କୁଆଖାଇ ନଦୀରେ ବୁଡ଼ିଗଲେ ୨ ଇଞ୍ଜିନିୟରିଂ ଛାତ୍ର। ଏପରି ହୃଦୟ ବିଦାରକ ଘଟଣା ଆଜି ସନ୍ଧ୍ୟା ବେଳେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଇନ୍ଦ୍ରପାଲ ନିକଟରେ ଘଟିଛି। ମୃତ ଛାତ୍ର ଦୁଇ ଜଣ ହେଲେ ସ୍ମୃତି ସୌରଭ ପ୍ରଧାନ ଓ ସତ୍ୟଜିତ ଦାସ।
ତମାଣ୍ଡୋ ଅଞ୍ଚଳର ସ୍ମୃତି ସୌରଭ ପ୍ରଧାନ ଓ ଅନୁଗୋଳ ଜିଲ୍ଲା ରେଙ୍ଗାଲିର ସତ୍ୟଜିତ ଦାସ ଭୁବନେଶ୍ୱରରେ ଏକ ଇଞ୍ଜିନିୟରିଂ କଲେଜ ପଢ଼ନ୍ତି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଦୁଇ ସାଙ୍ଗ କୁଆଖାଇ ନଦୀ ବାଲିପାଟଣା ଇନ୍ଦ୍ରପାଲ ନିକଟରେ ଗାଧୋଉଥିଲେ! ଠିକ୍ ସେହି ସମୟରେ ସେମାନେ ନଦୀର ପ୍ରଖର ସୁଅରେ ଭାସି ଯାଇଥିଲେ। ଖବର ପାଇ ବାଲିଅନ୍ତା ଅଗ୍ନିଶମ କର୍ମଚାରୀମାନେ ନଦୀରେ ଖୋଜା ଖୋଜି କରିଥିଲେ। ଦୀର୍ଘ ସମୟର ସର୍ଚ୍ଚ ଅପରେସନ୍ ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।