Advertisment

ଅନ୍‌ଲାଇନରେ ହେବ ଯୁକ୍ତ ୨ ସ୍ପଟ ଆଡମିଶନ୍, ଧନ୍ଦାମୂଳକ ଶିକ୍ଷାରେ ନାମଲେଖା ବଢ଼ାଇବାକୁ ଫୋକସ୍‌

ସ୍ପଟ୍ ଆଡମିଶନ ପାଇଁ ସିଲେକ୍ସନ୍ ହେଲେ ହ୍ୱାଟ୍ସଆପ୍‌ କିମ୍ବା ଏସ୍‌ଏମ୍‌ଏସ୍‌ରେ ବାର୍ତ୍ତା ପଠାଯିବ।

ଅଦ୍ୟତନ ହୋଇଛି
representational image

representational image

Advertisment

ଚଳିତବର୍ଷ ଠାରୁ ଅନ୍‌ଲାଇନ ଜରିଆରେ ହେବ ଯୁକ୍ତ ୨ ସ୍ପଟ ଆଡମିଶନ୍। ମେରିଟ୍ ଲିଷ୍ଟ ହିସାବରେ ଛାତ୍ରଛାତ୍ରୀ ପାଇବେ ସିଟ୍। ସ୍ପଟ୍ ଆଡମିଶନ ପାଇଁ ସିଲେକ୍ସନ୍ ହେଲେ ହ୍ୱାଟ୍ସଆପ୍‌ କିମ୍ବା ଏସ୍‌ଏମ୍‌ଏସ୍‌ରେ ବାର୍ତ୍ତା ପଠାଯିବ। କାଗଜପତ୍ରରେ ଦୁର୍ନୀତି ରୋକିବାକୁ ସାମ୍‌ସ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଚଳିତ ମାସ ୧୭ ତାରିଖରେ ନିର୍ଦ୍ଦେଶନାମା ଜାରି ହୋଇଛି।

Advertisment

ସେହିପରି ଯେଉଁ ଦଶମ ପାସ୍‌ କରିଥିବା ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ଯୋଗେ ଆଡ୍‌ମିଶନ କରିବାକୁ ଅବେଦନ କରିନଥିବେ, ସେମାନଙ୍କ ମୋବାଇଲକୁ ଏସ୍‌ଏମ୍‌ଏସ୍ ଜରିଆରେ ବାର୍ତ୍ତା ପଠାଇ ଇ-ଆଡମିଶନ ଜରିଆରେ ନାମ ଲେଖାଇବାକୁ ସଚେତନତା କରାଯିବ।

ତେବେ ଏପର୍ଯ୍ୟନ୍ତ କେଉଁ ସମୟରେ ଯୁକ୍ତି ୨ ନାମ ଲେଖା ଆରମ୍ଭ ହେବ ସେନଇ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ। ଦଶମ ପାସ୍‌ କରିଥିବା ଛାତ୍ରଛାତ୍ରୀମାନେ ଏହି ପ୍ରକ୍ରିୟା କେବେ ଆରମ୍ଭ ହେବ ଚାହିଁ ବସିଛନ୍ତି।

Advertisment

ସେପଟେ ମାଟ୍ରିକରେ ରେକର୍ଡ ସଂଖ୍ୟକ ପିଲା ପାସ୍ କରିବା ପରେ ଯୁକ୍ତ ୨ରେ ସମସ୍ତଙ୍କୁ ସିଟ୍ ଯୋଗାଇ ଦେବା ନେଇ ଉଚ୍ଚ ଶିକ୍ଷା ବିଭାଗର ଚିନ୍ତା ବଢ଼ିଛି। ପିଲାଙ୍କୁ ଯୁକ୍ତ ୨(କଳା/ବିଜ୍ଞାନ/ବାଣିଜ୍ୟ ବିଭାଗ)ରେ ନାମ ଲେଖାଇବା ବଦଳରେ ଧନ୍ଦାମୂଳକ ଶିକ୍ଷାପ୍ରତି ଆକର୍ଷଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି।

ପିଲାମାନେ ଧନ୍ଦାମୂଳକ ଶିକ୍ଷା ଆଡ଼କୁ ଯେପରି ଢଳିବେ ସରକାର ଏଥିପାଇଁ ଯୋଜନା କରୁଛନ୍ତି। ସ୍କୁଲ ସ୍ତରରେ ପିଲାଙ୍କୁ ଏନେଇ ପ୍ରୋତ୍ସାହିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି। ବୋର୍ଡ ନିର୍ଦ୍ଦେଶକ ଏହି ଚିଠି କରିଛନ୍ତି।

ଏଥିରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟରେ ଏବେ ୨୩୧ ସରକାରୀ ଧନ୍ଦାମୂଳକ ସେକେଣ୍ଡାରୀ ସ୍କୁଲ ରହିଛି। ସାଧାରଣ ପାଠପଢ଼ା ଅପେକ୍ଷା ପିଲାମାନେ କିପରି ଧନ୍ଦାମୂଳକ ପାଠପଢ଼ା ପ୍ରତି ଆକର୍ଷିତ ହେବା ଭଲ। ଏହି ପାଠପଢ଼ି ପିଲାମାନେ ରୋଜଗାରକ୍ଷମ ହେବା ସହ ନିଜସ୍ୱ ଅନୁଷ୍ଠାନ ଆରମ୍ଭ କରିପାରିବେ। ବ୍ୟକ୍ତିତ୍ୱ ବିକାଶ ସାଙ୍ଗକୁ ଆର୍ଥିକ, ବିଭିନ୍ନ ଜିନିଷ ଉତ୍ପାଦନ କ୍ଷମତା ଏହି ଶିକ୍ଷା ଦ୍ୱାରା ବଢ଼ିପାରିବ। ମଧ୍ୟମସ୍ତରରେ ଆବଶ୍ୟକ ପଡ଼ୁଥିବା କୁଶଳୀ କାରିଗର ଚାହିଦା ଏହାଦ୍ୱାରା ପୂରଣ କରାଯାଇପାରିବ। ଏନେଇ ସଚେତନତା କରିବାକୁ ପଡ଼ିବ।

ଲୋକଙ୍କ ଭିତରେ ସେଚତନତା ଅଭାବରୁ ଧନ୍ଦମୂଳକ ଶିକ୍ଷାରେ ନାମଲେଖା ଆଶାନୁରୂପକ ହେଉନି। ତେଣୁ ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ଭିତରେ ଏବାବଦରେ ସଚେତନତା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଇଓ ଅଫିସ୍, ସିଆସିସି ଅଫିସ୍ ଓ ହାଇସ୍କୁଲର ନୋଟିସ୍‌ ବୋର୍ଡରେ ଏ ସମ୍ପର୍କରେ ସୂଚିତ କରି ଛାତ୍ରଛାତ୍ରୀଙ୍କୁ ଜଣାଇବାକୁ କୁହାଯାଇଛି। ଏହାଛଡ଼ା ପଦକ୍ଷେପ ସମ୍ପର୍କରେ ସ୍କୁଲ ପରିଚାଳନା କମିଟିରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଜଣାଇ ସଚେତନତା ସୃଷ୍ଟି କରିବାକୁ ମଧ୍ୟ କୁହାଯାଇଛି।

Odisha Education Department +2 Admission Bhubaneswar Odisha Administration
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe