ରାଜ୍ୟର ବିଭିନ୍ନ ଜେଲରୁ ମୁକ୍ତ ହେବେ ୮ ଆଜୀବନ ସଜାପ୍ରାପ୍ତ କଏଦୀ। ରାଜ୍ୟସ୍ତରୀୟ ଦଣ୍ଡ ତର୍ଜମା ବୋର୍ଡର ନିଷ୍ପତ୍ତି ଅନୁସାରେ ଏମାନେ ମୁକୁଳିବେ। ଏହି କଏଦୀ ମାନେ ୧୪ ବର୍ଷରୁ ଅଧିକ ସମୟ ଧରି ସଜା କାଟି ସାରିଲେଣି।
ସଜା କାଟୁଥିବା କଏଦୀମାନଙ୍କୁ ମଧ୍ୟରୁ ଜେଲରୁ ମୁକ୍ତ କରିବା ପାଇଁ ଓଡିଶା ଷ୍ଟେଟ ସେଂଟେନ୍ସ ରେଭିନ୍ୟୁ ବୋର୍ଡ ୧୧ ଜଣ କଏଦୀଙ୍କ ନାଁ ରେକମେଣ୍ଡ କରିଥିଲା। ରାଜ୍ୟ ସରକାର ଏନେଇ ରିଭିଉ କରିବା ପରେ ୮ କଏଦୀଙ୍କୁ ମୁକ୍ତ କରିବା ପାଇଁ ଅନୁମତି ଦେଇଛନ୍ତି।
ମୁକ୍ତ ହେବାକୁ ଥିବା କଏଦୀଙ୍କ ଭିତରେ ବଲାଙ୍ଗୀର ଜେଲରୁ ୩ ଜଣ, ରାଉରକେଲା ସ୍ପେଶାଲ ଜେଲରୁ ଜଣେ, ଜାମୁଝରି ମୁକ୍ତାକାଶ ଜେଲରୁ ୨ ଜଣ ଓ କୋରାପୁଟ ସର୍କଲ ଜେଲରୁ ୨ ଜଣ କଏଦୀ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।