Advertisment

ଦିନକୁ ୬ ପ୍ରତିଶତ ସୁଧର ଲୋଭ ଦେଖାଇ ଠକେଇ, ଅଭିଯୁକ୍ତ ଆକାଉଣ୍ଟରୁ ୯ କୋଟି ଜବତ

ଓଡିଶାର ୧୦୦ରୁ ଅଧିକ ଲୋକ ଠକେଇର ଶିକାର ହୋଇଥିବା ଅନୁମାନ କରାଯାଉଛି।

ଅଦ୍ୟତନ ହୋଇଛି
Accuse

Accuse

Advertisment

ଗେଟ ସୋ ଆପ ଜରିଆରେ କ୍ରିପ୍ଟୋରେ ନିବେଶ କରି ଟଙ୍କା ଦୁଇଗୁଣା କରିବାର ଲୋଭ ଦେଖାଇ ହୋଇଛି ଠକେଇ। ଠକେଇ ସମ୍ପୃକ୍ତ ପୁନେ ମଣ୍ଡୁଆ ଥାନା ଅଞ୍ଚଳରୁ ବିଶାଳ ସଖାରାମ ଉତ୍କଳକୁ ଗିରଫ କରିଛି ଇଓଡବ୍ଲୁ(କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା)। ସେଠାରେ ଗିରଫ ପରେ ତାକୁ ଟ୍ରାନଜିଟ ରିମାଣ୍ଡରେ ଆଣିଛି ଇଓଡବ୍ଲୁ । ନୟାପଲ୍ଲୀ ଅଞ୍ଚଳ ଦିବ୍ୟଜ୍ୟୋତି କର ୧ ଲକ୍ଷ ୨୭ ହଜାର ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ। ଜମା ଉପରେ ଦିନକୁ ୬ ପ୍ରତିଶତ ସୁଧ ଦେବାକୁ ଅଭିନବ ଉପାୟରେ ପ୍ରତିଶ୍ରୁତି ଦେଇ ଏହି ଠକେଇ ହୋଇଛି।

Advertisment

ଏନେଇ ଆଜି ଇଓଡବ୍ଲୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି, ଅଭିଯୁକ୍ତର ଗୋଟିଏ ଆକାଉଣ୍ଟରୁ ୯ କୋଟି ଟଙ୍କା ମିଳିଛି। ସାରା ଦେଶରୁ ୧୪୪ କୋଟି ଟଙ୍କାର ଠକେଇ ହୋଇଥିବା ଅନୁମାନ କରୁଛି ଇଓଡବ୍ଲୁ। ଯେତେବେଳେ କି ଓଡିଶାର ୧୦୦ରୁ ଅଧିକ ଲୋକ ଠକେଇର ଶିକାର ହୋଇଥିବା ଅନୁମାନ କରାଯାଉଛି। ୱାଟ୍‌ସ ଆପ ଗ୍ରୁପ ଜରିଆରେ ଲୋକଙ୍କୁ ଗେଟ ସୋ ଆପ ଡାଉନଲୋଡ଼ କରି ୟୁପିଆଇ ଲିଙ୍କ ଜରିଆରେ କିମ୍ବା ଅନ୍ୟ ସଦସ୍ୟଙ୍କ ରେଫରାଲ ଲିଙ୍କ ଜରିଆରେ ଟଙ୍କା ଲଗାଇବା ପାଇଁ ପ୍ରବର୍ତ୍ତାଉଥିଲେ।

କ୍ରିପଟୋ ମାଇନିଙ୍ଗରେ ଟଙ୍କା ଲଗାଇବା ସହ ପ୍ରତିଦିନ ୬ ପ୍ରତିଶତ ସୁଧରେ ଟଙ୍କା ମିଳିବାର ପ୍ରଲୋଭନ ଦିଆଯାଉଥିଲା। ଏଥିସହ ଯେକୌଣସି ସମୟରେ ଡିପୋଜିଟ୍ ଟଙ୍କା ଉଠାଣ କରିପାରିବାର ମିଥ୍ୟା ପ୍ରତିଶ୍ରୁତି ଦିଆଯାଉଥିଲା। ଗେଟ ସୋ ଆପ ବନ୍ଦ ହୋଇଗଲା ପରେ ସତ ସାମ୍ନାକୁ ଆସିଛି। ଅଭିଯୁକ୍ତର ଗୋଟିଏ ଆକାଉଣ୍ଟକୁ ସବୁ ଠକେଇ ଟଙ୍କା ଯାଇଥିବା ଜଣା ପଡିଛି।

Advertisment

ପଞ୍ଜାବ ଓ ଛତିଶଗଡରେ ଅଭିଯୁକ୍ତ ନାମରେ ମାମଲା ରହିଛି। ମାମଲାରେ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଚାଲିଛି ବୋଲି ଇଓଡବ୍ଲୁ ଏସ୍‌ପି କହିଛନ୍ତି।

Cyber Crime Cyber Loot Cyber Cheating
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe