/odisha-reporter/media/post_attachments/uploadimage/library/16_9/16_9_0/School_1680489083.jpg)
School
ଆଜିଠୁ ଆରମ୍ଭ ହେଉଛି ୨୦୨୩-୨୪ ଶିକ୍ଷାବର୍ଷ। ରାଜ୍ୟର ସମସ୍ତ ସରକାରୀ ଓ ବେସକରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଚାଲିବ ପାଠପଢା। ଏଥିସହ ଆଜିଠୁ ୮ ତାରିଖ ଯାଏ ଚାଲିବ ପ୍ରଥମ ଶ୍ରେଣୀର ନାମଲେଖା ।
ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଗ୍ରୀଷ୍ମଋତୁ ପାଇଁ ଏପ୍ରିଲ ୧୧ରୁ ସ୍କୁଲ ଗୁଡିକରେ ସକାଳୁଆ ପାଠପଢା ହେବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠପଢା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ଯାଏଁ ଚାଲିବ ।
ସ୍ଥଳ ବିଶେଷରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲମାନଙ୍କ ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ। ସ୍କୁଲଗୁଡିକରେ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ ସ୍କୁଲ କର୍ତ୍ତୃପକ୍ଷକୁ ବିଭାଗୀୟ ନିର୍ଦ୍ଦେଶ ରହିଛି ।
ସୂଚନାଯୋଗ୍ୟ, ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ। ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖିବେ ଶିକ୍ଷକ ଶିକ୍ଷୟିତ୍ରୀ। ଏଥିପାଇଁ ଗତକାଲିଠାରୁ ମୂଲ୍ୟାୟନକେନ୍ଦ୍ର ଗୁଡ଼ିକରେ କାର୍ଯ୍ୟରେ ଯୋଗଦେଇଛନ୍ତି। ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବେ ବୋଲି ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
