Advertisment

୨୮୪୧ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

୩୭୨୧ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିପାରିବ

ଅଦ୍ୟତନ ହୋଇଛି
undefined

Lokaseva Bhaban

Advertisment

ରାଜ୍ୟରେ ଆଉ ୨୮୪୦.୭୩ କୋଟି ଟଙ୍କାର ୧୧ଟି ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟିଙ୍କ ଅନୁମୋଦନ ମିଳିଛି । ଏହାଦ୍ୱାରା ୩୭୨୧ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିପାରିବ । ଏହି ମୋଟ ନିବେଶ ପ୍ରସ୍ତାବ ମଧ୍ୟରେ ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଦେଇଥିବା ୯ଟି କମ୍ପାନୀର ପ୍ରକଳ୍ପ ସାମିଲ ରହିଛି ।

Advertisment

ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟିର ୧୧୭ତମ ବୈଠକରେ ଯେଉଁ ୧୧ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି ସେଥିରେ ରସାୟନ ଓ ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ୟାକେଜିଂ, ବୟନ ଓ ପୋଷାକ, ପର୍ଯ୍ୟଟନ, ଅକ୍ଷୟ ଶକ୍ତି, ଆଲୁମିନିୟମ, ଆଲୁମିନିୟମ ଆଧାରିତ ଇସ୍ପାତ ସହ ସଂଯୁକ୍ତ ଶିଳ୍ପ ଆଦି ସାମିଲ ରହିଛି । ଏସବୁ ପ୍ରକଳ୍ପ  ବଲାଙ୍ଗିର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରକଳ୍ପ ସ୍ଥାପନ ହେବ ।

ମୟୂରଭଞ୍ଜର ଜାମଦାଠାରେ ୮୯୬.୯୮କୋଟି ଟଙ୍କାର ପୁଞ୍ଜିନିବେଶରେ ଏକ ଇସ୍ପାତ କାରଖାନା ସ୍ଥାପନ ପାଇଁ ଆରସିଆର ଷ୍ଟିଲ ୱାର୍କସ ପ୍ରାଃ ଲିମିଟେଡ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୭୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ସେହିପରି ରାୟଗଡ଼ା ଜିଲ୍ଲାରେ ଉତ୍କଳ ଆଲୁମିନା ଇଂଟରନ୍ୟାସନାଲ ଲିମିଟେଡ୍ ଓ ସମ୍ବଲପୁରର ଲାପଙ୍ଗାସ୍ଥିତ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ ଅତିରିକ୍ତ ଏକ ହଜାର କୋଟି ଟଙ୍କା ବିନିଯୋଗ ହେବ ଓ ୫୦୦ରୁ ଅଧିକ ନିଯୁକ୍ତି ସୁଯୋଗ ମିଳିବ ।

Advertisment

ସେହିପରି ଗଞ୍ଜାମ ଜିଲ୍ଲାରେ ଚିଲିକା ହ୍ରଦସ୍ଥିତ ସୋମାଲୋ ଦ୍ୱୀପରେ ୨୨୮.୪୫କୋଟି ଟଙ୍କା ବିନିଯୋଗରେ ଏକ ରିସୋର୍ଟ ପ୍ରତିଷ୍ଠା ପାଇଁ ମହିନ୍ଦ୍ରା ହଲିଡେଜ୍ ଆଣ୍ଡ ରିସର୍ଟସ ଇଣ୍ଡିଆ ଲିମିଟେଡର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୨୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଆୟନ ଏକ୍ସଚେଞ୍ଜ(ଇଣ୍ଡିଆ) ଲିମିଟେଡ୍ ୩୦୩ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ୨୫ହଜାର ମେଟ୍ରିକ ଟନ୍ ଜଳ ବିଶୋଧନ କେମିକାଲ ଓ ୩୦ହଜାର ମେଟ୍ରିକ ଟନ୍ ମନୋମର ଓ ପଲିମର୍ସ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି । ଏଥିରେ ୧୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ସେହିପରି ଇଣ୍ଡିଆନ ଷ୍ଟିଚେସ୍ ପ୍ରାଇଭେଟ୍ ଲିମିଟେଡ୍ ୧୦୦କୋଟି ଟଙ୍କା ବିନିଯୋଗରେ ଏକ ଫେବ୍ରିକ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରିବ । ଏହାଦ୍ୱାରା ରାଜ୍ୟରେ ହଜାରରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଖୋର୍ଦ୍ଧାରେ ଫୁଡ୍ ପ୍ରୋସେସିଂ ଓ ପ୍ୟାକେଜିଂ ୟୁନିଟ୍ ସ୍ଥାପନ ପାଇଁ ତାଜ୍ ସାଟସ୍ ଲିମିଟେଡର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ୫୧କୋଟି ଟଙ୍କା ବ୍ୟୟ ହେବ ଓ ୨୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି ।

CS Pardeep Jena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe