Advertisment

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା ପରେ ୧୨ ଟ୍ରେନ୍ ବାତିଲ, ୪ ଟ୍ରେନର ରୁଟ୍ ପରିବର୍ତ୍ତନ

ଆଜି ପାଇଁ ବାତିଲ ଟ୍ରେନ୍‌ଗୁଡ଼ିକ ହେଲା- ୧୮୦୩୭ ଖଡଗପୁର- ଯାଜପୁର କେନ୍ଦୁଝର ଏକ୍ସପ୍ରେସ, ହାୱଡା- ଏର୍ନାକୁଲମ୍ ଏକ୍ସପ୍ରେସ, ଶାଲିମାର- ଚେନ୍ନାଇ କରମଣ୍ଡଳ, ହାୱଡ଼ା- ଭଦ୍ରକ, ଶାଲିମାର- ପୁରୀ ଜଗନ୍ନାଥ ଏକ୍ସପ୍ରେସ, ହାଇଦ୍ରାବାଦ- ଶାଲିମାର ଇଷ୍ଟ କୋଷ୍ଟ ଏକ୍ସପ୍ରେସ, କାଲି ଯାଏଁ ଯାଜପୁର କେନ୍ଦୁଝର ରୋଡ୍- ଖଡଗପୁର ଏକ୍ସପ୍ରେସ, ଚେନ୍ନାଇ- ହାୱଡା ସୁପରଫାଷ୍ଟ, ପୁରୀ- ଡେରାଡୁନ୍ ଏକ୍ସପ୍ରେସ।

author-image
Niranjan Mishra
Train Accident

Train Accident

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଯାତ୍ରୀ ହନ୍ତସନ୍ତ। ଆଜି ଓ ଆସନ୍ତାକାଲି ପାଇଁ ୧୨ଟି ଟ୍ରେନ୍ ବାତିଲ, ୪ଟି ଟ୍ରେନର ରୁଟ୍ ପରିବର୍ତ୍ତନ ହୋଇଛି। ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଆଜି ପାଇଁ ବାତିଲ ଟ୍ରେନ୍‌ଗୁଡ଼ିକ ହେଲା- ୧୮୦୩୭ ଖଡଗପୁର- ଯାଜପୁର କେନ୍ଦୁଝର ଏକ୍ସପ୍ରେସ, ହାୱଡା- ଏର୍ନାକୁଲମ୍ ଏକ୍ସପ୍ରେସ, ଶାଲିମାର- ଚେନ୍ନାଇ କରମଣ୍ଡଳ, ହାୱଡ଼ା- ଭଦ୍ରକ, ଶାଲିମାର- ପୁରୀ ଜଗନ୍ନାଥ ଏକ୍ସପ୍ରେସ, ହାଇଦ୍ରାବାଦ- ଶାଲିମାର ଇଷ୍ଟ କୋଷ୍ଟ ଏକ୍ସପ୍ରେସ, କାଲି ଯାଏଁ ଯାଜପୁର କେନ୍ଦୁଝର ରୋଡ୍- ଖଡଗପୁର ଏକ୍ସପ୍ରେସ, ଚେନ୍ନାଇ- ହାୱଡା ସୁପରଫାଷ୍ଟ, ପୁରୀ- ଡେରାଡୁନ୍ ଏକ୍ସପ୍ରେସ।

ଆସନ୍ତାକାଲି ବାତିଲ ଟ୍ରେନ୍‌ଗୁଡ଼ିକ ହେଲା ଭଦ୍ରକ- ହାୱଡା ଏକ୍ସପ୍ରେସ, ପାଟଣା- ପୁରୀ ଏକ୍ସପ୍ରେସ, ପୁରୀ- ଶାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ (ଉଭୟ ପଟୁ ବାତିଲ)।

Advertisment

ରୁଟ୍‌ ପରିବର୍ତ୍ତନ ହୋଇଥିବା ଟ୍ରେନ୍‌ଗୁଡ଼ିକ ମଧ୍ୟରୁ କନ୍ୟାକୁମାରୀ- ଦିବ୍ରୁଗଡ଼ ବିବେକ ଏକ୍ସପ୍ରେସ ଟିଟିଲାଗଡ଼ ଦେଇ ଯିବ, ପୁରୀ- ରିଷିକେଶ କଳିଙ୍ଗ ଏକ୍ସପ୍ରେସ ସମ୍ବଲପୁର ସିଟି ଦେଇ ଯିବ, ପୁରୀ- ନୂଆଦିଲ୍ଲୀ ପୁରୁଷୋତ୍ତମ ଯଖପୁରା ଦେଇ ଯିବ, ପୁରୀ- କାମାକ୍ଷା ଏକ୍ସପ୍ରେସ କଟକ- ସମ୍ବଲପୁର-ଝାରସୁଗୁଡ଼ା ଦେଇ ଯିବ।

ସେପଟେ ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି ପାଇଛି। ପ୍ରାୟ ୯ଶହରୁ ଅଧିକ ଆହତ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ଦକ୍ଷିଣ ପୂର୍ବ ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଅନ୍ୟପଟେ ଟ୍ରେନ୍‌ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସରିଥିବା ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେ କହିଛନ୍ତି, ଉଦ୍ଧାର କାର୍ଯ୍ୟ ଶେଷ ପରେ ମରାମତି କାମ ଆରମ୍ଭ ହୋଇଛି। ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ଭବିଷ୍ୟତରେ ଯେମିତି ଏପରି ଦୁର୍ଘଟଣାର ପୁନରାବୃତ୍ତି ନହେବ, ସେଥିପ୍ରତି ଦୃଷ୍ଟି ଦିଆଯିବ।

ସୂଚନା ଥାଉକି, ବାଲେଶ୍ୱର ଜିଲ୍ଲା ବାହାନାଗା ରେଳଷ୍ଟେଶନ ନିକଟରେ ଗତକାଲି ସନ୍ଧ୍ୟା ପ୍ରାୟ ୭.୧୫ରେ ଭୟାନକ ରେଳ ଦୁର୍ଘଟଣା ଘଟିଥିଲା। ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଶେଷ ସୂଚନା ମୁତାବକ, ମୁଖ୍ୟ ଲାଇନ ୧୨୮୪୧ ପାଇଁ କରମଣ୍ଡଳ ଏକ୍ସପ୍ରେସକୁ ସିଗ୍ନାଲ ଦିଆଯାଇଥିଲା। ତେବେ ହଠାତ୍‌ ଏହାକୁ ଏହାକୁ ହଟାଇ ଦିଆଯାଇଥିଲା। କିନ୍ତୁ ସେତେବେଳକୁ ଟ୍ରେନଟି ଗୋଟିଏ ଲୁପ୍‌ ଲାଇନ ବା ସାଇଡ୍‌ ଲାଇନରେ ପ୍ରବେଶ କରିଯାଇଥିଲା। ଏହି ସମୟରେ ଲୁପ ଲାଇନରେ ପୂର୍ବରୁ ମାଲବାହୀ ଟ୍ରେନ ରହିଥିଲା। ଫଳରେ ଯାତ୍ରୀବାହୀ କରମଣ୍ଡଳ ଏକ୍ସପ୍ରେସ ଏହାକୁ ଖୁବ ଜୋର୍‌ରେ ଧକ୍କା ଦେଇଥିଲା। ଏଥିଯୋଗୁ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଏହି ସମୟରେ ୧୨୮୬୪ ଟ୍ରେନ ଡିଡବ୍ଲ୍ୟୁ ବା ଡାଉନୱାର୍ଡ ମୁଖ୍ୟ ଲାଇନରେ ଆସୁଥିଲା। ଏହି ଟ୍ରେନଟିର ଦୁଇଟି ବଗି ମଧ୍ୟ କରମଣ୍ଡଳ ସହ ଧକ୍କା ହୋଇ ଲେଉଟି ପଡ଼ିଥିଲା। ଦୁର୍ଘଟଣାରେ ମୋଟ ୧୭ଟି ବଗି କ୍ଷତିଗ୍ରସ୍ତ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି। ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ପୂରା ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅନ୍ୟ ଗୋଟିଏ ଟ୍ରାକ୍‌ରେ ଅଟକି ରହିଥିବା ଅନ୍ୟ ଗୋଟିଏ ମାଲଗାଡ଼ି ସାମାନ୍ୟ ପ୍ରଭାବିତ ହୋଇଛି।

Balasore Train Accident