Advertisment

ରାଜ୍ୟର ୧୧ ହଜାର ୭୧୦ ସ୍କୁଲ ଅନ୍ଧାରରେ

ରାଜ୍ୟରେ ଶିକ୍ଷକ ଅଭାବ ଓ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତିକରଣ ହୋଇଥିବା ୫ଟି ସ୍କୁଲ ଗୁଡିକ ପେମେଣ୍ଟ ହୋଇନଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଓ ଶାସକ ଦଳର ବିଧାୟକ।

ଅଦ୍ୟତନ ହୋଇଛି
Samir Ranjan Dash

Samir Ranjan Dash

Advertisment

ରାଜ୍ୟରେ ଅନ୍ଧାରରେ ୧୧ ହଜାର ୭୧୦ ସ୍କୁଲ। ଏହି ସ୍କୁଲଗୁଡ଼ିକୁ ବିଦ୍ୟୁତ ସଂଯୋଗ ହୋଇନି। ସେହିପରି ୨୧ ହଜାର ୦୬୫ ସ୍କୁଲରେ ଖେଳ ପଡ଼ିଆ, ୪୧ ହଜାର ୯୯୬ ସ୍କୁଲରେ କମ୍ପ୍ୟୁଟର, ୬ ହଜାର ୭୮୧ ସ୍କୁଲରେ ଆବଶ୍ୟକୀୟ କ୍ଲାସ ରୁମ୍ ନାହିଁ। ରାଜ୍ୟର ୬ ହଜାର ୧୧ ସ୍କୁଲରେ ଛାତ୍ର ଅନୁପାତରେ ଶିକ୍ଷକ ନାହାନ୍ତି। ୨୦୨୧-୨୨ରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟ ହାର ୨୭.୨୬ ପ୍ରତିଶତ ରହିଛି। ଆଜି ମୋହନ ମାଝୀଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ଉତ୍ତର ରଖିଛନ୍ତି।  ୨୦୨୩-୨୪ରେ ପିଏବି ବୈଠକରେ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟର ସ୍କୁଲଗୁଡ଼ିକ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପ୍ରସ୍ତାବ ଉପସ୍ଥାପନ ଓ ଅନୁମୋଦନ ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ଉତ୍ତରରେ ଜଣାଇଛନ୍ତି।

Advertisment

ଏଥିରେ ଆହୁରି ଉଲ୍ଲେଖ କରାଯାଇଛି, ଗତ ୮ ବର୍ଷ ଭିତରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତର ପାଇଁ ସମୁଦାୟ ୧୯ ହଜାର ୪୯୦ ଜଣ ଶିକ୍ଷା ସହାୟକ ନିଯୁକ୍ତ ହୋଇଛନ୍ତି। ଏହା ମଧ୍ୟରୁ ୨୦୧୪-୧୫ରେ ୯୫୩୯ ଜଣ, ୨୦୧୬-୧୭ରେ ୯୯୫୧ ଜଣ ଶିକ୍ଷା ସହାୟକ ନିଯୁକ୍ତ ହୋଇଛନ୍ତି।

ସେପଟେ ସ୍କୁଲ ରୁପାନ୍ତରିକରଣକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଥିଲା। ରାଜ୍ୟରେ ଶିକ୍ଷକ ଅଭାବ, ଶ୍ରେଣୀ ଗୃହ ଅଭାବ ଓ ପ୍ରଥମ ପର୍ଯ୍ୟାୟରେ ରୂପାନ୍ତିକରଣ ହୋଇଥିବା ୫ଟି ସ୍କୁଲ ଗୁଡିକ ପେମେଣ୍ଟ ହୋଇନଥିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଓ ଶାସକ ଦଳର ବିଧାୟକ। କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ୫ଟି ସ୍କୁଲ ଗୁଡିକୁ ଦଳୀୟ ରଙ୍ଗରେ ରଙ୍ଗେଇ ଦେଉଛନ୍ତି ସରକାର। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଓ ବିଜେଡି ବିଧାୟକ ନୃସିଂହ ସାହୁ, ସୁଧାଂଶୁ ପରିଡ଼ା ଏ ପ୍ରସଙ୍ଗ ଉଠାଇଥିଲେ। ଯାହାର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରଖି କହିଛନ୍ତି, ୫ଟି ସ୍କୁଲମାନଙ୍କର ରୂପାନ୍ତରିକରଣ ବାବଦ ପେମେଣ୍ଟ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ।

Advertisment

ସେକେଣ୍ଡାରୀ ସ୍କୁଲରେ ଶିକ୍ଷକ ସମସ୍ୟା ନାହିଁ। ସରକାରଙ୍କ ପକ୍ଷରୁ ବିଗତ ବର୍ଷ ୧୧ ହଜାର ଶିକ୍ଷକ ନିଯୁକ୍ତି ସରିଛି। ୭ ହଜାର ଶିକ୍ଷକ ନିଯୁକ୍ତି ପାଇଁ ମାର୍ଚ୍ଚ ୧୦ରେ ପରୀକ୍ଷା ସରିଛି। ୬ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏପରି ମୋଟ ୧୩ ହଜାର ନିଯୁକ୍ତି ଦିଆଯିବ। ସେହିପରି ଏଲିମେଣ୍ଟାରୀ ସ୍କୁଲରେ ୨୦ ହଜାର ଶିକ୍ଷକ ନିଯୁକ୍ତି ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି କରାଯିବ। ଏଣିକି ରାଜ୍ୟରେ ଶିକ୍ଷକ ଅଭାବ ରହିବ ନାହିଁ। ସେହିପରି ୨୦୬୪ କିରାଣୀ ନିଯୁକ୍ତି ପାଇଁ ବି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଭିତରେ ୧୪ଶହ କିରାଣୀଙ୍କୁ ସିଧାସଳଖ ନିଯୁକ୍ତି ଦିଆଯିବ।

ସେହିପରି ନିୟୁ ଏଡେଡ୍ ସ୍କୁଲ ନିମନ୍ତେ ୫୩ ହଜାର ଶିକ୍ଷକ ନିଯୁକ୍ତି ନିଆଯିବ। ସେଥି ମଧ୍ୟରୁ ୨୦୨୬ ଜଣ ଶିକ୍ଷକ ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି।

ଛାତ୍ରଛାତ୍ରୀ ସଂଖ୍ୟା ସ୍କୁଲରେ ବଢ଼ୁଥିବାରୁ ଅନୁଧ୍ୟାନ କରି ସ୍କୁଲଗୁଡ଼ିକରରେ ଶ୍ରେଣୀ ଗୃହ ବୃଦ୍ଧି କରାଯାଉଛି। ମୋ ସ୍କୁଲ ଜରିଆରେ ୯୬୩, ସ୍କୁଲ ରୂପାନ୍ତର ଜରିଆରେ ୨୮୧୦ ଓ ସମଗ୍ର ଶିକ୍ଷା ଅଭିଯାନରେ ୨୦୦ ଶ୍ରେଣୀ ଗୃହ ବଢ଼ାଯାଇଛି। ରାଜ୍ୟରେ ମୋଟ ୫୦ ହଜାର ୨୫୩ ସ୍କୁଲ ଅଛି। ଏଥିରୁ ୮୦୨୪ ହାଇସ୍କୁଲ ଓ ୪୨ ହଜାର ୨୩୯ ପ୍ରାଥମିକ ସ୍କୁଲ ଅଛି। ୧୩୫୧ ରୂପାନ୍ତରୀତ ସ୍କୁଲରେ ୧୧୦୧ଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ସରିଛି। ୨୫୦ ସ୍କୁଲର କାମ ଚାଲଛି।

ହାଇସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ କରିବାକୁ ପଞ୍ଚାୟତିରାଜ ବିଭାଗ ଜରିଆରେ ୨୮୦ କୋଟି ଟଙ୍କା ଖର୍ଚ୍ଚ ବଜେଟରେ ବ୍ୟବସ୍ଥା ହୋଇଛି। ସେହିପରି ମୋ ସ୍କୁଲ ଜରିଆରେ ୮୦୫.୧୪ କୋଟି ଏବଂ ଗଣଶିକ୍ଷା ବିଭାଗ ୫୭୮ କୋଟି ଟଙ୍କା ବଜେଟରେ ବ୍ୟୟ ବରାଦ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୦୭୫, ଦ୍ୱିତୀୟରେ ୩୪୬୧ ଓ ତୃତୀୟ ପର୍ଯ୍ୟାୟରେ ୨୩୩୬ ଉଚ୍ଚ ବିଦ୍ୟାଳୟ ରୂପାନ୍ତର ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ବାକି ହାଇସ୍କୁଲକୁ ରୂପାନ୍ତରିକରଣ କରାଯିବ।

ସ୍କୁଲ ରୂପାନ୍ତିକରଣ ନିମନ୍ତେ ୨୦୨୩-୨୪ରେ ୧ ହଜାରେ କୋଟି ଟଙ୍କା ଖର୍ଚ୍ଚର ବଜେଟ ରହିଛି। ଏହି ସ୍କୁଲଗୁଡ଼ିକର ଯତ୍ନ ନେବା ପାଇଁ ଏସ୍‌ଏଚ୍‌ଜିକୁ ୧୦ ହଜାର ୪୧୨ କୋଟି ଟଙ୍କା ଦେବାକୁ ବଜେଟ ରହିଛି। ୧୦୨.୮୫ କୋଟି ଟଙ୍କା ଖର୍ଚ୍ଚର ସ୍ୱତନ୍ତ୍ର ବଜେଟ ମଧ୍ୟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Mass Education Minister Mass Education Minister Poor In Math Mass Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe