Advertisment

ଦାଦାବଟିକୁ ନେଇ ରାଜଧାନୀରେ ହଣାକଟା, ୩ ଆହତ

ଗତକାଲି ରାତିରେ ୪ଜଣ ଦୁର୍ବୃତ୍ତ ଆସି ଦୋକାନୀମାନଙ୍କୁ ଦାଦାବଟି ମାଗିଥିଲେ।

Bharatpur Vlolence

Bharatpur Vlolence

Advertisment

ଦାଦାବଟିକୁ ନେଇ ରାଜଧାନୀରେ ହଣାକଟା ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ଭରତପୁର ଥାନା ଅନ୍ତର୍ଗତ ନୂଆଗାଁରେ ଏହି ଘଟଣା ଘଟିଛି। ୩ ଜଣ ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ଭରତପୁର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ଗୁରୁତର ବ୍ୟକ୍ତିଙ୍କ ଭାଇ ମୁନା ମୁଦୁଲି କହିଛନ୍ତି, ଗତକାଲି ରାତିରେ ମୋ ଭାଇ ଦୋକାନରେ ଥିବାବେଳେ ଶ୍ୟାମପୁରର ପିଣ୍ଟା, ଗୁଡୁ, ବାପି ଓ ଭାରତପୁର ଚନ୍ଦୁ ଆସି ମୋ ଭାଇକୁ ଦାଦା ବଟି ମାଗିଥିଲେ। ମୋ ଭାଇ ବଟି ଦେବାକୁ  ଅରାଜି ହେବାରୁ ତାକୁ ଧମକଚମକ ଦେଇଥିଲେ। ମୋ ଭାଇ ମୋତେ ଫୋନ୍ କରି ଜଣାଇବାରୁ ମୁଁ ଘଟଣାସ୍ଥଳରେ ପହଞ୍ଚିଥିଲି। କାହିଁକି ବଟି ମାଗୁଛ ବୋଲି କହିବାରୁ ସେମାନେ ଆମ ୩ଜଣଙ୍କୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ପରେ ମୋ ବେକରୁ ଚେନ୍‌ ଓ ମୋ ପାଖରେ ଥିବା ଟଙ୍କା ପଇସା ନେଇ ପଳାଇଥିଲେ। ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି।

ତ୍ରିନାଥ ବଜାର ବ୍ୟବସାୟୀ ସଂଘ ସଭାପତି ରାକେଶ ମହାନ୍ତି କହିଛନ୍ତି, ସେମାନେ ସବୁବେଳେ ଛକରେ ଆସି ବୁଲାବୁଲି କରନ୍ତି। ଗତକକାଲି ସେମାନେ ଆସି କିଛି ଦୋକାନୀ ଭାଇଙ୍କୁ ବଟି ମାଗିଥିଲେ। ବଟି ନ ଦେବାରୁ ସେମାନଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। 

Advertisment
Bhubaneswar Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe