ସଚିବାଳୟ କର୍ମଚାରୀଙ୍କ ପାଇଁ ଲୋକସେବା ଭବନରେ ଖୋଲିବ କ୍ରେଚ୍ : ରହିପାରିବେ ୬ମାସରୁ ୬ବର୍ଷର ଶିଶୁ

ରାଜ୍ୟ ସଚିବାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଲୋକସେବା ଭବନ ପରିସରରେ ଏକ କ୍ରେଚ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ।

Loka Seva Bhawan PhotoOR

ଲୋକସେବା ଭବନ

Ordigital Desk
  • Published: Monday, 17 April 2023
  • Updated: 17 April 2023, 10:57 PM IST

Sports

Latest News

ରାଜ୍ୟ ସଚିବାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଲୋକସେବା ଭବନ ପରିସରରେ ଏକ କ୍ରେଚ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଓ ଏଥିରେ ୨ହଜାର ଟଙ୍କା ପଞ୍ଜିକରଣ ଫି(ଥରେ) ଓ ମାସିକ ୧୫୦୦ଟଙ୍କା ଦେଇ ସଚିବାଳୟ କର୍ମଚାରୀମାନେ ନିଜର ୬ମାସରୁ ୬ବର୍ଷ ବୟସର ପିଲାମାନଙ୍କୁ ଏହି କ୍ରେଚରେ ରଖିପାରିବେ । ତା’ପୁଣି ସକାଳ ସାଢ଼େ ୯ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ।

ଆଜି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ରେଗା ରୀତାରାଣୀ ପଟ୍ଟନାୟକ ସମସ୍ତ ବିଭାଗର ଅତିରିକ୍ତ ସଚିବଙ୍କୁ ଚିଠି ଲେଖି ଏହି କ୍ରେଚ୍ ଲୋକସେବା ଭବନ ପରିସରରେ ସଚିବାଳୟ କର୍ମଚାରୀଙ୍କ ନିମନ୍ତେ ଖୁବଶୀଘ୍ର ଖୋଲାଯିବ ବୋଲି କହିଛନ୍ତି । ଏନେଇ ମଧ୍ୟ ବିସ୍ତୃତ ଗାଇଡଲାଇନ୍ ଜାରି ହୋଇଛି । କର୍ମଚାରୀମାନେ ଯେଭଳି ଏହାର ସୁବିଧା ନେଇପାରିବେ ସେଥିପାଇଁ ବ୍ୟାପକ ପ୍ରଚାରପ୍ରସାର କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି । ଗାଇଡଲାଇନ ଅନୁସାରେ ଏହି କ୍ରେଚ୍ କେବଳ ସଚିବାଳୟ କର୍ମଚାରୀଙ୍କ ପିଲାଙ୍କ ନିମନ୍ତେ ଉଦ୍ଦିଷ୍ଟ । ୬ମାସରୁ ୬ବର୍ଷ ବୟସ(ସ୍ୱତନ୍ତ୍ର କେସରେ ଅଧିକ ବୟସର) ପିଲାଙ୍କୁ ଏହି କ୍ରେଚରେ ରଖାଯାଇଛି । ଏହି କ୍ରେଚ୍ ସରକାରୀ ଛୁଟିଦିନ ବ୍ୟତୀତ ଅନ୍ୟ ସବୁଦିନ ସକାଳ ସାଢ଼େ ୯ଟାରୁ ଅପରାହ୍ନ ୭ଟା ପର୍ଯ୍ୟନ୍ତ ଖୋଲିବ । ଏଠାରେ ଥରେ ୨ହଜାର ଟଙ୍କା ଦେଇ ପଞ୍ଜିକରଣ କରିବାକୁ ପଡ଼ିବ ଓ ପ୍ରତିମାସ ୫ତାରିଖ ସୁଦ୍ଧା ୧୫୦୦ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ରୁ ୧୫ଜଣ ଶିଶୁଙ୍କ ପାଇଁ ପଞ୍ଜିକରଣ କରାଯିବ । ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଏହି ପଞ୍ଜିକରଣ କରାଯିବ । ୬ମାସରୁ ୩ବର୍ଷ ବୟସର ପିଲାଙ୍କୁ ଅଗ୍ରାଧିକାର ଦିଆଯିବ ।

Also Read

ଏହି କ୍ରେଚରେ ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ପରିଚ୍ଛନ୍ନତା ପରିବେଶ, ଉଚ୍ଚ ପ୍ରଶିକ୍ଷିତ ସହାୟିକା, ଖେଳଣା, ବହି, ଅନ୍ୟାନ୍ୟ ଖେଳ ଗତିବିଧି ସହ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ମଧ୍ୟ ରହିବ । ପିଲାଙ୍କ ବୟସକୁ ଦୃଷ୍ଟିରେ ରଖି ସେମାନଙ୍କ ବିକାଶ ଆଧାରିତ ଗତିବିଧି କରାଯିବ ।

ଏହି କ୍ରେଚରେ ପିଲାମାନଙ୍କୁ ଛାଡ଼ିବାକୁ ହେଲେ ଅଭିଭାବକଙ୍କୁ ପ୍ରତ୍ୟେକ ଦିନ ଅତିରିକ୍ତ ୨/୩ହଳ ଡ୍ରେସ ଓ ଡାଇପର ଦେବାକୁ ପଡ଼ିବ । ଦିନତମାମ ପାଇଁ ଟିଫିନ ବାକ୍ସରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଓ ସ୍ନାକସ୍ ମଧ୍ୟ ଦେବାକୁ ହେବ । କ୍ରେଚରେ ଫ୍ରିଜ୍ ଓ ଖାଦ୍ୟ ଗରମ ପାଇଁ ବ୍ୟବସ୍ଥା ରହିବ । ପିଲାଙ୍କ ପିତାମାତା ଯେତେବେଳେ ଚାହିଁବେ କ୍ରେଚକୁ ଯାଇ ସେମାନଙ୍କ ପିଲାଙ୍କୁ ଦେଖିପାରିବେ । ସର୍ବାଧିକ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ପିଲାଙ୍କୁ ନେବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଛି । ଅଭିଭାବକଙ୍କ ବ୍ୟତୀତ ଅନ୍ୟ କେହି ଏହି କ୍ରେଚ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ ।ତେବେ  ଅନ୍ୟ କେହି ବାହାରର ବ୍ୟକ୍ତିଙ୍କ ପ୍ରବେଶ ଉପରେ କ୍ରେଚ୍ ସଂଯୋଜକ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story