Advertisment

ବାହାନଗା ରେଳ ଦୁର୍ଘଟଣା: ଓଡ଼ିଶାର ୩୯ ଜଣଙ୍କ ମୃତଦେହ ଚିହ୍ନଟ

ଓଡ଼ିଶାର ୩୯ ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଅଛନ୍ତି।

Train Accident

Train Accident

Advertisment

ବାଲେଶ୍ୱର ଜିଲ୍ଲା ବାହାନଗାରେ ଗତ ଶୁକ୍ରବାର ଘଟିଥିବା ଭୟାନକ ଦୁର୍ଘଟଣାରେ ଏଯାବତ ଓଡ଼ିଶାର ୩୯ ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି।

Advertisment

ଏହି ୩୯ ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଅଛନ୍ତି। ସେହିପରି ଭଦ୍ରକରୁ ୮ ଜଣ ଥିବା ବେଳେ ମୟୂରଭଞ୍ଜରୁ ୯, ଯାଜପୁରରୁ ୨, ଖୋର୍ଦ୍ଧାରୁ ୨, କଟକର ୩ ଓ କେନ୍ଦୁଝରର ଜଣେ ବ୍ୟକ୍ତି ରହିଛନ୍ତି।

ଏହି ମୃତକଙ୍କ ପରିବାର ଲୋକଙ୍କ ପାଇଁ ସରକାର ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ସରକାର। ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କାର୍ଯ୍ୟ ଆରମ୍ଭ କରାଯାଇଛି।

Advertisment

ମୁଖ୍ୟମନ୍ତ୍ରୀ ପୂର୍ବରୁ ଏହି ଦୁର୍ଘଟଣାର ଓଡ଼ିଶାର ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।

ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାରେରୁ ଅଧିକ ଲୋକ ଆହତ ହୋଇଛନ୍ତି।

Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe