Advertisment

ସରକାରଙ୍କ ମୁଖା ଖୋଲିଦେଲା ପ୍ରତିଷ୍ଠା କମିଟି,କହିଲା- ସାଂସଦଙ୍କୁ ଡାକିବାକୁ ମନା କରିଥିଲେ ମେୟର

ଭୁବନେଶ୍ୱର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନ ଡାକିବା ପ୍ରସଙ୍ଗ ନେଇ ରାଜନୀତି ତେଜିବାରେ ଲାଗିଛି।

ଅଦ୍ୟତନ ହୋଇଛି
Capital foundation day

Capital foundation day

Advertisment

ଗତ ବର୍ଷର ଭୁଲ୍‌ ଏଥର ରିପିଟ ହୋଇଛି। ଗତଥର ପରି ଏବର୍ଷ ମଧ୍ୟ ଭୁବନେଶ୍ୱର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକାଯାଇନାହିଁ। ଗତ ବର୍ଷ ଯେଉଁ ଭୁଲ ଅଜାଣତରେ ହୋଇଥିଲା ବୋଲି ସରକାର କହିଥିବା ବେଳେ ଏଥର ସରକାରଙ୍କ ମିଛ ଧରାପଡ଼ି ଯାଇଛି। ସାଂସଦଙ୍କୁ ଡାକିବାକୁ ପାଇଁ ମେୟର ମନା କରିଥିବା ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସାଧାରଣ ସଂପାଦକ ସନ୍ନତ ମିଶ୍ର କହିଛନ୍ତି।

Advertisment

ସେ କହିଛନ୍ତି, ସାଂସଦଙ୍କୁ ଇନଭିଟେସନ ଦିଆଯିବ, କିନ୍ତୁ ଇନଭାଇଟ୍ କରାଯିବନି ବୋଲି ଆଲୋଚନା ସଭାରେ ମେୟର କହିଥିଲେ। ଏହାସହ ଗେଷ୍ଟ ତାଲିକାରେ ସାଂସଦଙ୍କ ନାଁ ରହିବ ନାହିଁ ବୋଲି ବି କହିଥିଲେ।  

ସେହିପରି ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ କହିଛନ୍ତି, ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରସ୍ତୁତି ବୈଠକରେ ମାନ୍ୟବର ସାଂସଦଙ୍କୁ ଡକାଯାଉ ବୋଲି ଆମେ କହିଛୁ। କେଉଁମାନେ ଅତିଥି ହେବେ ସେ ବିଷୟରେ ମଧ୍ୟ ଆଲୋଚନା ହୋଇଛି। କମିଟିର ଉପସଭାପତି ସରକାରଙ୍କୁ ଏକ ତାଲିକା ଦେଇଛନ୍ତି। ସେହି ତାଲିକାରେ ସାଂସଦଙ୍କ ନାଁ ବହୁ ଉଚ୍ଚ ସ୍ଥାନରେ ଥିଲା।

Advertisment

ସେ ଆହୁରି କହିଛନ୍ତି, ସାଂଦଦଙ୍କୁ ନ ଡାକିବା ଠିକ୍ ନୁହେଁ। ଏହା ଦୁର୍ଭାଗ୍ୟର କଥା। ଗତବର୍ଷ ଏଭଳି ସମସ୍ୟା ହୋଇଥିଲା। ଏବର୍ଷ ସରକାର ନିଜେ ଏହି ସମସ୍ୟା ସୃଷ୍ଟି କରିଛନ୍ତି। ସରକାର ଆମ ପାଖରୁ ସହଯୋଗ ଓ ପରାମର୍ଶ ଲୋଡ଼ିଥିଲେ। ଆମେ ସରକାରଙ୍କୁ ସାଂସଦଙ୍କୁ ଡାକିବାକୁ ପରାମର୍ଶ ଦେଇଥିଲୁ।

ସେହିପରି ରାଜଧାନୀ ପ୍ରତିଷ୍ଠା ଦିବସ କମିଟି ଉପ ସଭାପତି ପ୍ରଦ୍ୟୁମ୍ନ ମହାନ୍ତି କହିଛନ୍ତି, ଭୁବନେଶ୍ୱରର ପ୍ରତିଷ୍ଠା ଦିବସ କମିଟି କରୁନାହିଁ। ଏହାକୁ ସରକାର କରୁଛନ୍ତି। ଆମେ ସାଂସଦକୁ ଭୁବନେଶ୍ୱର ପ୍ରତିଷ୍ଠା ଦିବସକୁ ଡକାଯାଉ ବୋଲି ବାରାମ୍ବାର କହିଛୁ, ହେଲେ ସରକାର ଡାକିଲେନି।

ଏନେଇ ବିଜେଡି ମଧ୍ୟ ଜବାବ ରଖିଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେଉଁ ବିକାଶ କରୁଛନ୍ତି ତାକୁ ସ୍ୱାଗତ କରନ୍ତୁ। ସବୁଥିରେ ଦୋଷତ୍ରୁଟି ଖୋଜିବା କାମଳତାର ପରିଚୟ।

ଭୁବନେଶ୍ୱର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଡକାଯାଇଛି ବୋଲି ଭୁବନେଶ୍ୱର ମେୟର ସୁଲଚନା ଦାସ କହିଛନ୍ତି।

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଭୁବନେଶ୍ୱର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ସାଂସଦ ମନକୁ ଆସିବା କଥା। ଡକାଯାଉ କି ନଡକାଯାଉ ଆମେ ଆସିବୁ, ସାଂସଦ ମଧ୍ୟ ଆସିବା ଦରକାର। ଭୁବନେଶ୍ୱରଟା କାହାର ପୈତୃକ ସମ୍ପତି ନୁହେଁ ବା କେଉଁ ଦଳର ନୁହେଁ। ଆରବର୍ଷ ଭୁବନେଶ୍ୱର ପ୍ରତିଷ୍ଠା ଦିବସକୁ ସାଂସଦ ଆସନ୍ତୁ, ଆମେ ତାଙ୍କୁ ସ୍ୱାଗତ ଜଣାଇବୁ।

ଭୁବନେଶ୍ୱର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ତାଙ୍କୁ ଡକାନଯିବା ନ ନେଇ ଗତକାଲି ଟ୍ୱିଟ୍‌ କରି ବର୍ଷିଥିଲେ ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ମଧ୍ୟ ଅପରାଜିତା ବର୍ଷିଛନ୍ତି। ସେ କହିଛନ୍ତି, ସାଂସଦ ପଦ ସମ୍ବିଧାନିକ ପଦ। ଏହି ପଦ ରାଜ୍ୟ ସରକାରଙ୍କ ଦୟାରେ ଆସି ନାହିଁ। ଏହା ସହ ଭୁବନେଶ୍ୱର ପ୍ରତିଷ୍ଠା ଦିବସ କେଉଁ ଦଳୀୟ କାର୍ଯ୍ୟକ୍ରମ ନୁହେଁ। ମୋତେ ପ୍ରତିଷ୍ଠା ଦିବସ ନ ଡାକିବା ନେଇ ରାଜ୍ୟ ସରକାର ଆତ୍ମସମୀକ୍ଷା କରନ୍ତୁ। କିଏ, କେଉଁ ଲେବୁଲରେ ଏପରି କରିଛନ୍ତି ରାଜ୍ୟ ସରକାର ବୁଝନ୍ତୁ।  

BjD Bjp Aparajita Sarangi Capital Foundation Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe