Advertisment

ଏବେବି ୮୩ଜଣ ମୃତକଙ୍କ ପରିଚୟ ମିଳିନି, ୨୦୫ଟି ମୃତଦେହ ହସ୍ତାନ୍ତର

ମୋଟ ୧୨୩ ଜଣଙ୍କ ମୃତଦେହ ଭୁବନେଶ୍ୱର ଏମ୍‌ସରେ ଥିଲା।

Train Accident

Train Accident

Advertisment

ବାଲେଶ୍ୱର ଜିଲ୍ଲାର ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ମୋଟ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୨୦୫ଜଣ ଯାତ୍ରୀଙ୍କ ମୃତଦେହକୁ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ବାକି ୮୩ଜଣ ମୃତ ଯାତ୍ରୀଙ୍କ ପରିଚୟ ଏବେବି ମିଳିପାରିନି । ରାଜ୍ୟ ସରକାର ଏସବୁ ଶବକୁ ବୈଜ୍ଞାନିକ ପଦ୍ଧତିରେ ସୁରକ୍ଷିତ ରଖିବା ସହ ଚିହ୍ନଟ ପାଇଁ ଏବେ ଡିଏନଏ ମ୍ୟାଚିଂ ଟେଷ୍ଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । କେବଳ ଭୁବନେଶ୍ୱରରେ ଏବେ ଏହି ୮୩ଜଣ ମୃତଦେହ ରହିଥିବାରୁ ସେମାନଙ୍କ ସମ୍ପର୍କୀୟ ଆସିବା, ଚିହ୍ନଟ କରିବା ଓ ସେମାନଙ୍କ ଘରେ ନେଇ ଶବ ପହଂଚାଇବା ସହ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ରାଜ୍ୟ ସରକାର ଆଜି ଆଉ ୬ଜଣ ଓଏଏସ ଅଫିସରଙ୍କୁ ତୁରନ୍ତ ନିଜ ଦାୟିତ୍ୱରୁ ରିଲିଭ୍ ହୋଇ ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନରଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ରାଜ୍ୟ ସରକାରଙ୍କ  ସୂଚନା ଅନୁସାରେ, ବିଭିନ୍ନ ପର୍ଯ୍ୟାୟ ଯାଂଚ ପରେ ଟ୍ରେନ ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ସଂଖ୍ୟା ୨୮୮ରେ ପହଂଚିଛି । ଏହି ମୃତ ୨୮୮ଜଣ ଯାତ୍ରୀଙ୍କ ମଧ୍ୟରୁ  ସର୍ବାଧିକ ୧୯୩ଜଣଙ୍କ ଶବକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାବେଳେ ବାଲେଶ୍ୱରରେ ୯୪ ଓ ଭଦ୍ରକରେ ଜଣକଙ୍କ ମୃତଦେହ ରହିଥିଲା । ତେବେ ଇତିମଧ୍ୟରେ ବାଲେଶ୍ୱର ଓ ଭଦ୍ରକରେ ଥିବା ସମସ୍ତ ମୃତଦେହ ଚିହ୍ନଟ ହୋଇସାରିଛି । ଭୁବନେଶ୍ୱରରେ ମଧ୍ୟ ୧୧୦ଟି ମୃତଦେହର ଚିହ୍ନଟ ହୋଇଛି । ଏଭଳି ଭାବେ ବାକି ୮୩ଜଣଙ୍କ ମୃତଦେହ ଏବେବି ଚିହ୍ନଟ ହୋଇପାରିନି ।

ଭୁବନେଶ୍ୱରସ୍ଥିତ ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ, ମୋଟ ୧୨୩ଜଣଙ୍କ ମୃତଦେହ ଭୁବନେଶ୍ୱର ଏମସକୁ ଆସିଥିଲା। ସେଥି ମଧ୍ୟରୁ ୭୧ଜଣଙ୍କ ଚିହ୍ନଟ ହୋଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ବାକି ୫୨ଜଣଙ୍କ ମୃତଦେହ ଏବେ ବୈଜ୍ଞାନିକ ପଦ୍ଧତିରେ କଣ୍ଟେନର ମଧ୍ୟରେ ରଖାଯାଇଛି । ସେମାନଙ୍କର ଡିଏନଏ ନମୂନା ସଂଗ୍ରହ କରାଯାଇଛି । ଏହି ମୃତକଙ୍କ ପରିବାର ସଦସ୍ୟ କିମ୍ବା ନିକଟ ସମ୍ପର୍କୀୟମାନେ ଆସିଲେ ଡିଏନଏ ମ୍ୟାଚିଂ କରାଯାଇ ଶବ ହସ୍ତାନ୍ତର କରାଯିବ । ଆଜି କେତେକ ମୃତକଙ୍କ ସମ୍ପର୍କୀୟମାନଙ୍କୁ ଡିଏନଏ ନମୂନା ସଂଗ୍ରହ କରାଯାଇଛି ।  ଭୁବନେଶ୍ୱରରେ ମୋଟ ୮୩ଟି ଶବ ଚିହ୍ନଟ ଅପେକ୍ଷାରେ ରହିଥିବାବେଳେ କେବଳ ୫୨ଟି ମୃତଦେହ ଏମ୍ସ ପରିସରରେ ରହିଛି । ରାଜ୍ୟ ସରକାର ୭୧ଟି ଆମ୍ବୁଲାନ୍ସ  ମାଧ୍ୟମରେ ଯାତ୍ରୀଙ୍କ ମୃତଦେହକୁ ଗାଁକୁ ପଠାଇବା ବ୍ୟବସ୍ଥା କରିଛନ୍ତି ଓ ୩୮ଟିରୁ ଅଧିକ ଆମ୍ବୁଲାନ୍ସ ଏବେ ଏହି କାର୍ଯ୍ୟ ପାଇଁ ରିଜର୍ଭ ରଖାଯାଇଛି । ରାଜ୍ୟ ସରକାର ମାଗଣାରେ ଏହି ସେବା ଯୋଗାଇ ଦେଉଛନ୍ତି ।

Advertisment
Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe