ରାଜ୍ୟରେ ଖାଲି ପଡ଼ିଛି ୨.୨୬ଲକ୍ଷ ସରକାରୀ ପଦବୀ

Loka Seva Bhawan PhotoOR

ଲୋକସେବା ଭବନ

Ordigital Desk
  • Published: Monday, 20 March 2023
  • Updated: 20 March 2023, 10:37 PM IST

Sports

Latest News

ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ନିଯୁକ୍ତିର ଗୋଲାପୀ ଚିତ୍ର ଦେଇ ଚୁପ୍ ବସିଯାଇଛନ୍ତି । ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ପୂରଣ ଦିଗରେ ଆଗ୍ରହ ଦେଖାଉନାହାନ୍ତି । ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଏବେ ପ୍ରାୟ ୨ଲକ୍ଷ ୨୬ହଜାର ୫୫୯ଟି ପଦବୀ ଖାଲି ପଡ଼ିଛି ।

ଆଜି ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେପି ବିଧାୟିକା କୁସୁମ ଟେଟେଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ମୋଟ ୬ଲକ୍ଷ ୨୫ହଜାର ୧୩୬ଟି ପଦବୀ ରହିଛି । ସେଥିରୁ ଏବେ ୩ଲକ୍ଷ ୯୮ହଜାର ୫୭୭ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଏହି କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ୬୯୯୨୭ଜଣ ଗ୍ରାଣ୍ଟଇନ୍ ଏଡ୍ କର୍ମଚାରୀ ସାମିଲ ଅଛନ୍ତି । ସେହିପରି ଏବେ ୨ଲକ୍ଷ ୨୬ହଜାର ୫୫୯ଟି ପଦବୀ ଖାଲି ପଡ଼ିଛି । ପ୍ରଥମ ଶ୍ରେଣୀରେ ୧୨୩୩୭ଟି, ଦ୍ୱିତୀୟ ଶ୍ରେଣୀରେ ୪୫୯୬୯ଟି, ତୃତୀୟ ଶ୍ରେଣୀରେ ୧,୧୩,୫୩୬ଟି ଓ ଚତୁର୍ଥ ଶ୍ରେଣୀରେ ୩୫୦୯୮ଟି ପଦବୀ ଖାଲି ପଡ଼ିଛି ।

Also Read

ଏହାବ୍ୟତୀତ ବିଭିନ୍ନ ବିଭାଗରେ ଏବେ କାର୍ଯ୍ୟ କରୁଥିବା ଠିକାଭିତ୍ତିକ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ଯେହେତୁ ଆନୁଆଲ ଏଷ୍ଟାବ୍ଲିସମେଂଟ ରିଭ୍ୟୁ ରିପୋର୍ଟରେ ସ୍ଥାନ ପାଏନି,ତେଣୁ ସେସବୁର ସବିଶେଷ ତଥ୍ୟ ବିଭାଗ ପାଖେ ନାହିଁ ବୋଲି ଶ୍ରୀ ପୂଜାରୀ କହିଛନ୍ତି । ଏବେ ଅର୍ଥ ବିଭାଗ ଅଧୀନରେ ୭୨ଜଣ ଠିକାଭିତ୍ତିକ କର୍ମଚାରୀ ଓ ୮୫ଜଣ ଅବସରପ୍ରାପ୍ତ କର୍ମଚାରୀ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos