Advertisment

ବାହାନଗା ଟ୍ରେନ ଦୁର୍ଘଟଣା: ଭୁବନେଶ୍ୱର ଏମ୍‌ସରେ ଏବେ ବି ରହିଛି ୮୨ ମୃତଦେହ

ଭୁବନେଶ୍ୱରକୁ ୧୯୩ଟି ମୃତଦେହ ଅଣାଯାଇଥିବା ବେଳେ ୧୧୧ଟି ହସ୍ତାନ୍ତର କରାଯାଇଛି।

Train Accident

Train Accident

Advertisment

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ୱରକୁ ୧୯୩ଟି ମୃତଦେହ ଅଣାଯାଇଥିଲା। ସେଥିମଧ୍ୟରୁ ୧୧୧ଟିକୁ ସଂପୃକ୍ତ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଆହୁରି ୮୨ଟି ମୃତଦେହ ଏମ୍‌ସରେ ରହିଛି। ସେଗୁଡ଼ିକୁ ସ୍ୱତନ୍ତ୍ର କଣ୍ଟେନରରେ ରଖାଯାଇଛି। ୮୨ଟି ମୃତଦେହ ମଧ୍ୟରୁ ଅଧିକାଂଶ ଚିହ୍ନଟ ହୋଇପାରି ନଥିବା ବେଳେ ଆଉ କିଛିର ଏକାଧିକ ଦାବିଦାର ରହିଥିବାରୁ ହସ୍ତାନ୍ତର ହୋଇପାରିନି। ଏପରିସ୍ଥିତିରେ ମୃତଦେହ ଗୁଡ଼ିକର ଡିଏନ୍‌ଏ ଟେଷ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି। ଗତକାଲି ୩୫ଟି ନୁମନାର ଡିଏନ୍‌ଏନ୍ ଟେଷ୍ଟ ପାଇଁ ପଠାଯାଇଛି।

Advertisment

ଭୁବନେଶ୍ୱର ମହାନଗର ନିଗମ (BMC) କମିଶନର ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, ଗତକାଲି ସନ୍ଧ୍ୟା ସୁଦ୍ଧା ଥିବା ସୂଚନା ଅନୁଯାୟୀ ଏବେ ଭୁବନେଶ୍ୱର ଏମ୍‌ସରେ ୮୨ଟି ମୃତଦେହ ରହିଛି। ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ମୃତଦେହ ଗୁଡ଼ିକୁ ସଠିକ ଲୋକଙ୍କୁ ଦେବା ଉପରେ ଗୁରୁତ୍ୱ ଦିଆଯାଇ କାମ କରାଯାଉଛି। ଯେଉଁମାନେ ମୃତଦେହ ନେବା ପାଇଁ ଆସୁଛନ୍ତି ସେମାନେ ସଠିକ ଦାବିଦାର ନା ନୁହନ୍ତି ଜାଣିବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକର ଅଧିକାରୀମାନଙ୍କ ସହିତ ମଧ୍ୟ ଯୋଗାଯୋଗ କରାଯାଉଛି। ଏଠାରେ ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଅଧିକାରୀମାନେ ଅଛନ୍ତି। ତାଙ୍କ ସହିତ ଆଲୋଚନା କରାଯାଉଛି।

Bmc AIIMS Train Accident BMC Commissioner Bhubaneswar Aiims
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe