Advertisment

ବାହାନଗା ଟ୍ରେନ ଟ୍ରାଜେଡି: ଆସିଲା ୨୯ ମୃତକଙ୍କ ଡିଏନଏ ରିପୋର୍ଟ

ଚିହ୍ନଟ ହୋଇଥିବା ୨୯ ମୃତଦେହ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାର ବୋଲି ଜଣାପଡିଛି।

Train accident

Train accident

Advertisment

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଆସିଛି ମୃତକଙ୍କ ଡିଏନଏ ରିପୋର୍ଟ। ପ୍ରଥମ ପର୍ଯ୍ୟାୟରେ ୨୯ ଯାତ୍ରୀଙ୍କ ମୃତଦେହ ଭୁବନେଶ୍ୱର ଏମସକୁ ଆସିଛି। ମୋଟ ୭୮ଟି ମୃତଦେହର ସାମ୍ପୁଲ ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିଲା।। ଚିହ୍ନଟ ହୋଇଥିବା ମୃତଦେହର ସମ୍ପର୍କୀୟଙ୍କୁ ଆଜି ଏମସକୁ ଡକାଯାଇଛି। ଆଜି ସକାଳେ ସେହି ସମ୍ପର୍କୀୟମାନେ ଭୁବନେଶ୍ୱର ଏମସରେ ପହଞ୍ଚିଛନ୍ତି। ଆଜି ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ।

Advertisment

ଭୁବନେଶ୍ୱର ଏମସରେ ସମସ୍ତ ମୃତଦେହ ରହିଛି। ତେଣୁ ଯେଉଁମାନେ ମୃତଦେହ ନିଜ ଅଞ୍ଚଳକୁ ନେବେ ସେଥିପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ଯେଉଁମାନେ ନିଜ ଅଞ୍ଚଳକୁ ନେବେ ନାହିଁ ଏହିଠାରେ ସତ୍କାର କରିବାର ବ୍ୟବସ୍ଥା କରାଯାଇଛି। ଚିହ୍ନଟ ହୋଇଥିବା ୨୯ ମୃତଦେହ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାର ବୋଲି ଜଣାପଡିଛି। ମୋଟ ୮୧ଟି ମୃତଦେହ ଚିହ୍ନଟ ନ ହୋଇ ପାରି ଏମସରେ ରହିଥିଲା। ସେଥିମଧ୍ୟରୁ ୭୮ଟି ମୃତଦେହର ସାମ୍ପୁଲ ଡିଏନଏ ଟେଷ୍ଟ ପାଇଁ  ପଠାଯାଇଥିଲା। ଆଉ ଦୁଇଟି ପର୍ଯ୍ୟାୟରେ ଅନ୍ୟ ମାନଙ୍କର ଡିଏନଏ ରିପୋର୍ଟ ଆସିବ ବୋଲି ସୂଚନା ମିଳିଛି।

ବାହାନଗା ଟ୍ରେନ ଦୁର୍ଘଟଣାରେ କିଛି ମୃତଦେହକୁ ସେମାନଙ୍କ ସର୍ମ୍ପକୀୟ ଚିହ୍ନଟ କରିଥିବା ବେଳେ ଆଉ କିଛି ମୃତଦେହ ଚିହ୍ନଟ ହୋଇ ପାରିନଥିଲା। ଚିହ୍ନଟ ହୋଇ ପାରି ନଥିବା ମୃତଦେହକୁ ନେବାକୁ ଏକାଧିକ ଦାବିଦାର ଆସିଥିଲେ। ସରକାରୀ କ୍ଷତିପୂରଣ ହାତେଇବା ଲାଗି ଗୋଟିଏ ମୃତଦେହର ଏକାଧିକ ଦାବିଦାର ମଧ୍ୟ ବାହାରିଥିଲେ। ଯାହାଫଳରେ ମୃତଦେହ ଚିହ୍ନଟରେ ଅସୁବିଧା ହୋଇଥିଲା। ଏଥିପାଇଁ ମୃତକଙ୍କ ମୃତ ଯାତ୍ରୀଙ୍କର ବାଳ, ଦାନ୍ତ, ହାଡ଼, ନଖ,ମାଂସ ଓ ଶରୀରର ଅନ୍ୟାନ୍ୟ ଅଙ୍ଗର ନମୂନା ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଫୋରେନ୍ସିକ ସାଇନ୍ସ ଲ୍ୟାବକୁ ପଠାଯାଇଥିଲା। ସେଥିମଧ୍ୟରୁ ୨୯ ଜଣଙ୍କ ଡିଏନଏ ରିପୋର୍ଟ ଭୁବନେଶ୍ୱର ଏମସକୁ ଆସିଛି। ମାତ୍ର କିଛି ଶବର ହାଡ଼,ମାଂସ, ଦାନ୍ତ ଆଦି ନଷ୍ଟ ହୋଇଥିବାରୁ ସେମାନଙ୍କର ଡିଏନଏ ମେଳ କରିବାରେ ସମସ୍ୟା ହେଉଛି । ତେଣୁ ଡିଏନଏ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି ବୋଲି ଭୁବନେଶ୍ୱର ଏମସ ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି ।

Advertisment

ସୂଚନା ଅନୁସାରେ, ଜୁନ୍ ୨ତାରିଖରେ ବାହାନଗାଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ଘଟିଥିଲା। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୯୩ରେ ପହଞ୍ଚି ଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। 

Deadbody Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe