Advertisment

ସଜେଇ ହୋଇଛି ମୟୂରଭଞ୍ଜ, ଆଜି ଜନ୍ମମାଟିକୁ ଆସୁଛନ୍ତି ମହାମହିମ

ଦେଶର ପ୍ରଥମ ନାଗରିକଙ୍କୁ ନିଜ ଜନ୍ମମାଟି ପାହାଡପୁରରେ ଦେଖିବାକୁ ନିଜ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
President Draupadi murmu

President ‌Draupadi murmu

Advertisment

ଆଜିଠୁ ୩ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ। ଏଥିପାଇଁ ସଜେଇ ହୋଇଛି ସମଗ୍ର ମୟୂରଭଞ୍ଚ। ଦେଶର ପ୍ରଥମ ନାଗରିକଙ୍କୁ ନିଜ ଜନ୍ମମାଟି ପାହାଡପୁରରେ ଦେଖିବାକୁ ନିଜ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।

Advertisment

ରାଷ୍ଟ୍ରପତି ବାଦାମପାହାଡ ହେଲିପ୍ୟାଡରେ ସକାଳ ପ୍ରାୟ ୧୦ଟା ୧୫ରେ ପହଞ୍ଚିବା ପରେ ନିଜେ ପ୍ରତିଷ୍ଠା କରିଥିବା ଶ୍ୟାମ-ଲିପୁନ-ସିପୁନ ବା SLS ସ୍କୁଲ ଗସ୍ତ କରିବେ। ପରେ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜା କରିବେ ରାଷ୍ଟ୍ରପତି।

ସ୍କୁଲରେ ୧୨୦ ଜଣ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଭେଟିବା ସହ ଶହେରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏପଟେ ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ରହିଛି ପାହାଡପୁରର ପୂଜାସ୍ଥଳ ଗୋଷାଣୀ। ଏଠାରେ ଆଦିବାସୀ ରୀତିନୀତିରେ ପୂଜା କରିବେ ରାଷ୍ଟ୍ରପତି। ଦିନ ପ୍ରାୟ ଗୋଟାଏରେ ପାହାଡପୁରରୁ ଗାଡ଼ିରେ ସିଧାସଳଖ ସାତପୁଟିଆକୁ ଯିବେ ରାଷ୍ଟ୍ରପତି। ସେଠାରେ ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ନିଶାମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି।।

Advertisment

ଆଜି ସେ ମହୁଲଡିହାସ୍ଥିତ PWD ବଙ୍ଗଳାରେ ରାତ୍ରିଯାପନ କରିବେ। ମେ’ ୫ ତାରିଖରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷୀକି ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ହେଲିକପ୍ଟରରେ ସିଧା ଯିବେ ଶିମିଳିପାଳ ଅଭୟାରଣ୍ୟ। ସ୍ୱତନ୍ତ୍ର ଗାଡ଼ିରେ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟର ବରେହିପାଣି ଓ ଚହଲା ବୁଲିବାର କାର୍ଯ୍ୟକ୍ରମ ରହିଛି।

President Droupadi Murmu's District Mayurbhanj Droupadi Murmu Draupadi Murmu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe