Advertisment

ଅଳଙ୍କାରର ୟୁଟ୍ୟୁବ ଚ୍ୟାନେଲକୁ ଅଭୂତପୂର୍ବ ସଫଳତା; ୬ମାସରେ ୧ ଲକ୍ଷ ୨୮ ହଜାର ସବସ୍କ୍ରାଇବର

ଅଳଙ୍କାରର ୟୁଟ୍ୟୁବ ଚ୍ୟାନେଲରେ ଲମ୍ବା ଭିଡିଓ ସହିତ ସର୍ଟସ ମଧ୍ୟ ଦେଖିହେବ। ଏହା ସହିତ ଯାତ୍ରା, ଫିଲ୍ମର ସିନ୍, ଗୀତ, କମେଡି ମଧ୍ୟ ଦେଖିପାରିବେ ଦର୍ଶକ।

ଅଦ୍ୟତନ ହୋଇଛି
Celebration

Celebration

Advertisment

 ଓଡ଼ିଶା ଟେଲିଭିଜନ ନେଟୱର୍କର ଅଳଙ୍କାରର ୟୁଟ୍ୟୁବ ଚ୍ୟାନେଲକୁ ମିଳିଛି ଅଭୂତପୂର୍ବ ସଫଳତା। ମାତ୍ର ୬ମାସରେ ଏହାର ୧ଲକ୍ଷ ୨୮ ହଜାର ସବସ୍କ୍ରାଇବର ହୋଇଛନ୍ତି। ଏହି ସଫଳତା ପାଇଁ ଅଫିସ ପରିସରରେ କେକ୍ କାଟି ସେଲିବ୍ରେସନ କରାଯାଇଛି।

Advertisment

ଅଳଙ୍କାର ଚ୍ୟାନେଲର ମୁଖ୍ୟ ଦେବୀଦତ୍ତ ମହାନ୍ତି କହିଛନ୍ତି, ଏତେ କମ୍ ଦିନ ଭିତରେ ଲକ୍ଷେରୁ ଅଧିକ ସବସ୍କ୍ରାଇବର ହେବା ଏକ ବଡ଼ ସଫଳତା। ଏଥିପାଇଁ ପୁରା ଟିମ୍‌କୁ ଓ ଦର୍ଶକମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଭଲ କଣ୍ଟେଣ୍ଟ ପାଇଁ ଏହି ଲୋକପ୍ରିୟତା ମିଳିଥିବା ସେ କହିଛନ୍ତି ।

ଚଳଚ୍ଚିତ୍ର ଓ ଯାତ୍ରା ପାଇଁ ଅଳଙ୍କାର ବେଶ୍ ଲୋକପ୍ରିୟତା ଅର୍ଜନ କରିଛି। ଯୁବପୀଢ଼ିକୁ ଚାହିଦାକୁ ଲକ୍ଷ୍ୟରେ ରଖି ଏହାର ୟୁଟ୍ୟୁବ ଚ୍ୟାନେଲ କରାଯାଇଥିଲା, ଯାହାକି ଦର୍ଶକଙ୍କ ମହଲରେ ଆଦୃତ ହୋଇ ପାରିଛି। ଅଳଙ୍କାରର ୟୁଟ୍ୟୁବ ଚ୍ୟାନେଲରେ ଲମ୍ବା ଭିଡିଓ ସହିତ ସର୍ଟସ ମଧ୍ୟ ଦେଖିହେବ। ଏହା ସହିତ ଯାତ୍ରା, ଫିଲ୍ମର ସିନ୍, ଗୀତ, କମେଡି ମଧ୍ୟ ଦେଖିପାରିବେ ଦର୍ଶକ।

Advertisment
Bhubaneswar Otv Alankar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe