Advertisment

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତରେ ହେବ।

author-image
Tapaswini Nayak
ଅଦ୍ୟତନ ହୋଇଛି
low-pressure

low-pressure

ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମିଆଁମାର ଉପକୂଳରେ ଏହି ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

Advertisment

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରଟି ସୁଦୃଶ୍ୟ ଲଘୁଚାପରେ ପରିଣତରେ ହେବ। ସୁଦୃଶ୍ୟ ଲଘୁଚାପ ପରିଣତ ହେବାପରେ ଏହା ପ୍ରଭାବ କ’ଣ ରହିବ ଓ ଏହା କେଉଁ ଦିଗ ଦେଇ ଗତି କରିବ ସ୍ପଷ୍ଟ ହେବ।

ଲଘୁଚାପ କ୍ଷେତ୍ରର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଭାରତୀୟ ପାଣିବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ମିଆଁମାର ଓ ତାର ଆଖପାଖ ଅଞ୍ଚଳରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।

Advertisment

ସୂଚନାଯୋଗ୍ୟ, ରାଜ୍ୟରେ ଅସହ୍ୟ ଗୁଳିଗୁଳି ହେବା ସହ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳୁ ୮ଟା ପରେ ଘରୁ ବାହାରି କଷ୍ଟକର ହୋଇପଡ଼ୁଛି। ଗତକାଲି ସମ୍ବଲପୁର ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।

Bhubaneswar Weather Report