Advertisment

ବାଉନ୍‌ସର ଗ୍ୟାଙ୍ଗର ମୁଖ୍ୟ ରାଘବ ଜେନାର ବେଆଇନ ଘର ଉପରେ ଚାଲିଲା ବୁଲଡୋଜର

ଭୁବନେଶ୍ୱର ଝାରପଡ଼ା ଅଂଚଳରେ ସରକାରୀ ଜମିକୁ ଦଖଲ କରିବା ପରେ ଏହା ଉପରେ ଘର ଓ ଦୋକାନ ଘର ତିଆରି କରି ମାସକୁ ଲକ୍ଷାଧିକ ଟଙ୍କା ଭଡ଼ା ଆଦାୟ କରୁଥିଲା ଅପରାଧୀ ରାଘବ ଜେନା।

ଅଦ୍ୟତନ ହୋଇଛି
A bulldozer runs over the illegal house

A bulldozer runs over the illegal house

Advertisment

 ଭୁବନେଶ୍ୱର ଝାରପଡ଼ା ଅଂଚଳରେ ସରକାରୀ ଜମିକୁ ଦଖଲ କରିବା ପରେ ଏହା ଉପରେ ଘର ଓ ଦୋକାନ ଘର ତିଆରି କରି ମାସକୁ ଲକ୍ଷାଧିକ ଟଙ୍କା ଭଡ଼ା ଆଦାୟ କରୁଥିଲା ଅପରାଧୀ ରାଘବ ଜେନା। ଏହି ବେଆଇନ୍ ଘରଗୁଡ଼ିକ ଉପରେ ଆଜି ବିଏମ୍‌ସିର ବୁଲ୍‌ଡୋଜର ଚାଲିଛି। ନୟାପଲ୍ଲୀ ଥାନା ଅଞ୍ଚଳରେ ବହୁ ସଂଖ୍ୟକ ବାଉନସରଙ୍କୁ ଲଗାଇ ଦୋକାନ ଭଙ୍ଗାରୁଜା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ହେଉଛି ରାଘବ ଜେନା। ସେ ଏବେ ଫେରାର ଅଛି।

Advertisment

ରାଘବ ଦଖଲ କରି ରଖିଥିବା ପାଖାପାଖି ୩୦ରୁ ଅଧିକ ଘର ଭାଂଗିଛି ବିଏମସିର ଏନଫୋର୍ସମେଣ୍ଟ ଟିମ୍। ଏହାସହ ସରକାରୀ ଜମିରେ ଥିବା କିଛି ସ୍ଥାନୀୟ ଲୋକଙ୍କ ଘରକୁ ମଧ୍ୟ ଉଚ୍ଛେଦ କରାଯାଇଛି। କମିଶନରେଟ ପୁଲିସ ସହାୟତାରେ ଏହି ଉଚ୍ଛେଦ କାମ ଚାଲିଛି।

ଘର ଉଚ୍ଛେଦ ଲାଗି ଗତକାଲି ସନ୍ଧ୍ୟାରେ ପୁଲିସ ସୂଚନା ଦେଇଥିବାବେଳେ ଆଜି ସକାଳୁ ଉଚ୍ଛେଦ କାମ ଚାଲିଛିି । ସରକାରୀ ଜମିକୁ ନିଜ କବଜାରେ ରଖି ଭଡା ଆଦାୟ କରୁଥିଲା ଅଭିଯୁକ୍ତ ରାଘବ ଜେନା। କିଛିଦିନ ପୂର୍ବରୁ ବାଉନସରମାନଙ୍କ ସାହାଯ୍ୟରେ ନୟାପଲ୍ଲୀ ଅଞ୍ଚଳରେ ରାଘବ ଜେନା ମାର୍ବଲ ଦୋକାନରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା।

Advertisment

ଏହି ମାମଲାରେ ଏକାଧିକ ବାଉନସରକୁ ଗିରଫ କରିଛି କମିଶନରେଟ ପୁଲିସ। ସେପଟେ ଉଚ୍ଛେଦକୁ ନେଇ ଏଠାରେ ରହୁଥିବା ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଥଇଥାନ ନ କରାଯାଇ ଘର ଭଂଗାଯାଉଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି।

Bhubaneswar Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe