Advertisment

ପୁରୀରେ ଫସିଥିବା ଯାତ୍ରୀଙ୍କ ପାଇଁ ଗଡିବ ୩ ସ୍ପେଶାଲ ଟ୍ରେନ୍

ରୀ-ହାୱଡ଼ା ମଧ୍ୟରେ ୩ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଲୱେ।

Train

Train

Advertisment

ବାଲେଶ୍ୱର ବାହାନଗାରେ ଟ୍ରେନ୍ ଦୁର୍ଘଟଣା ପରେ ପୁରୀରେ ଫସିଥିବା ଯାତ୍ରୀଙ୍କ ପାଇଁ ଗଡିବ ସ୍ପେଶାଲ ଟ୍ରେନ୍। ପୁରୀ-ହାୱଡ଼ା ମଧ୍ୟରେ ୩ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଲୱେ। ପ୍ରଥମ ଟ୍ରେନ୍ ଯଖପୁରା-କେନ୍ଦୁଝରଗଡ଼-ଡାଙ୍ଗଆପଶି- ଖଡ଼ଗପୁର ରୁଟରେ ଯିବ। ଦ୍ୱିତୀୟ ଟ୍ରେନ ଭାୟା କଟକ-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡ଼ା ରୁଟରେ ଯିବ।

Advertisment

ସେହିପରି ତୃତୀୟ ଟ୍ରେନଟି ଯଖପୁରା-କେନ୍ଦୁଝରଗଡ଼-ଡାଙ୍ଗଆପଶି-ଖଡ଼ଗପୁର ରୁଟରେ ଯିବ। ଟ୍ରେନ୍ ଦୁର୍ଘଟଣା ପରେ ହାୱଡା-ଚେନ୍ନାଇ ମେନ୍ ଲାଇନରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଅନେକ ଟ୍ରେନ୍ ବାତିଲ ହେବା ଯୋଗୁଁ ପୁରୀରୁ ହାୱଡା ଯିବାକୁ ଥିବା ଯାତ୍ରୀ ପୁରୀରେ ଅଟକିଛନ୍ତି। 

ସେପଟେ ରେଳ ଚଳାଚଳ ସ୍ୱାଭାବିକ ହେଲା ପର୍ଯ୍ୟନ୍ତ ଯାତ୍ରୀମାନେ ମାଗଣାରେ ବସରେ କଲିକତା ଯାତ୍ରା କରି ପାରିବେ। ଯେଉଁ ମାନେ ଆଗୁଆ ଟିକଟ ବୁକିଙ୍ଗ କରିଛନ୍ତି ସେହି ଯାତ୍ରୀମାନଙ୍କ ଟଙ୍କା ଫେରସ୍ତ କରାଯାଉଛି। ତାହା ସହ ସେହି ବସରେ ଲୋକଙ୍କୁ ମାଗଣାରେ କଲିକତା ନିଆଯାଉଛି।

Advertisment
Train Accident BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe