Advertisment

ବ୍ରଜପାତରେ ୧୯ ଗାଈ ମୃତ: ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିବ ୩୭୫୦୦ଟଙ୍କା

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟରେ ବ୍ରଜପାତରେ ୧୯ଟି ଗାଈ ପ୍ରାଣ ହରାଇବା ଘଟଣାରେ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

author-image
Ordigital Desk
cows died

cows died

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟରେ ବ୍ରଜପାତରେ ୧୯ଟି ଗାଈ ପ୍ରାଣ ହରାଇବା ଘଟଣାରେ ରାଜ୍ୟ ସରକାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରତ୍ୟେକ ଗାଈଙ୍କ ନିମନ୍ତେ ୩୭୫୦୦ଟଙ୍କା ଲେଖାଁଏ ସହାୟତା ଦେବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ସୂଚନା ଅନୁସାରେ, ରାଜ୍ୟ ବିପର୍ଯ୍ୟୟ ପାଣ୍ଠି ନିୟମାବଳୀ ଆଧାରରେ ବ୍ରଜପାତରେ ଗାଈ ହରାଇଥିବା ପରିବାରକୁ ସହାୟତା ବାବଦରେ ୩୭ହଜାର ୫୦୦ଟଙ୍କା ଲେଖାଁଏ ଅର୍ଥରାଶି ମିଳିବ । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାପଡ଼ିଛି ।

Ganjam Lightening Death