲୱେ ଅଧିକାରୀଙ୍କ ଘରେ ପଶି ଲୁଟ୍ କଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment
Bhubaneswar Railway Colony
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe