୧୨୦୫ ଜଣ ଡାକ୍ତରଙ୍କୁ ନିଯୁକ୍ତି ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କ ସୁପାରିଶ

୧୨୦୫ଜଣଙ୍କ ମଧ୍ୟରେ ୪୨୯ଜଣ ମହିଳା ପ୍ରାର୍ଥୀ ଓ ୩ଜଣ ଭିନ୍ନକ୍ଷମ ଥିବାବେଳେ ୭୪ଜଣ ଏସଇବିସି, ୬୭ଜଣ ଅନୁସୂଚିତ ଜାତି ଓ ୬୪ଜଣ ଅନୁସୂଚିତ ଜନଜାତିର ଅଛନ୍ତି।

doctor PhotoOR

representational image

Ordigital Desk
  • Published: Wednesday, 29 March 2023
  • Updated: 29 March 2023, 07:09 PM IST

Sports

Latest News

ଓଡ଼ିଶା ଲୋକସେବା ଆୟୋଗ ଆଜି ୧୨୦୫ଜଣ   ମେଡିକାଲ ଅଫିସର(ଆସିଷ୍ଟାଣ୍ଟ ସର୍ଜନ)ଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସୁପାରିଶ କରିଛନ୍ତି । ଏଥିରେ ମୋଟ ୪୨୯ଜଣ ମହିଳା ଡାକ୍ତର ସାମିଲ ଅଛନ୍ତି । ଲୋକସେବା ଆୟୋଗଙ୍କ ଦ୍ୱାରା ୩୪୮୧ଟି ମେଡିକାଲ ଅଫିସର ପଦବୀ ପାଇଁ ବିଜ୍ଞାପନ ଦିଆଯାଇଥିଲେ ବି ମାତ୍ର ୨୫୮୨ଟି ଆବେଦନ ମିଳିଥିଲା।

ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୋଟ ୩୪୮୧(୧୧୬୦ଟି ପଦବୀ ମହିଳାଙ୍କ ପାଇଁ)ଟି ମେଡିକାଲ ଅଫିସର(ଆସିଷ୍ଟାଣ୍ଟ ସର୍ଜନ)ପଦବୀ ଗ୍ରୁପ-ଏ (ଜୁନିୟର ବର୍ଗ)ରେ ପୂରଣ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା । ଆୟୋଗଙ୍କ ଦ୍ୱାରା ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓ ମୋଟ ୨୫୮୨ଜଣ ପ୍ରାର୍ଥୀ(୯୪୫ଜଣ ମହିଳା) ଏହି ପଦବୀ ନିମନ୍ତେ ଅନଲାଇନରେ ଆବେଦନ କରିଥିଲେ । ୨୦୨୩ ଫେବୃୟାରୀ ୨୦ତାରିଖରେ ଏନେଇ ଲିଖିତ ପରୀକ୍ଷା ଆୟୋଗଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ଓ ଏଥିରେ ୨୨୮୧ଜଣ(୮୪୩ଜଣ ମହିଳା) ପ୍ରାର୍ଥୀ ପରୀକ୍ଷାରେ ସାମିଲ ହୋଇଥଲେ। 

Also Read

ସେମାନଙ୍କ ମଧ୍ୟରୁ କୃତକାର୍ଯ୍ୟ ହୋଇଥିବା ୧୪୮୯ଜଣ ପ୍ରାର୍ଥୀଙ୍କୁ ଡକ୍ୟୁମେଂଟ ଯାଂଚ ଚଳିତବର୍ଷ ମାର୍ଚ୍ଚ ୧୬ରୁ ୨୩ତାରିଖ ମଧ୍ୟରେ ଉପସ୍ଥିତ ହେବାକୁ ପରାମର୍ଶ ଦିଆଯାଇଥିଲା । ତେବେ ଡକ୍ୟୁମେଂଟ ଯାଂଚରେ ମୋଟ ୧୪୩୬ଜଣ(୫୩୨ଜଣ ମହିଳା) ପ୍ରାର୍ଥୀ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଆୟୋଗ ୧୨୦୫ଜଣ ପ୍ରାର୍ଥୀ (୪୨୯ଜଣ ମହିଳା)ଙ୍କୁ ଏହି ମେଡିକାଲ ଅଫିସର ପଦବୀ ନିମନ୍ତେ ଯୋଗ୍ୟ ବିବେଚିତ କରି ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି।

ଏହି ୧୨୦୫ଜଣଙ୍କ ମଧ୍ୟରେ ୪୨୯ଜଣ ମହିଳା ପ୍ରାର୍ଥୀ ଓ ୩ଜଣ ଭିନ୍ନକ୍ଷମ ଥିବାବେଳେ ୭୪ଜଣ ଏସଇବିସି, ୬୭ଜଣ ଅନୁସୂଚିତ ଜାତି ଓ ୬୪ଜଣ ଅନୁସୂଚିତ ଜନଜାତିର ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୧୦୭୭୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି । ଏବେ ୮୨୧୩ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି ବୋଲି ଚଳିତ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଥିଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story