Advertisment

ବାଉନ୍‌ସର ଗ୍ୟାଙ୍ଗର ଆଉ ୫ ଜଣ ଗିରଫ, ବ୍ୟବହୃତ ୨ ଜେସିବି ଜବତ

କିଛି ମହିଳା ଓ ଶ୍ରମିକ ଶ୍ରେଣୀର ଲୋକଙ୍କୁ ମଧ୍ୟ ଏଭଳି କାମରେ ନିୟୋଜିତ କରାଯାଇଥିଲା।

author-image
Niranjan Mishra
bouncer gang' arrested

bouncer gang' arrested

ରାଜଧାନୀ ଭୁବନେଶ୍ୱରରେ ବିବାଦୀୟ ଜମି ଅକ୍ତିଆର ମାମଲାରେ ବାଉନ୍‌ସର ଗ୍ୟାଙ୍ଗର ଆଉ ୫ ଜଣ ଗିରଫ। ଏମାନେ ହେଲେ ଶିବପ୍ରସାଦ ବିଶୋୟୀ, ପ୍ରଭାତ କୁମାର ସାହୁ, ଲତିଫ ଖାନ୍, ଫିରୋଜ୍ ଖାନ୍ ଓ ସେଖ୍ ମୁସ୍ତାକିମ। ମୁଖ୍ୟ ଅଭିଯୁକ୍ତ ରାଘବ ଜେନା ଇସାରାରେ ଏମାନେ ଲୁଟ୍ ଓ ଭଙ୍ଗା ରୁଜା କରିଥିଲେ। ଦୋକାନ ଘର ଭାଙ୍ଗିବା ଲାଗି ବ୍ୟବହୃତ ୨ ଜେସିବିକୁ ଜବତ କରାଯାଇଛି। ନୟାପଲ୍ଲୀ ଥାନାଠାରୁ ଅଳ୍ପ ଦୂରରେ ଘଟିଥିବା ଦୋକାନ ଭଙ୍ଗାରୁଜା ମାମଲାରେ ପୁଲିସ ଏମାନଙ୍କୁ ଗିରଫ କରିଛି। ଏପର୍ଯ୍ୟନ୍ତ ଏହି ମାମଲାରେ ପୁଲିସ ୧୯ ଜଣକୁ ଗିରଫ କରିଛି। ତେବେ ଏବେବି ଅନେକ ଫେରାର ରହିଛନ୍ତି।

Advertisment

ସେପଟେ ପ୍ରାୟ ୩୫ ଲକ୍ଷ ଟଙ୍କା ଦେଇ ଏହି ଜମି ଅକ୍ତିଆର କରିବାକୁ ଯୋଜନା କରିଥିବା ଗୋଟିଏ ପରିବାର ଏକାଧିକ ବ୍ୟକ୍ତିମାନଙ୍କ ନାମରେ ମାମଲା ସତ୍ତ୍ୱେ ପୁଲିସ ସେମାନଙ୍କୁ ଏପର୍ଯ୍ୟନ୍ତ ଧରିପରିନି। ସେମାନଙ୍କ ୫ଟି ବ୍ୟାଙ୍କ ଆକାଉଣ୍ଟକୁ ପୁଲିସ ଫ୍ରିଜ କରିଛି। ଏହାଛଡା ଜମି ଅକ୍ତିଆର ପଛରେ ଥିବା ମାଷ୍ଟରମାଇଣ୍ଡ ରାଘବ ଜେନା ଏବେବି ଫେରାର ରହିଛି। ଏହି ଗ୍ୟାଙ୍ଗ୍ ବିବାଦୀୟ ଜମି ଅକ୍ତିଆର ଲାଗି ରାତି ଅଧିଆ ଘେରାବନ୍ଦି କରି ମାର୍ବଲ ସୋରୁମ୍ ଏବଂ ଅନ୍ୟ ଗୋଟେ ଦୋକାନ ଉପରେ ବୁଲଡୋଜର ଚଢ଼ାଇ ମାଟିରେ ମିଶାଇ ଦେଇଥିଲେ।

bouncer gang arrested ବାଉନ୍‌ସର ଗ୍ୟାଙ୍ଗ

ଏନେଇ ନୟାପଲ୍ଲୀ ଥାନା ପୁଲିସ ସୂଚନା ଦିଆଯାଇଛି ଯେ, ଆଉ ଯେଉଁମାନେ ଏହି ମାମଲାରେ ଫେରାର ଅଛନ୍ତି, ସମସ୍ତଙ୍କୁ ଗିରଫ କରାଯିବ। ଗିରଫ ଅଭିଯୁକ୍ତମାନେ ଅପରାଧ କାର୍ଯ୍ୟକଳାପ ଘଟାଇବାକୁ ବିଭିନ୍ନ ସ୍ଥାନକୁ ଭଡ଼ାରେ ଯାଇଥାନ୍ତି। ପଚରାଉଚରା ବେଳେ ଏହା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପରବର୍ତ୍ତି ତଦନ୍ତ କରାଯିବ।

Advertisment

ଏହି ଭଙ୍ଗାରୁଜା ଘଟଣାରେ ୪ଟି ମାମଲା ହୋଇଥିଲା। ଅଭିଯୁକ୍ତମାନେ ଦୋକାନ ଭଙ୍ଗାରୁଜା କରିବା ସହ ଦୋକାନୀ, ସିକ୍ୟୁରିଟି ଓ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ଅଟକ ରଖିଥିଲେ। ପ୍ରତ୍ୟେକ ଅଭିଯୁକ୍ତ ପ୍ରାୟ ୫ରୁ ୧୦ ହଜାର ଟଙ୍କା ନେଇ ଏଭଳି କାଣ୍ଡ କରିବାକୁ ଆସିଥିଲେ। କିଛି ମହିଳା ଓ ଶ୍ରମିକ ଶ୍ରେଣୀର ଲୋକଙ୍କୁ ମଧ୍ୟ ଏଭଳି କାମରେ ନିୟୋଜିତ କରାଯାଇଥିଲା। ହାଇଟେକ୍ ହସ୍ପିଟାଲ ଛକରେ ଥିବା ପରିଡ଼ା ଗେଷ୍ଟହାଉସ୍‌ ଠାରେ ଏକାଠି ହୋଇ ଯୋଜନା ବଦ୍ଧ ଭାବେ ଦୋକାନ ଭାଙ୍ଗିବାକୁ ଓ ଦୋକାନରେ ଥିବା ଜିନିଷ ଲୁଟ କରିବାକୁ ଆସିଥିଲେ। ଏହି ମାମଲାରେ ଦାସପୂରିଆ ପରିବାର ୨ ଜଣ ମହିଳା ଓ ୨ ଜଣ ପୁରୁଷ ସମ୍ପୃକ୍ତ ମଧ୍ୟ ଥିବା ଜଣାପଡ଼ିଛି। ସେମାନେ ମୁଖ୍ୟ ଅଭିଯୁକ୍ତ ରାଘବ ଜେନାଙ୍କୁ ଏହି କାଣ୍ଡ ଘଟାଇବା ନିମନ୍ତେ ଟଙ୍କା ଦେଇ ନିୟୋଜିତ କରିଥିଲେ। ସେମାନେ କେତେ ଟଙ୍କା ରାଘବକୁ ଦେଇଥିଲେ ଓ କେଉଁମାନଙ୍କୁ ଟଙ୍କା ବଣ୍ଟା ଯାଉଛି ତାହାର ତଦନ୍ତ ଚାଲୁଛି ବୋଲି ପୁଲିସ କହିଛି।

Criminal Arrested