Advertisment

ବିଜୟ ମହାପାତ୍ରଙ୍କ ସାଙ୍ଘାତିକ ଅଭିଯୋଗ- ନବ ଦାସ ହତ୍ୟାକାଣ୍ଡର ନାୟକ ଦୁଇ ଅଣ ଓଡ଼ିଆ ଅଫିସର

ନବ ମାସ ହତ୍ୟା ଘଟଣାର ଅଧ ଘଣ୍ଟା ଭିତରେ ଗୋପାଳ ଦାସ ପାଗଳ ବୋଲି ପ୍ରଚାର କରାଗଲା। ଗୋପାଳକୁ ସୁରକ୍ଷିତ ରଖିବା ପାଇଁ ଯେଉଁମାନେ କାହାଣୀ ରଚିଛନ୍ତି ସେମାନଙ୍କୁ ତଦନ୍ତ ପରିସରକୁ ଅଣାଯାଉନି।

ଅଦ୍ୟତନ ହୋଇଛି
Bijay Mahapatra

Bijay Mahapatra

Advertisment

‘ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ନାୟକ ହେଉଛନ୍ତି ୨ ଅଣ ଓଡ଼ିଆ ଅଫିସର। ସେମାନଙ୍କ ମଧ୍ୟରୁ ଜଣେ ଆଇଏଏସ୍‌ ଓ ଜଣେ ଆଇପିଏସ୍‌ ଅଫିସର। ସେମାନେ ଏହି ଘଟଣାର ପ୍ରକୃତ ତଦନ୍ତ ଚାହୁଁ ନାହାନ୍ତି। ପରଦା ପଛରେ ଓ ବାହାରେ ସେମାନେ ହିଁ ଘଟଣାକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ମାମଲାରେ ୧୨୦ (ବି) ଦଫା ଲଗାଯାଇ ନାହିଁ। ଏହି ଦଫା ଲାଗିନି ବୋଲି ଷଡ଼ଯନ୍ତ୍ର ଦିଗ ଉପରେ ତଦନ୍ତ ହେଉନାହିଁ। ଏହା ଓଡ଼ିଶାରେ ଏକ ଭୟଙ୍କର ଅଧ୍ୟାୟ ସୃଷ୍ଟି କରିବ।’ ନବ ଦାସ ହତ୍ୟାକାଣ୍ଡ ନେଇ ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର।

Advertisment

ନବ ଦାସ ହତ୍ୟାକାଣ୍ଡର ୪୦ ଦିନ ପରେ ବି ଏହି ଘଟଣାର ତଦନ୍ତ ଆଗକୁ ବଢ଼ୁ ନ ଥିବା ବେଳେ ଆଜି ପୁଣି ଥରେ ରାଜ୍ୟ ସରକାର ତଥା କ୍ରାଇମବ୍ରାଞ୍ଚ ଉପରେ ଗର୍ଜିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ନବ ଦାସ ହତ୍ୟାକାଣ୍ଡ ୪୦ ଦିନରେ ପହଞ୍ଚିଲାଣି। ହେଲେ ମୃତ୍ୟୁ ପଛର ରହସ୍ୟ କ’ଣ ସେ ନେଇ କ୍ରାଇମବ୍ରାଞ୍ଚ ପାଖରେ କିଛି ବି ସୁରାଗ ନାହିଁ। ଏହା ଏକ ହାଇ ପ୍ରୋଫାଇଲ ହତ୍ୟାକାଣ୍ଡ ହୋଇଥିବା ବେଳେ ଏହାକୁ ମାମୁଲି ଭାବେ ନିଆଯାଉଛି। କ୍ରାଇମବ୍ରାଞ୍ଚ ଓ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେବାକୁ ଚାହୁଁ ନାହାନ୍ତି। ଏହାର ତଦନ୍ତକୁ ଜଲଦି ଶେଷ ପର୍ଯ୍ୟାୟରେ ପହଞ୍ଚାଇବାକୁ ଷଡ଼ଯନ୍ତ୍ର ଚାଲିଛି।

ଏହି ଘଟଣାର ତଦନ୍ତ ଭାର FBIକୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିଥିଲେ। ଇତି ମଧ୍ୟରେ ୧୫ ଦିନ ବିତି ଗଲାଣି। FBI ତଦନ୍ତର ଅଗ୍ରଗତି କେତେ ବାଟ ହେଲା ସେ ନେଇ ଆଉ କିଛି ବିବୃତି ଦିଆଯାଉନି। ରାଜ୍ୟରେ ବହୁ ଦକ୍ଷ ଓ ଅଭିଜ୍ଞ ପୁଲିସ୍‌ ଅଫିସର ଅଛନ୍ତି। ହେଲେ ଅଭିଜ୍ଞ ଓ ଦକ୍ଷ ଅଫିସରଙ୍କ ସାହାଯ୍ୟ ନ ନେଇ ଏକଚାଟିଆ ଭାବେ ଏହାର ତଦନ୍ତ କରାଯାଉଛି। ଜାଣିଶୁଣି ଏହି ଘଟଣାକୁ ଚପାଇ ଦିଆଯାଇଛି ବୋଲି କହିଛନ୍ତି ବିଜୟ ମହାପାତ୍ର।

Advertisment

ଏଥିସହ ସହ କହିଛନ୍ତି, ନବ ଦାସ ମର୍ଡର କେସ୍‌ର ତଦନ୍ତ ଗୋପାଳ କେନ୍ଦ୍ରିକ ହେଉଥିବା ବେଳେ ଅନ୍ୟ ଦିଗକୁ କ୍ରାଇମବ୍ରାଞ୍ଚ ଗୁରୁତ୍ୱ ଦେଉନି। ସବୁ ଦିଗରୁ ତଦନ୍ତ ହେଉନି। କେବଳ ଗୋପାଳର ଚିକିତ୍ସା, ନାର୍କୋ ଟେଷ୍ଟ, ପଲିଗ୍ରାଫ ଟେଷ୍ଟରେ କେସ୍‌କୁ ସୀମିତ କରାଯାଉଛି। ଗୋପାଳକୁ ପାଗଳ ଆଖ୍ୟା ଦେବାକୁ କ୍ରାଇମବ୍ରାଞ୍ଚ ତଥା ରାଜ୍ୟ ସରକାର ଖୁବ୍‌ ବ୍ୟଗ୍ର। ହେଲେ ସେ କେଉଁଠି ମାନସିକ ରୋଗର ଚିକିତ୍ସା ହେଉଥିବା ନଜର ନାହିଁ। ମେଡିକାଲ ବୋର୍ଡ ରିପୋର୍ଟରେ ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ କୋର୍ଟ ବି ସେଥିରେ ମୋହର ମାରିଛନ୍ତି।

ନବ ମାସ ହତ୍ୟା ଘଟଣାର ଅଧ ଘଣ୍ଟା ଭିତରେ ଗୋପାଳ ଦାସ ପାଗଳ ବୋଲି ପ୍ରଚାର କରାଗଲା। ଗୋପାଳକୁ ସୁରକ୍ଷିତ ରଖିବା ପାଇଁ ଯେଉଁମାନେ କାହାଣୀ ରଚିଛନ୍ତି ସେମାନଙ୍କୁ ତଦନ୍ତ ପରିସରକୁ ଅଣାଯାଉନି।

ଏଥିରେ କିଛି ବଡ଼ ବଡ଼ିଆ ଲୋକେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଯେଉଁମାନେ ଏହି ଘଟଣାର ପ୍ଲାନ କରିଥିଲେ, ଦି ତିନି ଦିନ ପୂର୍ବରୁ ଗୋପାଳ କେଉଁଠି ଚଳପ୍ରଚଳ କରୁଥିଲା, ରାତି କାଟୁଥିଲା ତାହାର ତଦନ୍ତ କରାଗଲାନି ବୋଲି କହି ବର୍ଷିଛନ୍ତି ବିଜୟ ମହାପାତ୍ର।

ଜଣେ ମନ୍ତ୍ରୀଙ୍କୁ ପୁଲିସ୍‌ ଗୁଳି କରିବା ସମଗ୍ର ଭାରତ ବର୍ଷରେ ପ୍ରଥମ ହୋଇଥିବା ବେଳେ ପୁଲିସ୍‌ ଇତିହାସରେ ଏହା ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଯିବ। ଜଷ୍ଟିସ ଦାସ ଘଟଣାର ସୁପରଭାଇଜ କରିବେ ବୋଲି କୁହାଗଲା। ମାତ୍ର ସେ କେବେ ସୁପରଭାଇଜ କଲେ ଓ କ’ଣ କଲେ ତାହା କାହାକୁ ଜଣାପଡ଼ିଲାନି ବୋଲି କହିଛନ୍ତି ଏହି ବରିଷ୍ଠ ବିଜେପି ନେତା।

ଏଥିସହ ସେ କହିଛନ୍ତି, ସତ ପଦାକୁ ନ ଆସିଲା ଯାଏ ରାଜ୍ୟ ସରକାର, ପୁଲିସ୍‌, କ୍ରାଇମବ୍ରାଞ୍ଚ ସମସ୍ତେ ସନ୍ଦେହ ଘେରରେ ରହିବେ। ସନ୍ଦେହର ନିଆଁ ଜଲଦି ଲିଭିବ ନାହିଁ  ନବ ଦାସ ମର୍ଡର ପଛର କାରଣ କ’ଣ ତାହା ସାମନାକୁ ନ ଆସିଲା ଯାଏ ଲୋକେ ଏହାକୁ ସହଜେ ଭୁଲିବେ ନାହିଁ।

ଦୀପାଳି ଦାସ ତଦନ୍ତରେ ସନ୍ତୁଷ୍ଟ ଥିବା ନେଇ ବିଜୟ ମହାପାତ୍ର କହିଛନ୍ତି, ଏହା କେବଳ ଦୀପାଳିଙ୍କ କେସ୍‌ ନୁହେଁ, ଏହା ସମ୍ପୂର୍ଣ୍ଣ ଓଡ଼ିଶାବାସୀଙ୍କ କେସ୍‌। ସତ ପଦାକୁ ଆସୁ ବୋଲି ଦିପାଳୀଙ୍କର ବି ଇଚ୍ଛା ଥିବ।

ଏଥିସହ ସେ କହିଛନ୍ତି, ରାଜ୍ୟର ପୁଲିସ୍‌ ମୁଖିଆ ହିସାବରେ ଡିଜି ଏହାର ଉତ୍ତର ରଖିବା ଉଚିତ। କେବଳ ଜଗନ୍ନାଥ ଜାଣିଛନ୍ତି କହି ବସିଦେଲେ ହେବ ନାହିଁ, ଜଗନ୍ନାଥ କ’ଣ ଏଫବିଆଇ ତଦନ୍ତ ପାଇଁ କହିଥିଲେ। ଏହା ଜଣେ ଡିଜିଙ୍କ ମନ୍ତବ୍ୟ ହେବା ଉଚିତ ନୁହେଁ।

Bjp Bijay Mohapatra Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe