୨.୨୬ଲକ୍ଷ ପଦବୀ ଖାଲି, ୯ଲକ୍ଷ ପଞ୍ଜୀକୃତ ବେକାର ବୁଲୁଛନ୍ତି; ଅବସରପ୍ରାପ୍ତଙ୍କୁ ଦେବେ ନିଯୁକ୍ତି

ରାଜ୍ୟରେ ବେକାର ସମସ୍ୟା ୫.୩ ପ୍ରତିଶତ ରହିଛି ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୨୨-୨୩ରେ ଖୋଦ୍ ରାଜ୍ୟ ସରକାର ଆକଳନ କରିଛନ୍ତି ।

Loka Seva Bhawan PhotoOR

ଲୋକସେବା ଭବନ

Ordigital Desk
  • Published: Wednesday, 05 April 2023
  • Updated: 05 April 2023, 10:37 PM IST

Sports

Latest News

ରାଜ୍ୟରେ ପ୍ରାୟ ୨.୨୬ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି । ରାଜ୍ୟ ସରକାରଙ୍କ ଏମ୍ପ୍ଲଏମେଂଟ ଏକ୍ସଚେଞ୍ଜରେ ପ୍ରାୟ ୯ଲକ୍ଷ ଶିକ୍ଷିତ ବେକାର ଯୁବକଯୁବତୀ ଚାକିରି ଆଶାରେ ପଞ୍ଜିକୃତ କରିଛନ୍ତି । ରାଜ୍ୟରେ ବେକାର ସମସ୍ୟା ୫.୩ ପ୍ରତିଶତ ରହିଛି ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟ ୨୦୨୨-୨୩ରେ ଖୋଦ୍ ରାଜ୍ୟ ସରକାର ଆକଳନ କରିଛନ୍ତି । ତଥାପି ଏହି ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ କର୍ମନିଯୁକ୍ତି ଦେବା ପରିବର୍ତ୍ତେ ରାଜ୍ୟ ସରକାର ଏବେ ଅବସରପ୍ରାପ୍ତ ବାବୁମାନଙ୍କୁ (ଓଡ଼ିଶା ପ୍ରଶାସନିକ ସେବାର ଅଫିସର) କିଭଳି ପୁନଃନିଯୁକ୍ତି ଦେଇହେବ ସେ ନେଇ ବିଧିବଦ୍ଧ ସଂକଳ୍ପ ଜାରି କରିଛନ୍ତି । ଆଜି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥାନନଙ୍କ ଦ୍ୱାରା ଜାରି ସଂକଳ୍ପ ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ବେକାରଙ୍କ ପ୍ରତି ଉପହାସ ପାଲଟିଛି ।

ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଏନେଇ ଏଭଳି ଏକ ସଂକଳ୍ପ ଜାରି କରାଯାଇଛି, ଯାହା କେବଳ ଓଡ଼ିଶା ପ୍ରଶାସନିକ ସେବାରୁ ଅବସର ନେଉଥିବା ବାବୁମାନଙ୍କୁ ଖୁସି କରିବା ନିମନ୍ତେ ଉଦ୍ଦିଷ୍ଟ ଥିବା ଭଳି ପ୍ରତୀତ ହେଉଛି । ଦୀର୍ଘବର୍ଷ ଧରି ନଗର ଉନ୍ନୟନ ବିଭାଗର ସଚିବ ଥିବା ଶ୍ରୀ ମାଥିଭାଥାନନଙ୍କ ଦ୍ୱାରା ଜାରି ଏହି ସଂକଳ୍ପରେ କୁହାଯାଇଛି ଯେ, ରାଜ୍ୟରେ ସହରୀକରଣ ଓ ସମସ୍ୟାମାନ ବୃଦ୍ଧି ପାଉଥିବାବେଳେ ପ୍ରଭାବୀ ତଦାରଖ ବ୍ୟବସ୍ଥାର ଅଭାବ ଯୋଗୁ ପୌରସଂସ୍ଥା ଗୁଡ଼ିକର ସଠିକ ପରିଚାଳନା କରିବା କଷ୍ଟକର ହୋଇପଡ଼ିଛି । ତେଣୁ ତୁରନ୍ତ ଓ ମଧ୍ୟବର୍ତ୍ତୀ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ସମସ୍ତ ଜିଲ୍ଲା ସହରାଂଚଳ ବିକାଶ ଏଜେନ୍ସୀ(ଡିୟୁଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ ପଦବୀରେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ,ଓଏଫଏସ,ଓପିଏସ,ଓଆରଏସ, ଜିଲ୍ଲା ପରିସଂଖ୍ୟାନ ଅଧିକାରୀ, ଜିଲ୍ଲା କ୍ଷୁଦ୍ର ସଂଚୟ ଅଧିକାରୀ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ)ର ଅବସରପ୍ରାପ୍ତ ଅଫିସରମାନଙ୍କୁ ଏଥିରେ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

Also Read

ଏହି ଅଫିସରମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଓ ସୁଦୃଢ଼ ପିଏମୟୁ(ପ୍ରୋଜେକ୍ଟ ମ୍ୟାନେଜମେଂଟ ୟୁନିଟ) ଏବଂ ଅନ୍ୟାନ୍ୟ ସହାୟତା ଦେଇ ପୌରସଂସ୍ଥାଗୁଡ଼ିକ କାର୍ଯ୍ୟକୁ ସୁଚାରୂ ରୂପେ କରାଯିବ । ରାଜ୍ୟ ସହରାଂଚଳ ବିକାଶ ଏଜେନ୍ସୀ(ଏସୟୁଡିଏ) ଦ୍ୱାରା ଯେଉଁଠି ଖାଲି ଥିବା ସେଠାରେ ଏହି ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପଦବୀ ପୂରଣ କରାଯିବ । ଏହି ନିଯୁକ୍ତି ସମ୍ପୂର୍ଣ୍ଣ ଭାବେ ଚୁକ୍ତିଭିତ୍ତିକ ରହିବ ଓ ତଥା ମାସିକ ୭୫ହଜାର ଟଙ୍କା ପାରିଶ୍ରମିକ ମିଳିବ । ଏହି ଅର୍ଥକୁ ଏସୟୁଡିଏରେ ଉପଲବ୍ଧ ଥିବା ଦକ୍ଷତା ବିକାଶ ପାଣ୍ଠିରୁ ଭରଣା କରାଯିବ । ଏସୟୁଡିଏ ପକ୍ଷରୁ ଏଥିପାଇଁ ଆବଶ୍ୟକ ଟର୍ମ ଆଣ୍ଡ ରେଫରେନ୍ସ ପ୍ରସ୍ତୁତ ହେବ ଓ ବିଜ୍ଞାପନ ମାଧ୍ୟମରେ ଏହି ଡିୟୁଡିଏ ପ୍ରକଳ୍ପ ନିର୍ଦ୍ଦେଶକ ପଦବୀ ପୂରଣ କରାଯିବ ବୋଲି ଶ୍ରୀ ମାଥିଭାଥାନାନ୍ କହିଛନ୍ତି ।

ଅନ୍ୟପକ୍ଷରେ ଶ୍ରୀ ମାଥିଭାଥାନନଙ୍କ ଏଭଳି ନିଷ୍ପତ୍ତି ରାଜ୍ୟର ଲକ୍ଷ ଲକ୍ଷ ବେକାର ଶିକ୍ଷିତ ଯୁବକଯୁବତୀଙ୍କ ପ୍ରତି ଉପହାସ ପାଲଟିଛି । ରାଜ୍ୟର ବିଭିନ୍ନ ଏମ୍ପ୍ଲଏମେଂଟଏକ୍ସଚେଞ୍ଜରେ ଗତ ଡିସେମ୍ବର ମାସ ଶେଷ ସୁଦ୍ଧା ୧.୯୬ଲକ୍ଷ ଗ୍ରାଜୁଏଟ, ୧୫୩୩୫ଜଣ ପୋଷ୍ଟ ଗ୍ରାଜୁଏଟ, ୧୨୩୫୨ଜଣ ଇଞ୍ଜିନିୟର ଗ୍ରାଜୁଏଟ ଓ ୪୧୪୭ଜଣ ପୋଷ୍ଟଗ୍ରାଜୁଏଟ ଇଞ୍ଜିନିୟରଙ୍କୁ ମିଶାଇ ମୋଟ ୮.୯୮ଲକ୍ଷ ବେକାର ଯୁବକଯୁବତୀ ନିଜର ନାମ ପଞ୍ଜିକୃତ କରି ଚାକିରି ଅନ୍ୱେଷଣରେ ଥିବାବେଳେ ସରକାର ନିଜର ଖାଲିପଡ଼ିଥିବା ପ୍ରାୟ ୨.୨୬ଲକ୍ଷ ପଦବୀକୁ ପୂରଣ ଦିଗରେ ଆଗ୍ରହ ଦେଖାଉନାହାନ୍ତି । ଓଲଟା କଟା ଘା’ରେ ଚୂନ ଦେଲା ଭଳି ଶିକ୍ଷିତ ବେକାର ଯୁବକଯୁବତୀମାନେ ଥିବାବେଳେ ଅବସରପ୍ରାପ୍ତ ଅଫିସରମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି । ଯଦିଓ ଏବେ ଅନେକ ବିଭାଗରେ ଅବସରପ୍ରାପ୍ତ ଅଫିସରମାନେ ଓଏସଡି ଭାବେ ନିଯୁକ୍ତି ପାଉଛନ୍ତି । କିନ୍ତୁ ପ୍ରଥମଥର ପାଇଁ କୌଣସି ବିଭାଗ ଦ୍ୱାରା ଅବସରପ୍ରାପ୍ତ ଅଫିସରମାନଙ୍କୁ ନିଯୁକ୍ତି ଦେବାକୁ ବିଧିବଦ୍ଧ ନିଷ୍ପତ୍ତି ନିଆଯିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ଯଦି ସରକାର ଏହି ଅବସରପ୍ରାପ୍ତ ଅଫିସରଙ୍କୁ ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଦେଇ ଉକ୍ତ ପଦବୀରେ ଅବସ୍ଥାପିତ କରିବାକୁ ଚାହୁଁଛନ୍ତି, ତା’ହେଲେ ସମାନ ନୀତି କାହିଁକି ରାଜ୍ୟର ମେଧାବୀ ଶିକ୍ଷିତ ଯୁବକଯୁବତୀଙ୍କ କ୍ଷେତ୍ରରେ ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଏବେ ପ୍ରାୟ ୨ଲକ୍ଷ ୨୬ହଜାର ୫୫୯ଟି ପଦବୀ ଖାଲି ପଡ଼ିଛି । ରାଜ୍ୟରେ ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ମୋଟ ୬ଲକ୍ଷ ୨୫ହଜାର ୧୩୬ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି । ସେଥିରୁ ଏବେ ୩ଲକ୍ଷ ୯୮ହଜାର ୫୭୭ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ଏହି କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ୬୯୯୨୭ଜଣ ଗ୍ରାଣ୍ଟଇନ୍ ଏଡ୍ କର୍ମଚାରୀ ସାମିଲ ଅଛନ୍ତି । ସେହିପରି ଏବେ ୨ଲକ୍ଷ ୨୬ହଜାର ୫୫୯ଟି ପଦବୀ ଖାଲି ପଡ଼ିଛି । ପ୍ରଥମ ଶ୍ରେଣୀରେ ୧୨୩୩୭ଟି, ଦ୍ୱିତୀୟ ଶ୍ରେଣୀରେ ୪୫୯୬୯ଟି, ତୃତୀୟ ଶ୍ରେଣୀରେ ୧,୧୩,୫୩୬ଟି ଓ ଚତୁର୍ଥ ଶ୍ରେଣୀରେ ୩୫୦୯୮ଟି ପଦବୀ ଖାଲି ପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story