Advertisment

ଆଜିଠୁ ଆରମ୍ଭ ୨୦୨୩-୨୪ ଶିକ୍ଷାବର୍ଷ

ଆଜିଠୁ ୮ ତାରିଖ ଯାଏ ଚାଲିବ ପ୍ରଥମ ଶ୍ରେଣୀର ନାମଲେଖା

School

School

Advertisment

ଆଜିଠୁ ଆରମ୍ଭ ହେଉଛି ୨୦୨୩-୨୪ ଶିକ୍ଷାବର୍ଷ। ରାଜ୍ୟର ସମସ୍ତ ସରକାରୀ ଓ ବେସକରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଗୁଡିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଚାଲିବ ପାଠପଢା। ଏଥିସହ ଆଜିଠୁ ୮ ତାରିଖ ଯାଏ ଚାଲିବ ପ୍ରଥମ ଶ୍ରେଣୀର ନାମଲେଖା ।

Advertisment

 ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଗ୍ରୀଷ୍ମଋତୁ ପାଇଁ ଏପ୍ରିଲ ୧୧ରୁ ସ୍କୁଲ ଗୁଡିକରେ ସକାଳୁଆ ପାଠପଢା ହେବ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠପଢା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ଯାଏଁ ଚାଲିବ ।

ସ୍ଥଳ ବିଶେଷରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲମାନଙ୍କ ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ। ସ୍କୁଲଗୁଡିକରେ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ ସ୍କୁଲ କର୍ତ୍ତୃପକ୍ଷକୁ ବିଭାଗୀୟ ନିର୍ଦ୍ଦେଶ ରହିଛି ।

Advertisment

ସୂଚନାଯୋଗ୍ୟ, ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ। ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖିବେ ଶିକ୍ଷକ ଶିକ୍ଷୟିତ୍ରୀ। ଏଥିପାଇଁ ଗତକାଲିଠାରୁ ମୂଲ୍ୟାୟନକେନ୍ଦ୍ର ଗୁଡ଼ିକରେ କାର୍ଯ୍ୟରେ ଯୋଗଦେଇଛନ୍ତି। ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବେ ବୋଲି ସୂଚନା ମିଳିଛି।

Bhubaneswar School School Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe