Advertisment

ନିଜ ସର୍ଭିସ ରିଭଲଭରରୁ ଗୁଳି କରି CRPF ଅଫିସରଙ୍କ ଆତ୍ମହତ୍ୟା!

ରାୟଗଡ଼ା ସ୍ଥିତ ସିଆରପିଏଫ ଚତୁର୍ଥ ବାଟାଲିଆନର ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ସୁନୀଲ କୁମାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

author-image
Jitendra Garnayak
CRPF

CRPF

ରାୟଗଡ଼ା ସ୍ଥିତ ସିଆରପିଏଫ ଚତୁର୍ଥ ବାଟାଲିଆନର ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ସୁନୀଲ କୁମାର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେ ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।

Advertisment

ସୁନୀଲଙ୍କ ଘର ବିହାରରେ। ସେ ରାୟଗଡ଼ା ଇନ୍ଦ୍ରାନଗର ସ୍ଥିତ ସିଆରପିଏଫ୍ କ୍ୟାମ୍ପରେ ଗତ ଦୁଇ ବର୍ଷ ହେଲା ରହୁଥିଲେ।

ଖବର ପାଇବା ପରେ ଘଟଣାସ୍ଥଳରେ ରାୟଗଡ଼ା ଏସ୍‌ପି ବିବେକାନନ୍ଦ ଶର୍ମା ପହଞ୍ଚିଛନ୍ତି। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି। ଘଟଣା ସଂପର୍କରେ ସିଆରପିଏଫ୍ କିମ୍ବା ପୁଲିସ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

CRPF Crpf Jawan