Advertisment

ନକଲି ସାର୍ଟିଫିକେଟରେ ଶିକ୍ଷକ ଚାକିରି କରିଥିବା ୧୫୦ ବହିଷ୍କୃତ: ମନ୍ତ୍ରୀ

ନକଲି ସାର୍ଟିଫିକେଟ ରାକେଟ କାୟା ମେଲାଇଥିବା ଓ ଏହା ଜରିଆରେ ରାଜ୍ୟରେ ଶହ ଶହ ବ୍ୟକ୍ତିଙ୍କୁ ସରକାରୀ ଚାକିରି ମିଳିଥିବା ଦୁର୍ନୀତି ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
School and Mass Education Minister Samir Ranjan Dash

School and Mass Education Minister Samir Ranjan Dash

Advertisment

ସାର୍ଟିଫିକେଟ ଯାଞ୍ଚ ନକରି ଚାକରି ଦେଇଥିଲା ଗଣଶିକ୍ଷା ବିଭାଗ। ନକଲି ସାର୍ଟିଫିକେଟ ରାକେଟ କାୟା ମେଲାଇଥିବା ଓ ଏହା ଜରିଆରେ ରାଜ୍ୟରେ ଶହ ଶହ ବ୍ୟକ୍ତିଙ୍କୁ ସରକାରୀ ଚାକିରି ମିଳିଥିବା ଦୁର୍ନୀତି ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି। ଠିକ୍ ଏତିକି ବେଳେ ଏହାକୁ ନେଇ ମତ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ନକଲି ସାର୍ଟିଫିକେଟ କଥା ଆଜିର ନୁହେଁ। ବଲାଙ୍ଗୀର ପୋଷ୍ଟାଲରେ ବାହାରିବା ପରେ ଏ କଥା ଅଧିକ ଚର୍ଚ୍ଚା ହେଉଛି।

Advertisment

ଆମ ପାଖରେ ନକଲି ସାର୍ଟିଫିକେଟ୍ ଖବର କିଛି ଥିଲା, ତେଣୁ ଆମେ ଗୁରୁତ୍ୱର ସହ ନେଇ ଖୋଳତାଡ଼ କରି ପ୍ରାୟ ୧୫୦ରୁ ଅଧିକ ଜଣଙ୍କୁ ବହିଷ୍କାର କରିଛୁ ଏବଂ ଏତଲା ଦେଇଛୁ। ମୟୂରଭଞ୍ଜରେ ଅନେକ ଗିରଫ ମଧ୍ୟ ହୋଇଛନ୍ତି।

ବିଇଓ ଏବଂ ଡିଇଓ ମାନଙ୍କୁ ୭ ଦିନ ଭିତରେ ନିଜ ଅଂଚଳର ନକଲି ସାର୍ଟିଫିକେଟ ଧାରୀଙ୍କ ସମ୍ପର୍କରେ ରିପୋର୍ଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପାଇଁ ସାନି ନିର୍ଦ୍ଦେଶ ଦିଆଯାଇଛି। ଓଡିଶା ଓ ବାହାର ବିଶ୍ୱବିଦ୍ୟାଳୟକୁ ବି ଚିଠି କରାଯାଇଛି। ବଲାଙ୍ଗିର ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ତାଙ୍କ ଉପରେ ବିଶ୍ୱାସ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ତେବେ ଏହି ନକଲି ସାର୍ଟିଫିକେଟ ନିଯୁକ୍ତି ଦୁର୍ନୀତି ନେଇ ଆଗକୁ ସରକାର କି ପଦକ୍ଷେପ ନେଉଛନ୍ତି ଓ ବିରୋଧୀ କିପରି ଏହାକୁ ଟାର୍ଗେଟ କରୁଛନ୍ତି, ତାହା ଦେଖିବାର କଥା।

Fake Teacher Odisha Job Scam Fake Certificate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe