Advertisment

୧୦ ବରିଷ୍ଠ ଆଇଏଏସଙ୍କୁ ଆକାଂକ୍ଷା ଜିଲ୍ଲା ଦାୟିତ୍ୱ, ୪୯ଟି ମାନଦଣ୍ଡର କରିବେ ତଦାରଖ

ଏହି ଅଫିସରମାନେ ସମ୍ପୃକ୍ତ ୧୦ଟି ଆକାଂକ୍ଷା ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଖାଦ୍ୟ, ଶିକ୍ଷା, କୃଷି ଓ ଜଳସମ୍ପଦ, ବିତ୍ତୀୟ ସମାବେଶ ଓ ଦକ୍ଷତା ବିକାଶ ଏବଂ ମୌଳିକ ଭିତ୍ତିଭୂମି ଭଳି ୫ଟି କ୍ଷେତ୍ରର ୪୯ଟି ମାନଦଣ୍ଡର ପ୍ରଦର୍ଶନକୁ ତଦାରଖ କରିବେ ।

Loka Seva Bhawan

Loka Seva Bhawan

Advertisment

ରାଜ୍ୟ ସରକାର ୧୦ଟି ଆକାଂକ୍ଷା ଜିଲ୍ଲାର ଇନଚାର୍ଜ ଭାବେ ୧୦ଜଣ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଏହି ଅଫିସରମାନେ ସମ୍ପୃକ୍ତ ୧୦ଟି ଆକାଂକ୍ଷା ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଖାଦ୍ୟ, ଶିକ୍ଷା, କୃଷି ଓ ଜଳସମ୍ପଦ, ବିତ୍ତୀୟ ସମାବେଶ ଓ ଦକ୍ଷତା ବିକାଶ ଏବଂ ମୌଳିକ ଭିତ୍ତିଭୂମି ଭଳି ୫ଟି କ୍ଷେତ୍ରର ୪୯ଟି ମାନଦଣ୍ଡର ପ୍ରଦର୍ଶନକୁ ତଦାରଖ କରିବେ । ଜିଲ୍ଲାରେ ଏହି ୪୯ଟି ମାନଦଣ୍ଡର ପ୍ରଦର୍ଶନକୁ ସମ୍ପୃକ୍ତ ଅଫିସରମାନେ ମାସିକ, ତ୍ରୈମାସିକ ଓ ବାର୍ଷିକ ଭିତ୍ତିରେ ତଦାରଖ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ବୋଲି ଜଣାପଡ଼ିଛି । ଓଡ଼ିଶାରେ ମୋଟ ୧୦ଟି ଆକାଂକ୍ଷା ଜିଲ୍ଲା ରହିଛି ।

Advertisment

ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପଂଚାୟତିରାଜ ସଚିବ ସୁଶୀଲ କୁମାର ଲୋହାନୀଙ୍କୁ ବଲାଙ୍ଗିର, ଶ୍ରମ ସଚିବ ଆର.ସନ୍ଥଗୋପାଳନଙ୍କୁ ଢେଙ୍କାନାଳ, ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଚିତ୍ରା ଅରୁମୁଗମଙ୍କୁ ଗଜପତି, ପଂଚାୟତିରାଜ ସ୍ପେଶାଲ ପ୍ରୋଜେକ୍ଟ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆଙ୍କୁ କଳାହାଣ୍ଡି, ମତ୍ସ୍ୟ ଓ ପଶୁସମ୍ପଦ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ କନ୍ଧମାଳ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ କୋରାପୁଟ, ସମବାୟ ପ୍ରମୁଖ ସଚିବ ସଞ୍ଜୀବ କୁମାର ଚଢ଼ାଙ୍କୁ ମାଲକାନଗିରି, ସାମାଜିକ କଲ୍ୟାଣ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କୁ ନୂଆପଡ଼ା ଓ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କୁ ରାୟଗଡ଼ା ଜିଲ୍ଲାର ଇନଚାର୍ଜ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି ।

ସମ୍ପୃକ୍ତ ଅଫିସରମାନେ ନିୟମିତ ଜିଲ୍ଲା ଗସ୍ତ କରି ଏସବୁ ଜିଲ୍ଲାର ବିଭିନ୍ନ ମାନଦଣ୍ଡର ନିୟମିତ ସମୀକ୍ଷା କରିବେ । ସମ୍ପୃକ୍ତ ଜିଲ୍ଲାରେ ସବୁଦିନିଆ ରାସ୍ତା, ସବୁ ଘରକୁ ଶୌଚାଳୟ, ପିଇବା ପାଣି, ବିଦ୍ୟୁତ ସଂଯୋଗ, ଛାତ ଘର , ପଂଚାୟତକୁ ଇଂଟରନେଟ୍ ସୁବିଧା ଆଦି ଭଳି ମୌଳିକ ସୁବିଧା ସହ ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା, ବିଭିନ୍ନ ସରକାରୀ ଯୋଜନାରେ ସାଧାରଣ ଲୋକଙ୍କୁ ସାମିଲ ଆଦିର ମଧ୍ୟ ତଦାରଖ ଏହି ଅଫିସରମାନେ ନିୟମିତ ଭାବେ କରିବେ । ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ମୋଟ ୪୯ଟି ଦିଗ ଉପରେ ନିୟମିତ ପ୍ରଦର୍ଶନକୁ ତଦାରଖ କରିବା ପାଇଁ ଏହି ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment
Odisha Governance Odisha Ias Officers
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe