ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାର ୧୮୨୬୮ଜଣଙ୍କୁ ବନ୍ଧୁକ ଲାଇସେନ୍ସ : ଆବଶ୍ୟକତା ନା ଥାଟବାଟ୍‌

ବ୍ୟକ୍ତିଗତ ସୁରକ୍ଷା, ବ୍ୟାଙ୍କ ସମ୍ପତ୍ତି ସୁରକ୍ଷା, କ୍ରୀଡ଼ା ଓ ଟାର୍ଗେଟ ଅଭ୍ୟାସ ନିମନ୍ତେ ଜିଲ୍ଲା ଏସପିଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳମାନେ ଏହି ବନ୍ଧୁକ ଲାଇସେନ୍ସ ଦେଇଛନ୍ତି ।

Gun Photorepresentational image

ବନ୍ଧୁକ

Ordigital Desk
  • Published: Monday, 27 March 2023
  • Updated: 27 March 2023, 09:30 PM IST

Sports

Latest News

ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ ବୋଲି ଦମ୍ଭୋକ୍ତି ବାଢ଼ୁଥିବା ନବୀନ ପଟ୍ଟନାୟକ ସରକାର ରାଜ୍ୟର ୧୮୨୬୮ଜଣଙ୍କୁ ବନ୍ଧୁକ ଲାଇସେନ୍ସ ପ୍ରଦାନ କରିଛନ୍ତି । ବ୍ୟକ୍ତିଗତ ସୁରକ୍ଷା, ବ୍ୟାଙ୍କ ସମ୍ପତ୍ତି ସୁରକ୍ଷା, କ୍ରୀଡ଼ା ଓ ଟାର୍ଗେଟ ଅଭ୍ୟାସ ନିମନ୍ତେ ଜିଲ୍ଲା ଏସପିଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳମାନେ ଏହି ବନ୍ଧୁକ ଲାଇସେନ୍ସ ଦେଇଛନ୍ତି । ମାତ୍ର ସୁବର୍ଣ୍ଣପୁର,କନ୍ଧମାଳ ଓ ଦେବଗଡ଼ ଜିଲ୍ଲା ସମେତ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଲାଇସେନ୍ସ ପ୍ରଦାନ ପରିମାଣକୁ ଦେଖିଲେ  କିଛି ଲୋକ ବନ୍ଧୁକକୁ ନିଜର ସମ୍ଭ୍ରାନ୍ତର ପ୍ରତୀକ ଭାବେ ପାଖରେ ରଖୁଥିବା ଭଳି ପ୍ରତୀତ ହେଉଛି ।

ଆଜି ବିଧାନସଭାରେ ତାରପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ରାଜ୍ୟରେ ବେଆଇନ ବନ୍ଧୁକ କାରବାର ଦୃଷ୍ଟିକୁ ଆସିଲେ ସେମାନଙ୍କ ବିରୁଦ୍ଧରେ ଆର୍ମସ ଆକ୍ଟ-୧୯୫୯ର ଧାରା ୨୫/୨୭ରେ ଅଭିଯୋଗ ଦାଏର କରାଯାଏ । ପୁଲିସ ପକ୍ଷରୁ ଏହି ଚୋରାକାରବାର ବିଷୟରେ ତଥ୍ୟ ସଂଗ୍ରହ କରାଯାଇ ବେଆଇନ ବନ୍ଧୁକଧାରୀ ତଥା ଏହାର ଚୋରା କାରବାର କରୁଥିବା ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ଏବେ ରାଜ୍ୟର ମୋଟ ୧୮୨୬୮ଜଣଙ୍କୁ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଛି । ସେମାନେ ବ୍ୟକ୍ତିଗତ ସୁରକ୍ଷା, ବ୍ୟାଙ୍କ ସମ୍ପତ୍ତି ସୁରକ୍ଷା, କ୍ରୀଡ଼ା ଓ ଟାର୍ଗେଟ ଅଭ୍ୟାସ ନିମନ୍ତେ ଜିଲ୍ଲା ଏସପିଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ବନ୍ଧୁକ ଲାଇସେନ୍ସ ପାଇଛନ୍ତି । 

Also Read

ଦେବଗଡ଼ ଜିଲ୍ଲାରେ ୩୬୮ଜଣ, ସୋନପୁରରେ ୨୯୧ଜଣ, ବୌଦ୍ଧରେ ୨୨୫ଜଣ, ନୂଆପଡ଼ାରେ ୧୭୭ଜଣ, କନ୍ଧମାଳରେ ୬୦୬ଜଣଙ୍କୁ ବନ୍ଧୁକ ଲାଇସେନ୍ସ ମିଳିଥିବାବେଳେ ମାଲକାନଗିରିରେ ୧୧ଜଣ, ରାୟଗଡ଼ାରେ ୭୫ଜଣ,ଗଜପତିରେ ୧୪୪ଜଣ ଓ କୋରାପୁଟରେ ୪୮୪ଜଣଙ୍କୁ ଲାଇସେନ୍ସ ମିଳିଛି । ସର୍ବାଧିକ କେନ୍ଦୁଝର ଜିଲ୍ଲାରେ ୧୩୨୭ଜଣଙ୍କୁ ବନ୍ଧୁକ ଲାଇସେନ୍ସ ମିଳିଥିବାବେଳେ ବାଲେଶ୍ୱରରେ ୧୧୫୫, ଅନୁଗୁଳରେ ୧୨୦୩ଜଣ, ଗଞ୍ଜାମରେ ୪୨୯ଜଣ, ବ୍ରହ୍ମପୁରରେ ୩୦୯, ଜଗତସିଂହପୁର ଜିଲ୍ଲାରେ ୫୧୮ଜଣ, ପୁରୀରେ ୬୨୦ଜଣ, କେନ୍ଦ୍ରାପଡ଼ାରେ ୩୩୮ଜଣ, ଖୋର୍ଦ୍ଧାରେ ୩୪୦ଜଣ, କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ଅଂଚଳରେ ୩୨୫ଜଣ, ରାଉରକେଲାରେ ୪୧୧ଜଣ, ସୁନ୍ଦରଗଡ଼ରେ ୬୯୪, ଯାଜପୁରରେ ୬୩୧ଜଣ, ଝାରସୁଗୁଡ଼ାରେ ୪୨୯ଜଣ, ସମ୍ବଲପୁରରେ ୮୪୦ଜଣ, ମୟୂରଭଞ୍ଜରେ ୫୫୮ଜଣ, କଳାହାଣ୍ଡିରେ ୯୯୯ଜଣ, ଭଦ୍ରକରେ ୬୬୫ଜଣ ଓ ନୟାଗଡ଼ରେ ୯୨୩ଜଣଙ୍କୁ ଏହି ଲାଇସେନ୍ସ ମିଳିଛି ।

ତେବେ ପ୍ରଶ୍ନ ଉଠୁଛି, ଏତେ ପରିମାଣର ବନ୍ଧୁକ ଲାଇସେନ୍ସ ଯେଉଁମାନଙ୍କୁ ଦିଆଯାଇଛି, ତା’ର ନିୟମିତ ସମୀକ୍ଷା କିଏ କରୁଛି? କେଉଁ ଆଧାରରେ ଜିଲ୍ଲାପାଳ ଓ ଏସପିମାନେ ଏଭଳି ବନ୍ଧୁକ ଲାଇସେନ୍ସ ବାଂଟି ଚାଲିଛନ୍ତି । ରାଜ୍ୟର ପ୍ରମୁଖ ସହର ସମେତ ଶିଳ୍ପ ନଗରୀଗୁଡ଼ିକ ବ୍ୟବସାୟ ସହ ଜଡ଼ିତ ଥିବା ଲୋକମାନେ ନିଜର ସୁରକ୍ଷା ପାଇଁ ବନ୍ଧୁକ ଲାଇସେନ୍ସ ନେବା ବୁଝାପଡ଼ୁଛି । କିନ୍ତୁ ସୋନପୁର, କନ୍ଧମାଳ, ଦେବଗଡ଼ ଭଳି ଛୋଟ ଜିଲ୍ଲାଗୁଡ଼ିକରେ ଏତେ ସଂଖ୍ୟକ ଲାଇସେନ୍ସ ବଂଟାଯିବା, ଆଉ ଉପକୂଳ ଜିଲ୍ଲାଗୁଡ଼ିକରେ ବି ବହୁ ସଂଖ୍ୟାରେ ଲାଇସେନ୍ସ ପ୍ରଦାନ ପରୋକ୍ଷରେ ପୁଲିସ ଓ ପ୍ରଶାସନ ଦ୍ୱାରା ରାଜ୍ୟରେ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ପ୍ରୋତ୍ସାହିତ କରାଯାଉଛି । ଯଦି ଜିଲ୍ଲା ଓ ରାଜ୍ୟ ପ୍ରଶାସନ ନିୟମିତ ଭାବେ ଏହି ବନ୍ଧୁକ ଲାଇସେନ୍ସ ନେଇଥିବା ବ୍ୟକ୍ତିମାନଙ୍କର କାରଣକୁ ସମୀକ୍ଷା କରନ୍ତେ ତା’ହେଲେ ରାଜ୍ୟରେ ଏହି ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇପାରନ୍ତା ବୋଲି ଚର୍ଚ୍ଚା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story