Advertisment

ବିଜେଡିକୁ ନିର୍ବାଚନ ଜିତାଇବା ପାଇଁ ‘ଫାଇଭ-ଟି’ : ବିଜୟ ପଟ୍ଟନାୟକ

ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟବାସୀଙ୍କ ମୌଳିକ ସମସ୍ୟାର ସମାଧାନ କ୍ଷେତ୍ରରେ ବିପଳ ସରକାର କେବଳ ଫାଇଭ-ଟି ନାଁରେ ପ୍ରହେଳିକା ସୃଷ୍ଟି କରୁଛି ।

Bijay Pattnaik

Bijay Pattnaik

Advertisment

ରାଜ୍ୟ ସରକାରଙ୍କ ‘ଫାଇଭ-ଟି’ର କାମ କେବଳ ବିଜେଡିକୁ ନିର୍ବାଚନ ଜିତାଇବା ବୋଲି ଅବସରପ୍ରାପ୍ତ ମୁଖ୍ୟ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିବା ସହ କଡ଼ା ଭାଷାରେ କଟାକ୍ଷ କରିଛନ୍ତି।

Advertisment

ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟବାସୀଙ୍କ ମୌଳିକ ସମସ୍ୟାର ସମାଧାନ କ୍ଷେତ୍ରରେ ବିପଳ ସରକାର କେବଳ ଫାଇଭ-ଟି ନାଁରେ ପ୍ରହେଳିକା ସୃଷ୍ଟି କରୁଛି । ୧୮ମାସ ମଧ୍ୟରେ ଷ୍ଟାଡ଼ିୟମ ନିର୍ମାଣ କରିଦେଲେ, ଅଥଚ ଲୋକଙ୍କୁ ପିଇବା ପାଇଁ ପାଣି ଟୋପାଏ ଦେଇପାରୁନାହାନ୍ତି । ନବରଙ୍ଗପୁରରେ ବୃଦ୍ଧା ଚୌକି ଧରି ବ୍ୟାଙ୍କ ଗଲେ, ଏଥିରୁ ଟେକ୍ନୋଲୋଜି ଜଣାପଡ଼ୁଛି । ଆଉ ଟ୍ରାନ୍ସପରେନ୍ସିର ପ୍ରଚାର ହେଉଛି କିନ୍ତୁ କୌଣସି ଖର୍ଚ୍ଚର ହିସାବ ସରକାର ଦେଇପାରୁନାହାନ୍ତି । ସ୍କୁଲରେ କୋଠରୀ ନାହିଁ, କାନ୍ଥ ରଙ୍ଗ ବଦଳାଇ ଫାଇଭ-ଟି ଟ୍ରାନ୍ସଫରମେସନ କରୁଛନ୍ତି । ସରକାରଙ୍କ ଏହି ‘ଫାଇଭ-ଟି’ର ମିଥ୍ୟା ପ୍ରଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ନବନଯୁକ୍ତ ପ୍ରଚାର ବିଭାଗର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଥିଲେ ଯେ, ୫ଟି ଶାସନ ନାଁରେ ପ୍ରହସନ ଚାଲିଛି ବୋଲି କଟାକ୍ଷ କରିଛନ୍ତି । କେବଳ ମିଥ୍ୟା ଆଉ ମିଥ୍ୟାକୁ ନେଇ ସରକାର ଚାଲିଛି। ମିଥ୍ୟା ବନାମ ବାସ୍ତବତା ପ୍ରସଙ୍ଗ ଉଠାଇ ‘ଫାଇଭ-ଟି’ର ବାଖ୍ୟାତ୍ମକ ବର୍ଣ୍ଣନା ସହ ୫ ଗୋଟି ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଥମ-ଟି ଅର୍ଥାତ ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତାର ଡିଣ୍ଡିମ ସରକାର ପିଟୁଛନ୍ତି କିନ୍ତୁ ପାନୀୟ ଜଳ ପ୍ରକଳ୍ପ ଓ ଉପଲବ୍‌ଧି ସଂକ୍ରାନ୍ତରେ ପ୍ରଶ୍ନ କଲେ ‘ତଥ୍ୟ ସଂଗ୍ରହ କରାଯାଇଛି' ବୋଲି ଉତ୍ତର ମିଳୁଛି।

Advertisment

 ଦ୍ୱିତୀୟ ‘ଟି' ସମୟସୀମା ମଧ୍ୟରେ ନିର୍ମାଣ ଶେଷ କଥା କୁହାଯାଉଛି। କେବଳ ହକି ଷ୍ଟାଡ଼ିୟମ ନିର୍ମାଣକୁ ବାଦ୍ ଦେଲେ ସବୁ ଅତ୍ୟାବଶ୍ୟକୀୟ ପ୍ରକଳ୍ପ ଦୀର୍ଘବର୍ଷ ଧରି ପଡ଼ି ରହିଛି । ତୃତୀୟଟି ହେଉଛି ଟେକ୍ନୋଲୋଜି। ନବରଙ୍ଗପୁରର ବୃଦ୍ଧ ବ୍ୟକ୍ତି ନିଜର ଭତ୍ତା ପାଇଁ ଚୌକିକୁ ଆଶାବାଡ଼ି କରି ବ୍ୟାଙ୍କ ଧାଉଁଛି, ଏଥିରୁ ଟେକ୍ନୋଲୋଜିର ଉପଯୋଗ ଜଣାପଡ଼ୁଛି।

ସେହିପରି ଚତୁର୍ଥ ‘ଟି' ଟ୍ରାନ୍ସଫରମେସନର କଥା କୁହେ, କିନ୍ତୁ ଏହା କେବଳ ବାହ୍ୟ ରୂପାନ୍ତରଣରେ ସୀମିତ । ସ୍କୁଲଗୁଡ଼ିକରେ ଘର ଓ ଶିକ୍ଷକ ଏବଂ ହସ୍ପିଟାଲରେ ଡାକ୍ତର ନଥିବାରୁ ଏହି ରୂପାନ୍ତରୀକରଣ ଅର୍ଥହୀନ ହୋଇପଡ଼ିଛି । ପଂଚମ ‘ଟି' ଟିମ୍ ୱାର୍କର ବିଜ୍ଞାପନ ହେଉଛି କିନ୍ତୁ ଏହା ବାସ୍ତବରେ ରାଜ୍ୟବାସୀ ନୁହେଁ ସରକାରୀ ଦଳର ସ୍ୱାର୍ଥପାଇଁ ସରକାରୀ କଳର ଦୁରୁପଯୋଗ କରାଯାଉଛି । ଦଳ ସମୃଦ୍ଧ ହେଉଛି ରାଜ୍ୟ ଦରିଦ୍ର ହେଉଛି । ସବୁ ନୀତି, ନିୟମକୁ ଜଳାଳି ଦିଆଯାଉଛି।

ସେହିପରି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଏବେ ଖରାଦିନେ ଦୁଇଟି ମୁଖ୍ୟ ପ୍ରସଙ୍ଗ ହେଉଛି ପାନୀୟ ଜଳ ସଂକଟ ଓ ପାୱାରକଟ୍ ଯୋଗୁ ବିଦ୍ୟୁତ ଖାଉଟି ହନ୍ତସନ୍ତ । ଓଡ଼ିଶାର ଅଧା ଜିଲ୍ଲା ଅର୍ଥାତ୍ ୧୫ ଟି ଜିଲ୍ଲାରେ ୪୦.୫% ଲୋକ ସ୍ୱଚ୍ଛ ପାନୀୟ ଜଳ ପାଇବାର ବଂଚିତ । ଆତ୍ମଶକ୍ତି ତଥା ଓଡ଼ିଶା ଶ୍ରମଜୀବି ଓ ମହିଳା ସଂଗଠନର ମିଳିତ ଉଦ୍ୟମରେ ପ୍ରସ୍ତୁତ ରିପୋର୍ଟରୁ ଏହା ଜଣାପଡ଼ିଛି । ଏହି ୧୫ ଟି ଜିଲ୍ଲା ମଧ୍ୟରେ ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ଗଜପତି ତଥା ଦେଓଗଡ଼ ଆଦି ଜିଲ୍ଲା ସାମିଲ ଅଛି । ଅନୁରୂପ ଭାବରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଅଘୋଷିତ ବିଦ୍ୟୁତକାଟ କରାଯାଉଛି । ଭୋଲଟେଜ ଲୋ ରହୁଛି ଓ ବିଜୁଳି ଉପଭୋକ୍ତା ଯନ୍ତ୍ରଣାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି ବୋଲି କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଓ ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ ଉପସ୍ଥିତ ଥିଲେ ।

Odisha BjD Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe