Advertisment

ସରିଲା ମାଟ୍ରିକ ପରୀକ୍ଷା, ୩ରୁ ଖାତା ଦେଖା

ଖାତା ଦେଖା ଆରମ୍ଭ ହେବା ପୂର୍ବରୁ ଶିକ୍ଷକମାନଙ୍କୁ ଟ୍ରେନିଂ ଦିଆଯିବ । ଏହାପରେ ୩ ତାରିଖରୁ ଖାତାଦେଖା ଆରମ୍ଭ ହେବ । ଖାତା ଦେବା ପ୍ରକ୍ରିୟା ୪୫ ଦିନ ସମୟ ଅବଧୀ ମଧ୍ୟରେ ଶେଷ ହେବ । ତେବେ ମାଟ୍ରିକ ରେଜଲ୍ଟ କେବେ ବାହାରିବ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

ଅଦ୍ୟତନ ହୋଇଛି
Exam

Exam

Advertisment

ଗତ ୧୦ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି। ଆସନ୍ତା ୩ ତାରିଖରୁ ଆରମ୍ଭ ହେବ ଖାତାଦେଖା । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ଆସନ୍ତା ୩ ତାରିଖରୁ ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବ ବୋଲି ସେ ସୂଚନା ଦେଇଛନ୍ତି।

Advertisment

ଖାତା ଦେଖା ଆରମ୍ଭ ହେବା ପୂର୍ବରୁ ଶିକ୍ଷକମାନଙ୍କୁ ଟ୍ରେନିଂ ଦିଆଯିବ । ଏହାପରେ ୩ ତାରିଖରୁ ଖାତାଦେଖା ଆରମ୍ଭ ହେବ । ଖାତା ଦେବା ପ୍ରକ୍ରିୟା ୪୫ ଦିନ ସମୟ ଅବଧି ମଧ୍ୟରେ ଶେଷ ହେବ । ତେବେ ମାଟ୍ରିକ ରେଜଲ୍ଟ କେବେ ବାହାରିବ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି। ପରୀକ୍ଷାକୁ ଯେପରି ସୁବ୍ୟବସ୍ଥିତ ଢଙ୍ଗରେ ସୁପରିଚାଳନା କରାଗଲା, ଖାତା ଦେଖାକୁ ବି ସେପରି ତ୍ରୁଟିମୁକ୍ତ କରାଯିବା ଉପରେ ଗୁରୁତ୍ୱାରୋପ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। 

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ୩୧୬ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ କରାଯାଇଥିଲା।

Advertisment

ମାଓ ପ୍ରଭାବିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା। ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଏହା ସତ୍ତ୍ୱେ କିଛି ସ୍ଥାନରେ ବିଭ୍ରାଟର ଖବର ଆସିଥିଲା । ପ୍ରଶ୍ନପତ୍ର ଭାଇରାଲ ହେବା ସହ ପ୍ରଶ୍ନପତ୍ରରେ ତ୍ରୁଟି ପରିଲିକ୍ଷିତ ହୋଇଥିଲା। ମାତ୍ର ବୋର୍ଡ କର୍ତ୍ତୃପକ୍ଷ ଚଳିତ ପରୀକ୍ଷାରେ କିଛି ପ୍ରଶ୍ନପତ୍ର ଭାଇରାଲ ହୋଇନି ବୋଲି ସ୍ପଷ୍ଟ କରି ସାରିଛନ୍ତି। କେବଳ କିଛି ଜାଗାରେ ମୁଦ୍ରଣଜନିତ ତ୍ରୁଟି ଦେଖା ଯାଇଥିବା ବୋର୍ଡ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି। ତେବେ ଏଥିଯୋଗୁ ଛାତ୍ରଛାତ୍ରୀ ବିଚଳିତ ହେବାର ଆବଶ୍ୟକତା ନାହିଁ, ସେମାନଙ୍କୁ ଉପଯୁକ୍ତ ମାର୍କ ମିଳିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। 

Matric Exam 10th Exam Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe