Advertisment

ରାଜ୍ୟରେ ୯୭ ଶୀତଳ ଭଣ୍ଡାର ଅଚଳ ହୋଇପଡ଼ିଛି

ରାଜ୍ୟର ପଞ୍ଚାୟତି ସ୍ତରରେ ୧୦୦୦ଟି ଶୀତଳି କରଣ ଗୃହ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି। ଯାହା କି ସୌର ଶକ୍ତି ଦ୍ୱାରା ଚାଲିବ।

ଅଦ୍ୟତନ ହୋଇଛି
Ranendra Pratap Swain

Ranendra Pratap Swain

Advertisment

ରାଜ୍ୟରେ ୯୭ ଶୀତଳ ଭଣ୍ଡାର ଅଚଳ ହୋଇପଡ଼ିଛି। ଯେତେବେଳେ କି ମାତ୍ର ୩୬ଟି ସଚଳ ରହିଛି। ଆଜି ବିଧାନସଭାରେ ଶୀତଳଭଣ୍ଡାର ସମସ୍ୟା ନେଇ ଆଲୋଚନା ବେଳେ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖି ଏହା କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଯାହାପରେ ଚାଷୀ ଓ ଚାଷୀର ଉନ୍ନତି ତଥା ଶୀଳଭଣ୍ଡାର ସୃଷ୍ଟି ଓ ସୁରକ୍ଷା ନିମନ୍ତେ ସରକାର କେତେ ଯତ୍ନବାନ ତାହା ପଦାରେ ପଡ଼ିଛି। ରାଜ୍ୟରେ ଆଳୁ, ପିଆନ ଓ ପନିପରିବା ସଂରକ୍ଷଣରେ କିପରି ଅସୁବିଧା ହେଉଛି ସେନେଇ ସଦସ୍ୟମାନେ ଗୃହରେ ପ୍ରକାଶ କରିଥିଲେ।

Advertisment

ଏହାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହୁରି କହିଛନ୍ତି, ଅଚଳ ହୋଇପଡ଼ିଥିବା ଶୀତଳ ଭଣ୍ଡାରକୁ ସଚଳ କରିବା ସମ୍ଭବ ନୁହେଁ। କାରଣ ଅଚଳକୁ ସଚଳ କରିବା ବ୍ୟୟ ବହୁଳ। ସେହି ଟଙ୍କାରେ ନୂଆ ଶୀତଳ ଭଣ୍ଡାର ହୋଇପାରିବ। ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବକୁ ଦୂର କରିବା ପାଇଁ ଚଳିତ ବର୍ଷ ରାଜ୍ୟର ପଞ୍ଚାୟତି ସ୍ତରରେ ୧୦୦୦ଟି ଶୀତଳି କରଣ ଗୃହ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି। ଯାହା କି ସୌର ଶକ୍ତି ଦ୍ୱାରା ଚାଲିବ।

ଏହାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ପରିଚାଳନା କରାଯିବ। କ୍ଷୁଦ୍ର ଚାଷୀଙ୍କ ନିମନ୍ତେ ୧୦୦ କିଲୋଗ୍ରାମ ସାମଗ୍ରୀ ରହିପାରୁଥିବା ଶୀତଳ ଭଣ୍ଡାର ପ୍ରତିଷ୍ଠା ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଏବାବଦରେ ସରକାର ୭୦ ପ୍ରତିଶତ ରିହାତି ଦେବେ। ଏହାଛଡ଼ା ବେସରକାରୀସ୍ତରରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ନିମନ୍ତେ ୫୫ ପ୍ରତିଶତ ବା ସର୍ବାଧିକ ୨ କୋଟି ୨୦ ଲକ୍ଷ ଟଙ୍କା ପ୍ରୋତ୍ସାହନରାଶି ଦିଆଯାଉଛି। ସେହିପରି ଅନୁସୂଚିତ ଜାତିଙ୍କ କ୍ଷେତ୍ରରେ ୭୦ ପ୍ରତିଶତ ବା ୨ କୋଟି ୮୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଉଛି। ଏନେଇ ସ୍ଥାନୀୟ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କଲେ ଆବଶ୍ୟକ ସୂଚନା ଓ ସହାୟତା ମିଳୁଛି ବୋଲି ମନ୍ତ୍ରୀ କହିଛନ୍ତି।

Advertisment
Odisha Agriculture
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe