Advertisment

ବିଜେବି କଲେଜ ପଡ଼ିଆରେ ପଶି ଛାତ୍ରଙ୍କୁ ହାଣିଲେ ବସ୍ତି ପିଲା!

୩୦ ଜଣ ଅଣଛାତ୍ର ଖଣ୍ଡା, ବ୍ୟାଟ୍‌ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ୩ ଛାତ୍ରଙ୍କ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

BJB College

BJB College

Advertisment

କ୍ରିକେଟ୍‌ ଖେଳକୁ ନେଇ କଲେଜ ପରିସରରେ ମହାଭାରତ। ବିଜେବି କଲେଜ କ୍ୟାମ୍ପସ୍‌ରେ ଛାତ୍ରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କୁ ଅଣଛାତ୍ରମାନେ ଆକ୍ରମଣ କରଥିବା ଅଭିଯୋଗ ହୋଇଛି। ୩୦ ଜଣ ଅଣଛାତ୍ର ଖଣ୍ଡା, ବ୍ୟାଟ୍‌ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ୩ ଛାତ୍ରଙ୍କ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆହତ ହୋଇଥିବା ସମସ୍ତ ଛାତ୍ର ଆମ୍ବେଦକର ହଷ୍ଟେଲର ଛାତ୍ର ବୋଲି ଜଣାପଡ଼ିଛି। ଏନେଇ ଅଭିଯୋଗ ହେବା ପରେ ବଡ଼ଗଡ଼ ଥାନା ପୁଲିସ୍‌ ୪ରୁ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବର୍ତ୍ତମାନ କଲେଜର ସୁରକ୍ଷା ବ୍ୟବସ୍ଥା କଡ଼କଡ଼ି କଯାଇଛି।

Advertisment

ଗଣ୍ଡଗୋଳ ନେଇ ହଷ୍ଟେଲ୍‌ର ଆସିଷ୍ଟାଣ୍ଡ ସୁପରିଟେଣ୍ଡେଣ୍ଟ ଗଦାଧର ପାତ୍ର କହିଛନ୍ତି, ପରୀକ୍ଷା ସରିଥିବାରୁ ଆଜି ଛାତ୍ରମାନେ ଖେଳିବାକୁ କଲେଜ ପଡ଼ିଆକୁ ଯାଇଥିଲେ। ସେତେବେଳେ ସେହି ପଡ଼ିଆରେ କିଛି ବସ୍ତି ପିଲା କ୍ରିକେଟ ଖେଳୁଥିଲେ। ଏହା ଦେଖି କଲେଜ ଛାତ୍ରମାନେ ସେମାନଙ୍କୁ କହିଥିଲେ ଆମେ ଖେଳିବୁ। ଆଉ ଦୁଇ ଓଭର ପରେ ତୁମେମାନେ ଖେଳିବ ବୋଲି ବସ୍ତି ପିଲାମାନେ କହିଥିଲେ। ତେଣୁ ଛାତ୍ରମାନେ କିଛି ସମୟ ଅପେକ୍ଷା କରିଥିଲେ। ସେମାନେ ଦୁଇ ଓଭର କହି ଆଉ ଦୁଇ ଓଭର କ୍ରିକେଟ୍‌ ଖେଳିଥିଲେ। ଏହା ଦେଖି କଲେଜ ପିଲାମାନେ ଯାଇ ଆଉ ଥରେ ତାଙ୍କୁ କହିଥିଲେ। ଏହା ପରେ ବସ୍ତି ପିଲାମାନେ ପଡ଼ିଆ ଛାଡ଼ି ପଳାଇ ଯାଇଥିଲେ। କିଛି ସମୟ ପରେ ବସ୍ତି ପିଲାମାନେ କଲେଜ ପଡ଼ିଆରେ ପଶି ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ପରେ ପାଚେରୀ ଡେଇଁ ପଳାଇ ଯାଇଥିଲେ। ଏନେଇ ମୁଁ କଲେଜ ପ୍ରିନ୍ସପାଲଙ୍କୁ ସୂଚନା ଦେଇଛି ବୋଲି ସୁପରିଟେଣ୍ଡେଣ୍ଟ କହିଛନ୍ତି।

Crime Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe