Advertisment

୬ ମାସ ସୁଦ୍ଧା ରାଜସ୍ୱ ବିଭାଗରେ ପୂରଣ ହେବ ୩ ହଜାର ପଦବୀ : ରାଜସ୍ୱ ମନ୍ତ୍ରୀ

ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟ ସରକାର ରାଜସ୍ୱ ବିଭାଗ ଅଧୀନରେ ପ୍ରାୟ ୩ ହଜାର ପଦବୀ ପୂରଣ କରିବେ ।

PRAMILA MALIK

PRAMILA MALIK

Advertisment

ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟ ସରକାର ରାଜସ୍ୱ ବିଭାଗ ଅଧୀନରେ ପ୍ରାୟ ୩ ହଜାର ପଦବୀ ପୂରଣ କରିବେ । ରାଜସ୍ୱ ନିରୀକ୍ଷକ, ସହାୟକ ରାଜସ୍ୱ ନିରୀକ୍ଷକ, ଅମିନ , କନିଷ୍ଠ ରାଜସ୍ୱ ସହାୟକ, ଅଡିଟର, ଟାଇପିଷ୍ଟ, ଷ୍ଟେନୋଗ୍ରାଫର, କନିଷ୍ଠ ସହାୟକ, ସହକାରୀ ସହାୟକ ଓ ଅନ୍ୟାନ୍ୟ ପଦପଦବୀରେ ପ୍ରାୟ ୨୯୯୮ଜଣଙ୍କୁ ନିଯୁକ୍ତି ରାଜ୍ୟ ସରକାର ଦେବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ।

Advertisment

ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ, ରାଜସ୍ୱ ପ୍ରଶାସନର କାର୍ଯ୍ୟଶୈଳୀକୁ ଅଧିକ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରଶାସନିକ ସେବା,ପ୍ରଥମ ଶ୍ରେଣୀ(କନିଷ୍ଠ ବର୍ଗ) କ୍ୟାଡ଼ର ସଂଖ୍ୟାକୁ ୧୧୮୮ରୁ ୧୩୧୩କୁ ଏବଂ ଓଡ଼ିଶା ରାଜସ୍ୱ ସେବା(ଦ୍ୱିତୀୟ ବର୍ଗ) କ୍ୟାଡ଼ର ସଂଖ୍ୟାକୁ ୧୦୯୨ରୁ ୧୨୯୦କୁ ବୃଦ୍ଧି କରାଯାଇଛି । ରାଜସ୍ୱ ପ୍ରଶାସନର ସଶକ୍ତିକରଣ ପାଇଁ ଏହି ବିଭାଗ ଦ୍ୱାରା ୯୨୦ଜଣ କନିଷ୍ଠ ରାଜସ୍ୱ ସହାୟକ, ୫୮୬ଜଣ ରାଜସ୍ୱ ନିରୀକ୍ଷକ, ୫୭୬ଜଣ ସହକାରୀ ରାଜସ୍ୱ ନିରୀକ୍ଷକ ସ ୫୩୮ଜଣ ଅମିନଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି । ସେହିପରି ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ-୨୦୧୨ ଏକ ଯୁଗାନ୍ତକାରୀ ପଦକ୍ଷେପ । ଜନସାଧାରଣଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ଅଧିକାର ପ୍ରଦାନ କରିବା ପାଇଁ ରାଜସ୍ୱ ବିଭାଗର ୩୪ଟି ସେବାକୁ ଓଡ଼ିଶା ଗେଜେଟରେ ଅଧିସୂଚିତ କରାଯାଇଛି । ଏହି ବିଭାଗ ଗତ ୪ବର୍ଷ ମଧ୍ୟରେ ଲୋଙ୍କୁ ବିଭିନ୍ନ ବର୍ଗରେ ମୋଟ ୨.୪୪କୋଟି ଲୋକସେବା ଯୋଗାଇ ଦେଇଛି । ଜାତୀୟ ଜନଗଣନା କାର୍ଯ୍ୟକ୍ରମ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୫୫କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ମୋଟ ୧୫୮୬.୪୧କୋଟି ଟଙ୍କାର ଖର୍ଚ୍ଚଦାବିକୁ ମନ୍ତ୍ରୀ ଶ୍ରୀ ଉପସ୍ଥାପନ କରିବା ପରେ ଏହା ଉପରେ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ବିଭାଗର ବିଭିନ୍ନ କାର୍ଯ୍ୟକୁ ଆଲୋଚନା କରିଥିଲେ । ରାଜସ୍ୱ ବିଭାଗରେ ଦୁର୍ନୀତି କିଭଳି ଚରମସୀମାରେ ପହଂଚିଛି ଓ ଲୋକମାନଙ୍କୁ ସେବା ପାଇବାକୁ ବାରମ୍ବାର ଦୌଡ଼ିବାକୁ ପଡ଼ୁଛି ସେ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ସଦସ୍ୟମାନେ କଡ଼ା ସମାଲୋଚନା କରିଥିଲେ ।

Advertisment
Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe