Advertisment

୧୦ ବର୍ଷ ଭିତରେ ଜେଲ ଭିତରେ ଗଡ଼ିଛି ୫୪୬ ମୁଣ୍ଡ, ପୁଲିସ ହାଜତରେ ଯାଇଛି ୫୧ ଜୀବନ

ଏନେଇ ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ଜଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା।

author-image
Niranjan Mishra
ଅଦ୍ୟତନ ହୋଇଛି
jail

jail

ଜେଲ୍ ଭିତରେ ବଢ଼ୁଛି ବିଚାରଧୀନ କଏଦୀ ଓ ଦୋଷୀ ସାବ୍ୟସ୍ତ କଏଦୀଙ୍କ ମୃତ୍ୟୁ। ଗତ ୧୦ ବର୍ଷ ଭିତରେ ଜେଲ୍‌ରେ ଭିତରେ ୫୪୬ ଜଣଙ୍କ ମୁଣ୍ଡ ଗଡ଼ିଛି। ସେହିପରି ଗତ ୧୦ ବର୍ଷ ଭିତରେ ପ୍ରାୟ ୫୧ ଜଣ ଜୀବନ ପୁଲିସ ହାଜତ ଭିତରେ ଯାଇଛି। ଏନେଇ ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ଜଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା।

Advertisment

ମନ୍ତ୍ରୀଙ୍କ ସୂଚନା ମୁତାବକ, ୨୦୧୩ରେ ବିଚାରାଧୀନ ୩୫ ଜଣ ଓ ଦୋଷୀ ସାବ୍ୟସ୍ତ ୧୧ କଏଦୀଙ୍କୁ ମିଶାଇ ୪୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପର ବର୍ଷ ଅର୍ଥାତ୍ ୨୦୧୪ରେ ଯଥାକ୍ରମେ ବିଚାରାଧୀନ ୨୧ ଓ ଦୋଷୀ ସାବ୍ୟସ୍ତ ୨୨ ଜଣ କଏଦୀଙ୍କୁ ମିଶାଇ ୪୩ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୫ରେ ବିଚାରାଧୀନ ୨୯ ଓ ଦୋଷୀ ସାବ୍ୟସ୍ତ ୧୭ ଜଣ କଏଦୀଙ୍କୁ ମିଶାଇ ମୋଟ ୪୬ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୬ରେ ବିଚାରାଧୀନ ୩୪ ଓ ଦୋଷୀ ସାବ୍ୟସ୍ତ ୧୪ ଜଣ କଏଦୀଙ୍କୁ ମିଶାଇ ମୋଟ ୪୮ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୭ରେ ବିଚାରାଧୀନ ୨୯ ଓ ଦୋଷୀ ସାବ୍ୟସ୍ତ ୧୮ ଜଣ କଏଦୀଙ୍କୁ ମିଶାଇ ମୋଟ ୪୭ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୮ରେ ବିଚାରାଧୀନ ୨୭ ଓ ଦୋଷୀ ସାବ୍ୟସ୍ତ ୨୪ ଜଣ କଏଦୀଙ୍କୁ ମିଶାଇ ମୋଟ ୫୧ ଜଣଙ୍କ ମୃତ୍ୟୁ ହୋଇଛି।

୨୦୧୯ରେ ବିଚାରାଧୀନ ୩୫ ଓ ଦୋଷୀ ସାବ୍ୟସ୍ତ ୧୮ ଜଣ କଏଦୀଙ୍କୁ ମିଶାଇ ମୋଟ ୫୩ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୦ରେ ବିଚାରାଧୀନ ୪୭ ଓ ଦୋଷୀ ସାବ୍ୟସ୍ତ ୩୧ ଜଣ କଏଦୀଙ୍କୁ ମିଶାଇ ମୋଟ ୭୮ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୧ରେ ବିଚାରାଧୀନ ୪୦ ଓ ଦୋଷୀ ସାବ୍ୟସ୍ତ ୨୧ ଜଣ କଏଦୀଙ୍କୁ ମିଶାଇ ମୋଟ ୬୧ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୨ରେ ବିଚାରାଧୀନ ୪୯ ଓ ଦୋଷୀ ସାବ୍ୟସ୍ତ ୨୪ ଜଣ କଏଦୀଙ୍କୁ ମିଶାଇ ମୋଟ ୭୩ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ସେହିପରି ଗତ ୧୦ ବର୍ଷ ଭିତରେ ପ୍ରାୟ ୫୧ ଜଣ ଜୀବନ ହାଜତ ଭିତରେ ଯାଇଛି। ମନ୍ତ୍ରୀଙ୍କ ସୂଚନା ମୁତାବକ ୨୦୧୩ରେ ୬ ଜଣ, ୨୦୧୪ରେ ୨ ଜଣ, ୨୦୧୫ରେ ୮ ଜଣ, ୨୦୧୬ରେ ୪ ଜଣ, ୨୦୧୭ରେ ୩ ଜଣ, ୨୦୧୮ରେ ୪ ଜଣ, ୨୦୧୯ ଓ ୨୦୨୦ରେ ୭ ଜଣ ଲେଖାଏଁ, ୨୦୨୧ ଓ ୨୦୨୨ରେ ୫ ଜଣ ଲେଖାଏଁ ଅଭିଯୁକ୍ତଙ୍କ ମୃତ୍ୟୁ ଥାନା ହାଜତ ଭିତରେ ହୋଇଛି।

ଅନ୍ୟପଟେ ଏହି ମାମଲାଗୁଡ଼ିକ ମଧ୍ୟରୁ କେତୋଟି ମାମଲା କୋର୍ଟ ଓ ମାନବାଧିକାର କମିଶନଙ୍କ ଦ୍ୱାରା କ୍ଷତିପୂରଣ ନିର୍ଦ୍ଦେଶ ହୋଇଛି ତାହାର ଉତ୍ତର ରଖିନାହାନ୍ତି ମନ୍ତ୍ରୀ। ଏବାବଦରେ ଏସ୍‌ପିମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ସୌମ୍ୟଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ଶ୍ରୀ ବେହେରା।

ମନ୍ତ୍ରୀଙ୍କ ଏହି ଉତ୍ତର ପରେ ପୁଲିସ ହାଜତ ଓ ଜେଲ୍ ଭିତରେ ମାନବାଧିକାର ସୁରକ୍ଷା ଏବଂ ଜୀବନ ସୁରକ୍ଷା ନେଇ ପ୍ରଶ୍ନବାଚୀ ଠିଆ ହୋଇଛି। ସୂଚନା ଥାଉକି, କିଛିଦିନ ତଳେ ଜେଲରେ ଅନ୍ତେବାସୀଙ୍କ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଥିଲେ ରାଷ୍ଟ୍ରପତି।

Odisha Police Police Negligence Death In Jail Custodial Death